Latest Odisha News

BREAKING NEWS

ହିନ୍ଦୁ ପର୍ବକୁ ନେଇ ଫରାହଙ୍କ ମନ୍ତବ୍ୟ, ମାମଲା ରୁଜୁ

ମୁମ୍ବାଇ: ବଲିଉଡ୍ ଫିଲ୍ମ ନିର୍ମାତା ତଥା କୋରିଓଗ୍ରାଫର ଫରାହ ଖାନଙ୍କ ବିରୋଧରେ ହିନ୍ଦୁସ୍ତାନୀ ଭାଉ ନାମରେ ଜଣାଶୁଣା ବିକାଶ ପାଠକ ମାମଲା ରୁଜୁ କରିଛନ୍ତି। ଫରାହ ଖାନ ହିନ୍ଦୁମାନଙ୍କ ପବିତ୍ର ପର୍ବ ହୋଲି ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି। ରିପୋର୍ଟ…

ସମ୍ବଲପୁରରେ ଗଣ ବିବାହ କଲେ ୨୦ ଦମ୍ପତି

ସମ୍ବଲପୁର: ଜେଏସଡବ୍ଲ୍ୟୁ ବିପିଏସଏଲର ଆକାଂକ୍ଷା ଲେଡିଜ୍ କ୍ଲବ୍ ଦ୍ୱାରା ଆୟୋଜିତ ଏକ ଗଣ ବିବାହ ସମାରୋହରେ ୨୦ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦମ୍ପତିମାନେ ସେମାନଙ୍କ ପରିବାର ସହ ନୂଆ ଜୀବନ ଆରମ୍ଭ କରିଛନ୍ତି। ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ…

ପୁଣି ରାଉରକେଲାରେ ଗୁଳିକାଣ୍ଡ, ଠିକାଦାର ଗୁରୁତର

ରାଉରକେଲା: ପୁଣି ରାଉରକେଲାରେ ଫୁଟିଲା ଗୁଳି । ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୪ ପୋଷ୍ଟ ଅଫିସ ନିକଟରେ ଜଣେ ଠିକାଦାରଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ କରିଥିବା ୨ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଫେରାର ଅଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…

ଇଂଲଣ୍ଡକୁ ହରାଇଲା ଇଂଲିଶଙ୍କ ଶତକ

କରାଚୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଶନିବାର ଖେଳା ଯାଇଥିବା ଏକ ରୋମାଂଚକର ମୁକାବିଲାରେ ଜୋଶ ଇଂଲିଶଙ୍କ ଆକର୍ଷଣୀୟ ଶତକ ବଳରେ ଅଷ୍ଟ୍ରେଲିଆ ୫ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୫୦ ଓଭରରେ ୮ ୱିକେଟ ବିନିମୟରେ ୩୫୧ ରନ କରିଥିଲା । ବେନ ଡକେଟ ଚାମ୍ପିୟନ୍ସ…

‘ଇଣ୍ଡିଆ ଇନ୍ ବାହାରିନ’ ମହୋତ୍ସବ, ମନମୋହିଲା ସମ୍ବଲପୁରୀ ନୃତ୍ୟ

ମାନାମା: ବାହାରିନର ରାଜଧାନୀ ମାନାମା ଠାରେ ଭାରତୀୟ ଦୂତାବାସ ତରଫରୁ 'India in Bahrain' ମହୋତ୍ସବର ଆୟୋଜନ କରାଯାଇଥିଲା। ଏହି ମହୋତ୍ସବରେ ମନମୋହିଛି ସମ୍ବଲପୁରୀ ନୃତ୍ୟ। ଏଥିରେ ଭାରତର ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ବେଳେ ଯୋଗଦେଇଥିଲେ ୧୯ଟି…

ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କିଟ୍ ଘଟଣା ସମ୍ପର୍କରେ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆର୍‍ଜୁ ରାନା ଦେଉବାଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ଯ…

୩୧ ବର୍ଷ ପରେ ଏହି ରେକର୍ଡ ଭାଙ୍ଗିବେ କୋହଲି

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଅବସରରେ ଭାରତର ବିରାଟ କୋହଲିଙ୍କ ନିକଟରେ ୩୧ ବର୍ଷ ତଳର ରେକର୍ଡ ଭାଙ୍ଗିବା ସୁଯୋଗ ଉପନୀତ ହୋଇଛି । ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ମହମ୍ମଦ ଆଝାରୁଦ୍ଦିନଙ୍କ ନାମରେ ଏବେ ବି ସର୍ବାଧିକ କ୍ୟାଚ ନେବା ରେକର୍ଡ ରହିଛି । କୋହଲି ୧୫୬ କ୍ୟାଚ ନେଇ ତାଙ୍କ…

ମୋ ବସରେ ଲାଗିଲା ନିଆଁ, ଝରକା ବାଟେ ବାହାରିଗଲେ ଯାତ୍ରୀ

କଟକ: ଜଗତପୁର ଥାନା ଅଧୀନ ବିରୂପା ବ୍ୟାରେଜ ନିକଟରେ ମୋ ବସ୍ ରେ ଶନିବାର ଅପରାହ୍ନରେ ଅଚାନକ ନିଆଁ ଲାଗିଥିଲା। ନିଆଁ ଲାଗିବାରୁ ସୃଷ୍ଟି ହୋଇଥିଲା ଉତ୍ତେଜନା।  ଗେଟ ଲକ୍ ପଡିଯିବାରୁ ଯେତେ ଚେଷ୍ଟା କଲେ ମଧ୍ୟ ଖୋଲି ନଥିଲା। ସମସ୍ତ ଯାତ୍ରୀ ଅଣ ନିଃଶ୍ୱାସ ହୋଇ ଜୀବନ ବଞ୍ଚାଇବା ପାଇଁ ଝରକା…

ବୃଦ୍ଧାବସ୍ଥାରେ ଆର୍ଥିକ ସୁରକ୍ଷା; ଥରେ ଟଙ୍କା ଜମା କରି ପାଆନ୍ତୁ ଜୀବନ ସାରା ପେନସନ୍

ଭୁବନେଶ୍ବର: ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏକ ନୂତନ ପେନସନ୍ ସ୍କିମ୍ ଆଣିଛି, ଯାହାର ନାମ LIC Smart Pension Plan ରଖାଯାଇଛି । ଏହା ହେଉଛି ଏକ ସିଙ୍ଗଲ ପ୍ରିମିୟମ୍ ଯୋଜନା, ଯାହା ଅଧୀନରେ ସିଙ୍ଗଲ ଓ ଜଏଣ୍ଟ ପେନସନର ଲାଭ ଉଠେଇ ପାରିବେ । ଏହି ଯୋଜନା ଅଧୀନରେ ତୁରନ୍ତ…

ମହାକୁମ୍ଭରେ ବୁଡ ପକାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହେଉଥିବା ବିଶ୍ବ ପ୍ରସିଦ୍ଧ ମହାକୁମ୍ଭ-୨୦୨୫ । ଜାନୁଆରୀ ୧୩ ରୁ ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଥିବା ଏହି କୁମ୍ଭମେଳାରେ ବର୍ତ୍ତମାନ ସୁଦ୍ଧା ୫୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇସାରିଛନ୍ତି। ଆସନ୍ତା ୨୬…