Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ରାୟ: କର୍ଣ୍ଣାଟକ ବିଧାନସଭାର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଲଢିପାରିବେ ନିର୍ବାଚନ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାର ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ଜଣ ବିଧାୟକଙ୍କ ଯାଚିକା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଚୂଡ଼ାନ୍ତ ଶୁଣାଣିର ରାୟ ପ୍ରକାଶ କରିଛନ୍ତି । ଏହି ରାୟ ଅନୁଯାୟୀ କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସ ଓ ଜେଡ଼ିଏସର ୧୭…

ଐତିହାସିକ କଟକ ‘ବାଲିଯାତ୍ରା’କୁ ଜାତୀୟ ମାନ୍ୟତା ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର: କଟକର ଐତିହାସିକ ବାଲିଯାତ୍ରାକୁ ନ୍ୟାସନାଲ୍ ମେରିଟାଇମ୍ ହେରିଟେଜ୍ ଫେଷ୍ଟିଭାଲ୍ ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ କେନ୍ଦ୍ରୀୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ…

ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ଗୃହରେ ଅନୁପସ୍ଥିତ ରହିପାରିବେ ନାହିଁ ବିଧାୟକ !

ଭୁବନେଶ୍ୱର: ବିଜୁ ଜନତା ଦଳର ବିଧାୟକଙ୍କ କାର୍ଯ୍ୟକଳାପ ଉପରେ କଡା ନଜର ରଖିବେ ଦଳର ମୁଖିଆ ନବୀନ ପଟ୍ଟନାୟକ । ଏନେଇ ବୁଧବାର ଦିନ ବିଧାନସଭା ଆରମ୍ଭ ପୂର୍ବରୁ ଆୟୋଜିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ମାନଙ୍କୁ କଡା ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।…

ବିଧାନସଭା ଶୀତକାଳୀନ ଅଧିବେଶନ: ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ପୂର୍ବାହ୍ନରୁ ଆରମ୍ଭ ହୋଇଥିଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଅଧିବେଶନ ଆରମ୍ଭ ହେବାର କିଛିକ୍ଷଣ ପରେ ବିରୋଧୀ ଦଳର ବିଧାୟକମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଯାହାଫଳରେ ବାଚସ୍ପତି ଅପରାହ୍ଣ ୩ଟା ଯାଏଁ ଗୃହକୁ ମୁଲତବୀ ରଖିଥିବା ସୂଚନା ମିଳିଛି । ବିଧାନସଭା…

ଆଜି ଛାଡଖାଇ: ଚଢ଼ା ଦରରେ ବିକ୍ରି ହେଉଛି ମାଛ ମାଂସ

ଭୁବନେଶ୍ୱର: ଦୀର୍ଘ ଏକ ମାସର କାର୍ତ୍ତିକ ବ୍ରତ ପରେ ଆଜି ଛାଡ଼ଖାଇ ପାଳନ କରୁଛନ୍ତି ଲୋକେ । ପବିତ୍ର କାର୍ତ୍ତିକ ମାସରେ ମାଛ, ମାଂସ ଆଣ୍ଡ ଆଦିରୁ ମୁଁହ ଫେରାଇ ନେଇ ଲୋକେ ଶୁଦ୍ଧ ସାତ୍ଵିକ ଖାଦ୍ୟ ଗ୍ରହଣ କରୁଥିଲେ । ତେବେ ଦୀର୍ଘ ୧ ମାସ ହେବ ଆମିଷ ଠାରୁ ଦୂରେଇ ରହିଥିବା ବେଳେ ବୁଧବାର ବର ଭଳି…

‘କେବିସି’ର ହଟସିଟରେ ସାଂସଦ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର: ଟେଲି ଜଗତର ଲୋକପ୍ରିୟ ରିୟାଲିଟି ଶୋ କୌନ ବନେଗା କରୋଡ଼ପତିର ହଟସିଟରେ ନଜର ଆସିବାକୁ ଯାଉଛନ୍ତି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ । ଅଚ୍ୟୁତଙ୍କ ସହ ହଟସିଟ ସେୟାର କରିଛନ୍ତି ବଲିଉଡ ଅଭିନେତ୍ରୀ ତପସୀ ପନୁ । ନଭେମ୍ବର ୧୫ ତାରିଖରେ ସୋନି ଟିଭିରେ ଏହା ପ୍ରସାରଣ ହେବା ନେଇ…

ଭାଇରାଲ୍ ହେଲା ଭିଡ଼ିଓ: ରାସ୍ତାରେ ପିଲାମାନଙ୍କ ସହ କ୍ରିକେଟ ଖେଳିଲେ ବିରାଟ କୋହଲୀ !

ଇନ୍ଦୋର: ଭାରତୀୟ କପ୍ତାନ ବିରାଟ କୋହଲୀ ଏବେ ବ୍ୟସ୍ତବହୁଳ କ୍ରିକେଟରୁ କିଛିଦିନ ବିଶ୍ରାମ ନେଇ ମଉଜ ମସ୍ତି କରୁଛନ୍ତି । ପତ୍ନୀ ଅନୁଷ୍କାଙ୍କୁ ସାଙ୍ଗରେ ନେଇ ଭୁଟାନରେ ବେଶ୍ କିଛି ଦିନ ବୁଲାବୁଲି କଲା ପରେ ଏବେ ବଲିଉଡ଼ରେ ଏକ ଫିଲ୍ମରେ ସାଇନ୍ କରିବାକୁ ଯାଉଥିବା କିଛି ଗଣମାଧ୍ୟମରେ ପ୍ରକାଶ…

ବଲାଙ୍ଗିରରେ ଗୋଷ୍ଠୀ ସଂଘର୍ଷ, ୫ ଆହତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ମହିମୁଣ୍ଡା ଗ୍ରାମର ୨ଟି ପରିବାର ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ପ୍ରାୟ ୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ମୁକ୍ତେଶ୍ୱର ଗଡତିଆ ଓ…

ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ; ବିରୋଧିଙ୍କ ରଣନୀତି ପ୍ରସ୍ତୁତ

ଭୁବନେଶ୍ୱର: ଓଡିଶା ବିଧାନସଭାରେ ଆଜି ଠାରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଗୃହ ଆରମ୍ଭରୁ ସରକାରଙ୍କୁ ଘେରିବା ଲାଗି ପୂରାପୂରି ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧି ଦଳ । ଚଳିତ ଶୀତକାଳୀନ ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିବା ନେଇ ସୂତ୍ରରୁ…

ଲତା ମଙ୍ଗେସକର ଗୁରୁତର ଅସୁସ୍ଥ; ଆଇସିୟୁରେ ଭର୍ତ୍ତି

ହସ୍ପିଟାଲରେ ପୁଣି ଥରେ ଭର୍ତ୍ତି କରାଯାଇଛି । ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ରହିଥିବା ଯୋଗୁଁ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି ବୋଲି ଏନଡ଼ିଟିଭି ସୂତ୍ରରୁ ଜଣାପଡ଼ିଛି । ତେବେ ଡ଼ାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି ଯେ, ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଦ୍ରୁତ ଉନ୍ନତି…