Latest Odisha News

BREAKING NEWS

Third flood in Brahmani: ବ୍ରାହ୍ମଣୀ ସମେତ ଏହି ନଦୀରେ ତୃତୀୟ ବନ୍ୟା; ୧୬ ପଞ୍ଚାୟତ ଜଳମଗ୍ନ

ଆଳି:ପୁଣି ରାଜ୍ୟରେ ବନ୍ୟା ସ୍ଥିତି ଦେଖାଦେଇଛି । ବ୍ରାହ୍ମଣୀ,ଖରସ୍ରୋତା ଓ କାଣୀ ନଦୀରେ ତୃତୀୟ ବନ୍ୟା ଆସିଛି । କେନ୍ଦ୍ରାପଡା ଜିଲ୍ଲା ଆଳିର ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ବନ୍ୟା ଆସି ୧୬ ପଞ୍ଚାୟତ ଜଳମଗ୍ନ ହୋଇଥିବା ସୂଚନା ରହିଛି । ଫଳରେ ଆଳି ଧୋୟା ଅଞ୍ଚଳର ୧୦ଟି ପଞ୍ଚାୟତ ବାହ୍ୟ…

ଆପଣ ଜାଣନ୍ତି କି? ମହାକାଶରେ କାନ୍ଦି ପାରନ୍ତି ନାହିଁ ମହାକାଶଚାରୀ..

ନୂଆଦିଲ୍ଲୀ: ଧରାପୃଷ୍ଠ ବା ପୃଥିବୀରେ କାନ୍ଦିବା ମଣିଷର ସବୁଠାରୁ ସରଳ କାର୍ଯ୍ୟ ମଧ୍ୟରୁ ଗୋଟିଏ ପରି ମନେହୁଏ। କାନ୍ଦିବା ମଣିଷର ସବୁଠାରୁ ସ୍ବାଭାବିକ ଭାବନା। ଆଖିରୁ ଲୁହ ଯେତେବେଳେ ବାହାରେ ମାଧ୍ୟାକର୍ଷଣ ଯୋଗୁଁ ଲୁହ ଆମ ଗାଲ ଦେଇ ତଳକୁ ଝରିଯାଏ। କିନ୍ତୁ ଏଠାରେ ଚିନ୍ତା କରନ୍ତୁ ମହାକାଶରେ…

ନନ୍ଦନକାନନରେ ୯ ମାସର ବାଘ ଶାବକ ମୃତ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ୯ ମାସର ଅଣ୍ଡିରା ବାଘ ଶାବକର ମୃତ୍ୟୁ ହୋଇଛି। ବାଘୁଣୀ ଜୟଶ୍ରୀର ପ୍ରଥମ ଗର୍ଭରୁ ଜନ୍ମ ହୋଇଥିଲା ସାଧାରଣ ଲାଲ ରଙ୍ଗର ଅଣ୍ଡିରା ଶାବକ। ଡିସେମ୍ବର ୨୭, ୨୦୨୫ରେ ବାଘ ଅମିତ ଏବଂ ବାଘୁଣୀ ଜୟଶ୍ରୀ ମିଳନରୁ ତିନୋଟି ଛୁଆ ଜନ୍ମ ହୋଇଥିଲା। ସେମାନଙ୍କ…

ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓଡ଼ିଶାର ୧୧ ଜିଲ୍ଲା ପାଇଁ ଏକ ସତର୍କ ସୂଚନା ଜାରି କରିଛି।ଯେଉଁଥିରେ ଘଡ଼ଘଡ଼ି ଏବଂ ବିଜୁଳି ସହିତ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ, ଆଗାମୀ ତିନି ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,…

ହିନ୍ଦୁ କିମ୍ବା ମୁସଲମାନ ନୁହେଁ ବରଂ ବିପଦରେ ଅଛନ୍ତି ଦେଶର ଯୁବପିଢ଼ୀ: ଛାତ୍ର ପ୍ରତିବାଦଙ୍କୁ ନେଇ କ୍ଷୁବ୍ଧ ବାବା…

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଛାତ୍ର ପ୍ରତିବାଦ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଦେଶରେ ନା ହିନ୍ଦୁ, ନା ମୁସଲମାନ, ନା ଶିଖ, ନା ଖ୍ରୀଷ୍ଟିଆନ ବିପଦରେ ଅଛନ୍ତି। ଯେଉଁମାନେ ବିପଦରେ ଅଛନ୍ତି ସେମାନେ ହେଉଛନ୍ତି ଦେଶର ଶୈଶବ, ଦେଶର ଯୁବପିଢ଼ୀ। ସେମାନେ…

ଆଜିଠାରୁ ଆରମ୍ଭ ଜନଗଣନା: ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଲୋକଙ୍କୁ ପଚରାଯିବ ୪୦ ପ୍ରଶ୍ନ

ନୂଆଦିଲ୍ଲୀ: ଆଜିଠାରୁ (ସୋମବାର) ଭାରତର ୨୦୨୭ ଜନଗଣନା ଆରମ୍ଭ ହେବାକୁ ଯାଉଛି। ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଲୋକଙ୍କୁ ପଚରାଯିବ ପ୍ରଶ୍ନ। ଆଧାର ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ପଚରାଯିବ ୪୦ଟି ପ୍ରଶ୍ନ ଆଉ ସମସ୍ତ ପ୍ରଶ୍ନର…

ଲଘୁଚାପ ପ୍ରଭାବରେ ଅଶାନ୍ତ ସମୁଦ୍ର: ମତ୍ସ୍ୟଜୀବୀଙ୍କ ପାଇଁ ଲାଗିଲା କଟକଣା

ଭୁବନେଶ୍ୱର: ଆଜି ଅବପାତ ରୂପ ନେବ ଲଘୁଚାପ। ୨୦ ଯାଏ ଭୀଷଣ ବର୍ଷିବ। ଆଉ ୨୬ ବେଳକୁ ଚତୁର୍ଥ ଲଘୁଚାପ ସମ୍ଭାବନା ରହିଛି। ଏପରି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଉପରେ ଥିବା ଲଘୁଚାପ କ୍ଷେତ୍ର ରବିବାର ଅପରାହ୍ନ…

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଘରେ ଶୋଇଥିବାବେଳେ ଚାଲିଗଲା ଆଈ-ନାତିଙ୍କ ଜୀବନ

ବାଲେଶ୍ବର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଲଗାଣ ବର୍ଷାରେ ବେହାଲ ସାରା ଓଡିଶା। ବିଶେଷ କରି ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଏହି ସମୟରେ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ନେତୁଆ ପଞ୍ଚାୟତ…

ବାରିପଦାରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ: ଟ୍ରାକ୍ ଧସିବାରୁ ବାତିଲ ହେଲା ଏକାଧିକ ଟ୍ରେନ୍

ବାରିପଦା: ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ସ୍ୱାଭାବିକ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଲଗାଣ ବର୍ଷା କାରଣରୁ ସୋମବାର ଦିନ ବାରିପଦା ଷ୍ଟେସନ୍ ମାର୍କେଟ୍ ଅଞ୍ଚଳରେ ଥିବା ସୁଙ୍ଗାଡିଆ ନିକଟରେ ରେଳଧାରଣା ଧସିଯିବା…

ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍‌

ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ପାଞ୍ଚଟି ସ୍ଲୁଇସ୍ ଗେଟ୍ ସୋମବାର ଦିନ ଖୋଲାଯାଇଛି। ଏଥିସହିତ ବର୍ତ୍ତମାନ ଡ୍ୟାମର ମୋଟ ୭ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଯେଉଁଥିରେ ବାମ ପାର୍ଶ୍ୱରେ ପାଞ୍ଚଟି ଏବଂ ଡାହାଣ ପାର୍ଶ୍ୱରେ ଦୁଇଟି ଗେଟ୍ ଖୋଲା ରହିଛି। ପୂର୍ବରୁ ଦୁଇଟି ଗେଟ୍…