Latest Odisha News

ଖୋଲିଲା ସାବରୀମାଳା ମନ୍ଦିର, ଦିନକୁ ଯିବେ କେତୋଟି ଭକ୍ତ ପଢ଼ନ୍ତୁ

ଥିରୁବନନ୍ତପୁରମ୍: କେରଳର ସାବରିମାଲା ମନ୍ଦିର ଶନିବାର ଦିନ ଜନସାଧାରଣ ଦର୍ଶନ ପାଇଁ ଖୋଲିଛି । କୋଭିଡ୍ ତାଲାବନ୍ଦ ଯୋଗୁଁ ପ୍ରାୟ ସାତ ମାସ ମନ୍ଦିର ବନ୍ଦ ଥିଲା । ତେଣୁ ମନ୍ଦିର ଖୋଲିବା ପରେ କିଛି ନିର୍ଦିଷ୍ଟ ନିୟମ ଲାଗୁ କରାଯାଇଛି । ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଥିବା…

୧୧ କୁଖ୍ୟାତ ଡକାୟତ ଗିରଫ

ଯାଜପୁର: ପୋଲିସ ଜାଲରେ ବଡ ଧରଣର କୁଖ୍ୟାତ ଲୁଟେରା ଗ୍ୟାଙ୍ଗ । ୧୧ ଲୁଟେରାଙ୍କୁ ଗିରଫ କଲା ଧର୍ମଶାଳା ପୋଲିସ । ଧର୍ମଶାଳାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୫ଲକ୍ଷ ୮୯ ହଜାର ଟଙ୍କା ଗୋଟେ ବନ୍ଧୁକ ୨ଟି ଗୁଳି, ୭୬ ଗ୍ରାମ ସୁନ, ୧୨ କେଜି ୨ଶହ…

ସିଙ୍ଗର ନେହା କକ୍କରଙ୍କ ବିବାହ ନା ମ୍ୟୁଜିକ ଭିଡିଓ ପ୍ରମୋଶନ ?

ପଂଜାବ: ନିକଟରେ ସିଙ୍ଗର ନେହା କକ୍କର ଓ ରୋହନପ୍ରୀତଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏବେ ଦୁହିଁଙ୍କର ଏକ ମ୍ୟୁଜିକ ଭିଡିଓର ପୋଷ୍ଟର ତାଙ୍କ ଫ୍ୟାନମାନଙ୍କୁ ଦ୍ୱନ୍ଦରେ ପକାଇଛି । ତେବେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, ଦୁହେଁ ସତରେ ବିବାହ କରିବେ ନା ତାଙ୍କ ମ୍ୟୁଜିକ…

ଜୋ ବିଡେନ୍‌ ଏବଂ କମଲା ହାରିସ୍‌ଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଆସନ୍ତା ସପ୍ତାହରେ ପେନସିଲଭାନିଆରେ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କ ପାଇଁ ପ୍ରଚାର କରିବେ। ବିଡେନଙ୍କ ପ୍ରଚାର ଅଭିଯାନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ତେବେ ରାଷ୍ଟ୍ରପତି…

୩ ଦିନ ପରେ ଉଦ୍ଧାର ହେଲା ୨ ଭଉଣୀଙ୍କ ମୃତଦେହ

ବଲାଙ୍ଗୀର: ମିଳିଲା ବଡ ଭଉଣୀର ମୃତଦେହ । ଗତ ୧୫ ତାରିଖରେ ବଲାଙ୍ଗୀର ତେଲ ନଦୀକୁ ଡେଇଁ ପଡିଥିବା ଦୁଇ ଭଉଣୀଙ୍କ ଆଜି ମୃତଦେହ ଠାବ ହୋଇଛି । ଦୀର୍ଘ ୭୨ ଘଂଟା ପରେ ଦୁହିଁଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ସୋନପୁର ଜିଲ୍ଲାର ବଡକେନ୍ଦା ନଦୀ କୂଳରୁ ସାନ ଭଉଣୀଙ୍କ ମୃତ ଦେହ ମିଳିଥିବା ବେଳେ…

କ୍ରାଇମବ୍ରାଞ୍ଚରେ ହାଜର ହେଲେନି ଓଟିଭି ଏମ୍‌ଡି, ମାଗିଲେ ସମୟ

ଭୁବନେଶ୍ୱର: ସମୟ ନେଲେ ଓଟିଭି ଏମ୍‌ଡି ଜଗି ପଣ୍ଡା । ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଓଟିଭି ଏମ୍‌ଡିଙ୍କୁ ଜେରା ହେବାର ଥିଲା କିନ୍ତୁ ତାହା ଟଳିଛି । ଇ-ମେଲ ଜରିଆରେ ଅନୁରୋଧ କରି ସମୟ ନେଇଛନ୍ତି ଓଟିଭି ଏମ୍ ଡି ଜଗି ମଙ୍ଗତ ପଣ୍ଡା । ତେବେ ଓଟିଭି କାର୍ଯ୍ୟାଳୟରେ ତାଙ୍କୁ…

ହାତକୁ ଦୁଇହାତ ହେବେ ଅଭିନେତ୍ରୀ ତାରା ସୁତାରିଆ !

ମୁମ୍ବାଇ: ବିଟାଉନ୍‌ର ଲଭ୍‌ବାର୍ଡ ତାରା ସୁତାରିଆ ଏବଂ ଆଦର୍‌ ଜୈନଙ୍କ ପ୍ରଶଂସକଙ୍କ ପାଇଁ ରହିଛି ଏକ ଖୁସି ଖବର। ଖବର ଅନୁସାରେ ତାରା ଏବଂ ଆଦର୍‌ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହି ଖବର ଆସିବା ପରେ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିନ୍ତୁ ଏହାକୁ ନେଇ…

ପ୍ରଫେଟ ମହମ୍ମଦଙ୍କ କାର୍ଟୁନ ଦେଖାଇବାରୁ ଫ୍ରାନ୍ସରେ ଶିକ୍ଷକଙ୍କୁ ହତ୍ୟା

ପ୍ୟାରିସ: ଫ୍ରାନ୍ସରେ ଜଣେ ଶିକ୍ଷକ ପାଠ ପଢ଼ାଉଥିବା ବେଳେ ପ୍ରଫେଟ ମହମ୍ମଦଙ୍କ କାର୍ଟୁନ ଦେଖାଇଥିଲେ । ଅପରାହ୍ନ ୫ଟାରେ ସ୍କୁଲ୍ ବାହାରେ କୋନଫ୍ଲାନ୍ସ ସେଣ୍ଟ ହୋନୋରାଇନରେ ଶିକ୍ଷକ ଜଣଙ୍କ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ଦୁର୍ବୃତ୍ତମାନେ ଶିକ୍ଷକଙ୍କ ମୁଣ୍ଡ କାଟିଦେଇଛନ୍ତି  ।…

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ଉଠାଇନେଲା ପୋଲିସ । ଦାଦାବଟି ନେଉଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । କମିଶନରେଟ୍ ପୋଲିସର ଆଂଟି ଏକ୍ସଟର୍ସନ ୱିଙ୍ଗ ରାଜାଙ୍କୁ ଗିରଫ କରିଛି । ପ୍ରାଥମିକ ପର୍ଯ୍ୟାୟରେ ରାଜା ଆଚାର୍ଯ୍ୟଙ୍କୁ କ୍ୟାପିଟାଲ ଥାନାରେ ଜେରା କରାଯାଉଛି ।…

ରାଷ୍ଟ୍ରପତି ପଦ ହାରିଲେ ଦେଶ ଛାଡିବି; ଡୋନାଲ୍ଡ ଟ୍ରମ୍ପ !

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଥଟ୍ଟା  କରି କହିଛନ୍ତି ଯେ ଯଦି ସେ ନଭେମ୍ବର ୩ ରେ ନିଜର ଗଣତାନ୍ତ୍ରିକ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନଙ୍କଠାରୁ ହାରିଯାଆନ୍ତି ତେବେ ତାଙ୍କୁ ଦେଶ ଛାଡିବାକୁ ପଡିପାରେ। ସୂଚନା ମୁତାବକ ଟ୍ରମ୍ପ ଶୁକ୍ରବାର ରାତିରେ ଜର୍ଜିଆର ମାକନ୍‌ଠାରେ ଏକ…