Latest Odisha News

BREAKING NEWS

ହାଉସ ଚାମ୍ବରରେ ଶପଥ ନେଲେ ଓଡିଶାର ୪ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ଆଜି ଶପଥ ନେଇଛନ୍ତି ଓଡିଶାର ୪ ନବନିର୍ବାଚିତ ରାଜ୍ୟସଭା ସାଂସଦ। ନବନିର୍ବାଚିତ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ କରାଇଛନ୍ତି। ଓଡ଼ଶାର ୪ ସଦସ୍ୟ ସୁବାସ ସିଂ, ମୁନ୍ନା ଖାଁ, ମମତା ମହନ୍ତ ଓ ସୁଜିତ କୁମାର ଶପଥ ହାଉସ ଚାମ୍ବରରେ ଶପଥ ପାଠ କରିଛନ୍ତି…

କାଲିଠୁ ରାୟଗଡ଼ା ଜିଲ୍ଲା ସପ୍ତାହେ ସଟଡାଉନ୍

ରାୟଗଡ଼ା: ଜିଲ୍ଲାରେ କରୋନା ସଂକ୍ରମଣ ବଢୁଛି । ପ୍ରତିଦିନ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲା ଆସନ୍ତାକାଲିଠୁ ସଟଡାଉନ୍ ରହିବ । ସପ୍ତାହେ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା । ଆସନ୍ତାକାଲି ସକାଳୁ ଲାଗୁ ହେବ ସଟଡାଉନ୍…

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା କୋଭିଡ଼ ପରୀକ୍ଷା

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା କୋଭିଡ଼ ପରୀକ୍ଷା । ଜରୁରୀ କରୋନା ସଂଦିଗ୍ଧଙ୍କ କୋଭିଡ ପରିକ୍ଷା ପାଇଁ ଆଉ ଜିଲ୍ଲା ବାହାରକୁ ସ୍ୱାବ ଯିବ ନାହିଁ । ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ଠାରୁ ଆରମ୍ଭ ହୋଇଛି କୋଭିଡ଼ ପରୀକ୍ଷା। ଜିଲ୍ଲାରେ ବର୍ତମାନ…

ଆଜି ଯାଜପୁରରୁ ଚିହ୍ନଟ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

ଯାଜପୁର: ଆଜି ଯାଜପୁର ଜିଲ୍ଲାରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୦ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୩ ରେ ପହଞ୍ଚିଛି। ଏଥିମଧ୍ୟରୁ ୮୭୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଜିଲ୍ଲାରେ ୧୬୫ ଟି ଆକ୍ଟିଭ…

ନାଲି ଆଖି ଦେଖାଇଲେଣି ରାୟଗଡ଼ା ଓ ମାଲକାନଗିରି ଜିଲ୍ଲା

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ମାଡ଼ି ମାଡ଼ି ଚାଲିଛି । ଗଞ୍ଜାମ ପରେ ଗଜପତି ଓ ଏବେ କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲା ରାଜ୍ୟ ପାଇଁ ଟେନସନ୍ । ସବୁଠୁ ଅଧିକ ଚିନ୍ତାର କାରଣ ହୋଇଛି ରାୟଗଡ଼ା ଓ…

କରୋନା ପଜିଟିଭ ଚିହ୍ନଟ ହେଲେ ଆଉ ୧୧ ସିଆରପିଏଫ ଯବାନ

ନୂଆପଡ଼ା: କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ନୂଆପଡ଼ାର ଆଉ ୧୧ ସିଆରପିଏଫ ଯବାନ । ସଂକ୍ରମିତ ଯବାନମାନେ ୧୮ ଜଣିଆ ସଦସ୍ୟ ବିଶିଷ୍ଟ କଣ୍ଟିଜେଣ୍ଟରେ ରହୁଥିଲେ । ଏମାନେ ଦେଶର ବିଭିନ୍ନ ରାଜ୍ୟରୁ ନିଜ କର୍ତ୍ତବ୍ୟରେ ଯୋଗଦେବାକୁ ଫେରିଥିଲେ। ଏହି ଯବାନମାନେ ପଞ୍ଜାବ, ଉତ୍ତରପ୍ରଦେଶ, ହରିୟାଣା,…

କନ୍ଧମାଳ ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଲା କରୋନା, ୨୪ ଘଣ୍ଟାରେ ରାଜ୍ୟରେ ଆଉ ୫ ମୃତ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଲା କରୋନା । ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନା ପଜିଟିଭ କେସ୍ ହଜାରେ ପାର୍ କରିଥିବା ବେଳେ ଆଉ ୫ ଜଣଙ୍କର ପ୍ରାଣ ନେଇଛି ମାରାତ୍ମକ ଭାଇରସ୍ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି ।…

ରାଜ୍ୟରେ କରୋନାର ଲମ୍ଵଡିଆଁ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଚିନ୍ତା । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଓଡିଶାରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୦୭୮ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ…

ଖଣି ଖାଦାନରୁ ମିଳିଲା ୫୦ ଲକ୍ଷ ଟଙ୍କାର ହୀରା ଖଣ୍ଡ

ପାଟଣା: ଖଣି ଖାଦାନରୁ ମିଳିଲା ୧୦. ୬୯ କ୍ୟାରେଟର ହୀରା ଖଣ୍ଡ । ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା । ମଧ୍ୟପ୍ରଦେଶ ପାଟଣା ଜିଲ୍ଲା ଅନ୍ତର୍ଗତ ରାଣୀପୁର ଅଞ୍ଚଳରେ ଥିବା ଗୋଟିଏ ଖଣି ଖାଦାନରୁ ଗତକାଲି ହୀରା ଖଣ୍ଡ ମିଳିଥିଲା । ରାଣୀପୁର ଅଞ୍ଚଳରେ ଥିବା ଏହି ଖଣିକୁ ଲିଜରେ ନେଇଛନ୍ତି ୩୫ ବର୍ଷୀୟ…

କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ। ଏହି ବୈଠକରେ ଓଡିଶାରେ ଚାଲିଥିବା କରୋନା ପରିସ୍ଥିତିକୁ ନେଇ କିଛି ପ୍ରମୁଖ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବାର ସମ୍ଭାବନା…