Latest Odisha News

BREAKING NEWS

କରୋନା ଆତଙ୍କ: ଫ୍ଲୁ ଜନିତ ଚିକିତ୍ସା କେବଳ ‘ଫିଭର କ୍ଲିନିକ୍’ରେ ହେବ

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ବିପଦକୁ ଏଡ଼ାଇବା ଲାଗି ଓଡ଼ିଶା ସରକାର ଫ୍ଲୁ ଭଳି ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କୁ ଏହିସବୁ ଘରୋଇ କ୍ଲିନିକ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ଯାହାକୁ 'ଜ୍ୱର କ୍ଲିନିକ୍’ ବା  'ଫିଭର କ୍ଲିନିକ୍' ଭାବେ ସୂଚିତ କରାଯାଇଛି।…

ବାଲେଶ୍ଵର ଶିଶୁ ଭବନରେ ଅଗ୍ନିକାଣ୍ଡ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଶିଶୁ ଭବନରେ ଗୁରୁବାର ରାତିରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି। ପ୍ରାପ୍ତ ସୂଚନାନୁଯାୟୀ ଉପର ମହଲାରେ ଥିବା ନ୍ୟୁଟ୍ରିସନ ରିହାବିଲେସନ କେନ୍ଦ୍ରରେ ଅଗ୍ନିକାଣ୍ଡ ପରେ ଏହି ୱାର୍ଡରେ ଭର୍ତ୍ତି ହୋଇଥିବା ପିଲାମାନଙ୍କୁ…

କରୋନା ସହ ମୁକାବିଲା: ଆଇସିୟୁ ଛାଡ଼ିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍‌

ଲଣ୍ଡନ: କରୋନା ଭୂତାଣୁ ଜନିତ ପରୀକ୍ଷାରେ ପଜିଟିଭ୍ ଚିହ୍ନିତ ହେବାପରେ ସୋମବାର ରାତିରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଜନସନ୍ ଲଣ୍ଡନର ସେଣ୍ଟ୍ ଥୋମାସ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟରେ ୪ ଦିନ ଚିକିତ୍ସିତ ହେବା ପରେ ଗୁରୁବାର ଦିନ…

ଶବ ସତ୍କାର କରି ଫେରୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୬ଗୁରୁତର

ଯାଜପୁର: ପୁରୀରୁ ଶବ ସଂସ୍କାର କରି ଫେରୁଥିବା ଏକ ଆମ୍ବୁଲାନ୍ସ ସହ ଗୋଟିଏ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୬ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ଖବର ଅନୁଯାୟୀ…

ପବ୍ଲିକ୍ ନୁହେଁ ବଲିଉଡରୁ ସମାଲୋଚନା ସାଉଣ୍ଟୁଛି ମସକଲି 2.0 !

ମୁମ୍ବାଇ: ମାତ୍ର ଦୁଇ ଦିନ ପୂର୍ବରୁ ରିଲିଜ ହୋଇଥିଲା ମସକଲି 2.0 । ଭିୟର୍ସିପ ୧୯ ମିଲିଅନ୍‌ରୁ ଅଧିକ ଥିଲେ ବି ବଲିଉଡରୁ ଏହି ଗୀତକୁ ମିଳିଛି ତୀବ୍ର ସମାଲୋଚନା । Enjoy the original #Masakali https://t.co/WSKkFZEMB4@RakeyshOmMehra @prasoonjoshi_ @_MohitChauhan…

ଲକ୍‌-ଡାଉନ୍‌ରେ ଲୋକଙ୍କୁ ସାବାଡ୍ କରିବା ପାଇଁ ମାସାଇ ଜନଜାତିର ସାହାରା ନେଲା କେନିଆ ସରକାର !

ଭୁବନେଶ୍ୱର: ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି କେନିଆର ଏହି ଭିଡିଓ । ଯେଉଁଥିରେ ମାସାଇ ଜନଜାତିର ଜଣେ ସଦସ୍ୟ ଲୋକଙ୍କୁ ଚାବୁକ୍‌ରେ ମାଡ ମାରି ଘଉଡାଇବାରେ ଦେଖିବାକୁ ମିଳିଛି । How #Kenya tackles #SocialDistancing Maasai tribe was called to help within 24 hrs, not…

ଲକଡାଉନ ଯୋଗୁଁ ବନ୍ଦ ହେଲା ମା’ ପାଟମଙ୍ଗଳାଙ୍କ ପ୍ରସିଦ୍ଧ ପାଟୁଆ ଯାତ୍ରା

ଭଦ୍ରକ: ମାରାତ୍ମକ କରୋନା ପାଇଁ ସାରାଦେଶରେ ଜାରି ରହିଛି ଲକଡାଉନ । କରୋନା ସଂକ୍ରମଣ ବିସ୍ତାରରେ ରୋକ ଲଗାଇବା ପାଇଁ ସାମାଜିକ ଦୁରତାକୁ ଗୁରୁତ୍ୱ ଦିଆ ଯାଉଛି । ସାମାଜିକ ଦୂରତା ରକ୍ଷା କରାଇବା ପାଇଁ ବିଭିନ୍ନ ମେଳା, ମହୋତ୍ସବକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ତେବେ ଲକଡାଉନକୁ…

କଳାହାଣ୍ଡିରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ

ଭବାନୀପାଟନା: ବାହାରିନରୁ ଫେରିଥିବା ୨୯ ବର୍ଷୀୟ ଯୁବକଙ୍କର କରୋନା ପରୀକ୍ଷା ପଜିଟିଭ ବାହାରିବାର ପାଞ୍ଚ ଦିନ ପରେ କଳାହାଣ୍ଡି ଜିଲ୍ଲାରେ ଅନ୍ୟ ଜଣେ ଯୁବକ ଏହି ଭାଇରସ ଦ୍ଵାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ) ଜଗୁ ଅଗ୍ରୱାଲ ଶୁକ୍ରବାର ଦିନ…

କରୋନା ମୁକାବିଲା: ଗୀତ ଗାଇ ଲୋକଙ୍କୁ ସଚେତନ କଲା କନ୍ଧମାଳ ପୋଲିସ

ବାଲିଗୁଡା: ସାରାବିଶ୍ୱ କରୋନାର ଭୟାବହତାକୁ ଅନୁଭବ କରିଥିବା ବେଳେ ନିଜ ଅଞ୍ଚଳରେ ଲୋକଙ୍କୁ ଗୀତ ମାଧ୍ୟମରେ ସଚେତନ କରାଇଛନ୍ତି କନ୍ଧମାଳ ପୋଲିସ । କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବାଲିଗୁଡା ଆଇଆଇସି ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ…

ଯାଜପୁରରେ ଲୋକାର୍ପିତ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ

ଯାଜପୁର: ଯାଜପୁର ଜିଲ୍ଲାର ପ୍ରଥମ କୋଭିଡ଼ ହସ୍ପିଟାଲ ୧୦ ଏପ୍ରିଲ ଶୁକ୍ରବାର ଦିନ ଲୋକାର୍ପିତ ହୋଇଛି । ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହାକୁ ଲୋକାର୍ପଣ କରିଛନ୍ତି । ଏହା ଜିଲ୍ଲାର ପ୍ରଥମ କୋଭିଡ଼ ହସ୍ପିଟାଲ। ଯାଜପୁର କଳିଙ୍ଗନଗରରେ ରହିଥିବା ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲକୁ ୧୫୦…