Latest Odisha News

BREAKING NEWS

ବିରାଟଙ୍କ ଶତକ ଓ ଧୋନୀଙ୍କ ଧୁଆଁଧାର ବ୍ୟାଟିଂରେ ଭାରତର ଚମତ୍କାର ବିଜୟ

ଆଡ଼ିଲେଡ଼: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଡ଼ିଲେଡ଼ଠାରେ ଅନୁଷ୍ଠିତ ହୋଇଥିବା ୨ୟ ଏକଦିବସୀୟ ଆନ୍ତର୍ଜାତୀକ ଦିବାରାତ୍ର ମ୍ୟାଚରେ ଭାରତ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୯୮/୯ ସ୍କୋର କରିଥିବା ବେଳେ ଭାରତ ୪ଟି…

ଫେବୃଆରୀ ୪ରୁ ଓଡିଶା ବିଧାନସଭା ଅଧିବେଶନ ଆରମ୍ଭ

ଭୁବନେଶ୍ୱର : ଓଡିଶା ବିଧାନସଭା ଅଧିବେଶନ ଆସନ୍ତା ଫେବୃଆରୀ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ଏକ ପ୍ରସ୍ତାବ ଓଡିଶା ବିଧାନସଭା ସଚିବଙ୍କ ଦ୍ୱାରା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସ୍ୱିକୃତି ପାଇଁ ପଠାଯାଇଛି । ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁଯାୟୀ ବିଧାନସଭା ଅଧିବେଶନ…

ନବୀନଙ୍କ ପ୍ରତି ନୀରବ, କଂଗ୍ରେସ ଉପରେ ଗରମ: ବଲାଙ୍ଗୀରରେ ପୁଣି ନରମିଲେ ମୋଦୀ

ଭୁବନେଶ୍ୱର: ନବୀନଙ୍କ ପ୍ରତି ପୁଣି ମୋଦୀ ନୀରବ । ଖୋର୍ଦ୍ଧା ଓ ବାରିପଦା ପରି ବଲାଙ୍ଗୀରରେ ମଧ୍ୟ ନବୀନଙ୍କ ନାମ ନେଇ ନାହାନ୍ତି ମୋଦୀ । ତୃତୀୟ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ନରମ ମନୋଭାବ ପୋଷଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ବଲାଙ୍ଗୀରର ପଥରଚେପାଠାରେ…

ଆଜିଠୁ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ‘କୁମ୍ଭମେଳା’, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ତଥା ସାଧୁସନ୍ଥ ଶୋଭାଯାତ୍ରାରେ ଯାଇ ଗଙ୍ଗା ନଦୀର ପବିତ୍ର ସଙ୍ଗମସ୍ଥଳରେ ବୁଡ଼ ପକାଇଛନ୍ତି। ପୌରାଣିକ କଥାନୁଯାୟୀ ଉତ୍ତରପ୍ରଦେଶର ଏହି ଐତିହାସିକ ସହର ନିକଟରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ବଲାଙ୍ଗୀରରେ ୧୫୫୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟିତ

ବଲାଙ୍ଗୀର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ଦିନିକିଆ ଓଡ଼ିଶା ଗସ୍ତରେ ବଲାଙ୍ଗୀରରେ ପହଞ୍ଚିଛନ୍ତି । ବଲାଙ୍ଗୀରଠାରେ ପ୍ରଧାନମନ୍ତ୍ରୀ ମୋଦୀ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ୧୫୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଭିତରକନିକା, କୁମ୍ଭୀର ସଂଖ୍ୟା ବୃଦ୍ଧି

କେନ୍ଦ୍ରାପଡା : ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଗଲା । ପକ୍ଷୀ ତଥା କୁମ୍ଭୀର ଗଣନା ପାଇଁ ଜାନୁଆରୀ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା। ମିଳିଥିବା ସୂଚନାନୁଯାୟୀ ଚଳିତବର୍ଷ ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟାରେ…

ନାବାଳିକା ଶିଶୁ ପ୍ରସବ ଘଟଣା: ଓଡ଼ିଶା ସରକାରଙ୍କୁ ରିପୋର୍ଟ ମାଗିଲା ‘ଏନଏଚଆରସି’

ନୂଆଦିଲ୍ଲୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ଜଣେ ଆଦିବାସୀ ନାବାଳିକା ଛାତ୍ରୀ ଶିଶୁ ପ୍ରସବ କରିବା ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) । ସୋମବାର ଦିନ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ରାଜ୍ୟ…

ନବ ଦାସ ଜାନୁଆରୀ ୨୪ରେ ବିଜେଡ଼ିରେ ଯୋଗଦେବେ !

ଭୁବନେଶ୍ୱର: କଂଗ୍ରେସ ଛାଡ଼ିବା ନେଇ ସମ୍ଭାବନାକୁ ଅସ୍ୱୀକାର କରିବାର କିଛିଦିନ ମଧ୍ୟରେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଜାନୁଆରୀ ୨୪ ତାରିଖରେ ବିଜୁ ଜନତା ଦଳରେ ଯୋଗଦେବା ସଙ୍କେତ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ସେ ଝାରସୁଗୁଡ଼ାର…

ମୋଦିଙ୍କ ଓଡିଶା ଗସ୍ତ ପୂର୍ବରୁ ନିରଞ୍ଜନଙ୍କ ୫ଟି ପ୍ରଶ୍ନବାଣ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତର ଗୋଟିଏ ଦିନ ଅବ୍ୟବହିତ ପୂର୍ବରୁ ବିରୋଧୀ କଂଗ୍ରେସ ମୋଦିଙ୍କ ଉପରକୁ ଅଗ୍ନିବର୍ଷୀ ପ୍ରଶ୍ନବାଣ ଛାଡିଛିି । ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ସୋମବାର ଦିନ କଂଗ୍ରେସ ଭବନରେ…

ମାଲକାନଗିରିରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନିକଟରେ ସୋମବାର ଦିନ ହାଡକୋର ମାଓ କ୍ୟାଡରର ଜଣେ ମହିଳା ମାଓବାଦୀ ଦେବେ ମାଢୀ (ଶାନ୍ତି) ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଶାନ୍ତି ୨୦୧୨ ମସିହାରୁ ସିପିଆଇ (ମାଓବାଦୀ)ର ଗୁମ୍ମା କ୍ଷେତ୍ର କମିଟିର ଜଣେ ସଦସ୍ୟା…