Latest Odisha News

BREAKING NEWS

କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୨ ମୃତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି । ଗତ ବିଳମ୍ବିତ ରାତିରେ ମୁମ୍ବାଇଠାରୁ…

ପର୍ଯ୍ୟଟକଙ୍କ ପାଇଁ କନ୍ଧମାଳ ମନା

ଫୁଲବାଣୀ: କୋଭିଡ କଟକଣା ମଧ୍ୟରେ ରାଜ୍ୟରେ ପର୍ଯ୍ୟଟନ ସ୍ଥଳୀ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ସତ୍ତ୍ୱେ କନ୍ଧମାଳରେ ପ୍ରବେଶ ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ଅନୁମତି ନାହିଁ। ନଭେମ୍ବର ୩୦ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଏବଂ…

କରୋନା ସଂକ୍ରମିତ ହୋଇ ଆଖି ବୁଜିଲେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ

ଭୁବନେଶ୍ୱର: କରୋନା ନେଲା ଓଡ଼ିଶାରେ ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଆଜି ପରଲୋକ ହୋଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଘରୋଇ ଚ୍ୟାନେଲ ନ୍ୟୁଜ-୧୮ ଓଡିଆରେ କାର୍ଯ୍ୟରତ ଥିଲେ ପ୍ରବୀର । କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ…

ଆଜିଠୁ +୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ବାକି ଥିବା ସିଟ ପାଇଁ ଆଜିଠୁ ଆରମ୍ଭ ହେଉଛି ଆବେଦନ । ଆଜିଠୁ ଇଚ୍ଛୁକ ଛାତ୍ରଛାତ୍ରୀ ୧୯ ତାରିଖ ଭିତରେ ଆବେଦନ କରିପାରିବେ । ୨୩ ତାରିଖ ପ୍ରକାଶ ପାଇବ ମେରିଟ୍ ଲିଷ୍ଟ । ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ନଭେମ୍ବର…

ଦେଶରେ ପୁଣି ବଢ଼ିଲା: ୨୪ ଘଣ୍ଟାରେ ୫୦ ହଜାର ପଜିଟିଭ୍, ୭୦୪ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଟ୍ରେଣ୍ଡ ସାମାନ୍ୟ ବଢିଛି । ଗତ କିଛି ଦିନ ହେବ ପ୍ରତିଦିନ ୫୦ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିଲା । ଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ସାମାନ୍ୟ ବଢିଛି । ଦିନକରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୫୦ ହଜାର ୨୦୯ ଜଣ । ମୋଟ୍ ପଜିଟିଭ୍ କେସ୍ ୮୩ ଲକ୍ଷ…

ଫାଇନାଲ୍ ପାଇଁ ଫାଇଟ୍: IPL ପ୍ରଥମ କ୍ୱାଲିଫାୟାରରେ ଆଜି ମୁମ୍ୱାଇ-ଦିଲ୍ଲୀ ଲଢ଼େଇ

ଦୁବାଇ: ଚୁଡ଼ାନ୍ତ ପର୍ଯ୍ୟୟାରେ ପହଞ୍ଚିଛି ଆଇପିଏଲର ୧୩ତମ ସଂସ୍କରଣ । ଆଜି ଖେଳାଯିବ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ । ମୁହାଁମୁହାଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ୱାଇ ଇଣ୍ଡିଆନ୍ସ ଓ ରାଇଜିଂ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ । ଦୁଇ ଦଳ ଭିତରେ ଲଢ଼େଇ ଜୋରଦାର ହେବ ବୋଲି ଆଶା କରାଯାଉଛି ।…

ରାଜନଗରରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲେ ୨୦୦ରୁ ଉର୍ଦ୍ଧ୍ବ ପାରା

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଦୁଖଃର କଥା ହେଉଛି ଏହି ଘରେ ଥିବା ପାଖାପାଖି ୨୦୦ରୁ ଉର୍ଦ୍ଧ୍ବ ପାରା ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସୂଚନାନୁସାରେ,…

ଓଡ଼ିଶାରେ ୨୧ ଲକ୍ଷ ଲୋକଙ୍କ ପାଖରେ ନାହିଁ ଆଧାରକାର୍ଡ

ଭୁବନେଶ୍ୱର: ଓଡିଶାର ପ୍ରାୟ ୨୧ ଲକ୍ଷ ଲୋକଙ୍କ ପାଖରେ ଆଧାର କାର୍ଡ ନାହିଁ ବୋଲି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ସୂତ୍ରରୁ ପ୍ରକାଶ। UIDAI ଦେଇଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜୁନ୍ ୩୦ ସୁଦ୍ଧା ଆଧାର କାର୍ଡ ପାଇଁ ଯୋଗ୍ୟ ୪,୩୬,୫୬,୩୩୩ ଜନସଂଖ୍ୟା ମଧ୍ୟରୁ…

ଦୁଇ ଭାଇଙ୍କ ଉପରେ ଗୁଳିମାଡ଼ ଓ ଭୂଜାଲିରେ ହାଣିଲେ ଦୁର୍ବୃତ୍ତ, ଜଣେ ମୃତ

ଅନୁଗୋଳ: ଦୁଇ ଭାଇଙ୍କ ଉପରେ ସଂଘବଦ୍ଧ ଆକ୍ରମଣ । ଭୂଜାଲୀରେ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଗୁଳିମାଡ଼ରେ ଅନ୍ୟ ଜଣେ ଭାଇ ଗୁରୁତର ହୋଇଛନ୍ତି । ଅନୁଗୋଳ ଜିଲ୍ଲା ମୁଷାପାପୁଲୀ ଛକରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ମୃତକ ହେଲେ ରନ୍ତଲେଇ ଗାଁର ଦୁଃଶାସନ ସେନାପତି । ତାଙ୍କ ଭାଇ…

କାରକୁ ଚାପି ଦେଲା ହାଇଓ୍ୱା, ୨ ଜଣ ଗୁରୁତର

କଟକ: ବାରଙ୍ଗ ନିକଟ ତ୍ରିଶୂଳିଆରେ ନେତାଜୀ ସୁଭାଷ ସେତୁ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍ ଉପରେ ମାଡ଼ି ଗଲା ବାଲି ବୋଝେଇ ହାଇଓ୍ୱା । ଏଥିରେ କାରରେ ଥିବା ଡ୍ରାଇଭର ଅ ଅନ୍ୟ ଜଣେ ଆହତ ହୋଇଛନ୍ତି । କାର୍ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼…