Latest Odisha News

BREAKING NEWS

ଆଇପିଏଲ ନିଲାମରେ ରେକର୍ଡ କଲେ ଜୟଦେବ ଉନାଡକଟ

ଜେଦାହ:ଜୟଦେବ ଉନାଡକଟ ଆଇପିଏଲ ନିଲାମରେ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ୧୩ ଥର ନିଲାମ ପ୍ରକ୍ରିୟାରେ ସାମିଲ ହେବା ସହ ବିକ୍ରି ମଧ୍ୟ ହୋଇଛନ୍ତି । ତାଙ୍କ ପୂର୍ବରୁ ଅନ୍ୟ କୌଣସି ଖେଳାଳି ଏତେ ଥର ବିକ୍ରି ହୋଇ ନାହାନ୍ତି । ଜୟଦେବ ୨୦୧୦ରେ ଆଇପିଏଲ ପଦାର୍ପଣ…

ଧାନମଣ୍ଡିରେ ଅବ୍ୟବସ୍ଥା ରୋକିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ , ଜାରି ହେଲା ଟୋଲ୍ ଫ୍ରି ନମ୍ବର

ଧାନ ସଂଗ୍ରହ ସମୟରେ ରହିବ ତୀକ୍ଷ୍ଣ ନଜର ଟୋଲଫ୍ରି ନଂ ୧୯୬୭ ମାଧ୍ୟମରେ କରିହେବ ଅଭିଯୋଗ ଭୁବନେଶ୍ୱର: ଆଉ ଧାନମଣ୍ଡିରେ ହେବନି ଅବ୍ୟବସ୍ଥା। ଧାନମଣ୍ଡିରେ ଅବ୍ୟବସ୍ଥା ରୋକିବାକୁ ଆରମ୍ଭ ହେଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଆଜି ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିସରରେ ଏହି କଣ୍ଟ୍ରୋଲ…

ମୁଫାସାର ସଂଘର୍ଷ ଭଳି ମୋ କାହାଣୀ: ଶାହରୁଖ

ମୁମ୍ବାଇ: ବଲିଉଡକୁ ଅନେକ ତାରକା ଆସନ୍ତି ଏବଂ ଯାଆନ୍ତି କିନ୍ତୁ ଶାହାରୁଖ ଖାନ ବନାଇଥିବା ସ୍ଥାନ ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ। ଶାହାରୁଖଙ୍କ ଷ୍ଟାରଡମ୍ ଆଜି ମଧ୍ୟ ଲୋକଙ୍କ ପାଇଁ ଏକ ପ୍ରେରଣା। ତାଙ୍କର ସଫଳତା ପଛରେ ତାଙ୍କର କଠିନ ପରିଶ୍ରମ, ନିଷ୍ଠା ସ୍ପଷ୍ଟ ବାରି ହୁଏ। ଶାହାରୁଖ ଖାନ…

ଆଇପିଏଲ ନିଲାମ: ବାଂଲାଦେଶ ଖେଳାଳିଙ୍କୁ କେହି କିଣିଲେ ନାହିଁ

ଜେଦାହ: ଆଇପିଏଲ ମେଗା ନିଲାମରେ ଏଥର କୌଣସି ବାଂଲାଦେଶୀ ଖେଳାଳିଙ୍କୁ ଫ୍ରାଂଚାଇଜରମାନେ ଦଳରେ ନେଇ ନାହାନ୍ତି । ପାକିସ୍ତାନ ପରେ ବାଂଲାଦେଶ ଖେଳାଳିଙ୍କୁ ସାଇଡଲାଇନ କରାଯାଇଥିବା ନେଇ ଆଲୋଚନା ଜୋର ଧରିଛି । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଏବଂ ଶାସନ ପରିବର୍ତନ ପରେ ହିନ୍ଦୁଙ୍କ ଉପରେ…

ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୫ ବର୍ଷରେ ଦେଢ଼ ଲକ୍ଷ ନିଯୁକ୍ତି

ଭୁବନେଶ୍ବର: ୫ ବର୍ଷରେ ପୂରଣ ହେବ ଦେଢ଼ ଲକ୍ଷ ପଦବୀ। ଯାହା ସବୁ ପଦବି ଖାଲି ରହିଛି ଏବଂ ଆବଶ୍ୟକ ଥିବା ପଦବି ଦରକାର ଅଛି ସେଥିପାଇଁ ବ୍ୟବସ୍ଥା କରାଯାଉଛି। ୧୦,୦୦୦ ପଦବି ଶୀଘ୍ର ପୂରା କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଭୁବନେଶ୍ବରରେ ଆୟୋଜିତ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ…

୪୦୦ କୋଟି କ୍ଲବରେ ‘ଭୁଲଭୁଲେୟା ୩’

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଚଳଚ୍ଚିତ୍ର ''ଭୁଲ ଭୁଲେୟା ୩'ର ସଫଳତା ପରେ ଖୁବ୍ ଚର୍ଚ୍ଚାରେ। ଏକ ଶାନଦାର କାହାଣୀ ଭିତ୍ତିକ ଏହି ଚଳଚ୍ଚିତ୍ରଟି ଲୋକଙ୍କ ହୃଦୟକୁ ଛୁଇଁ ପାରିଛି। ରୋଜଗାର ଦୃଷ୍ଟିରୁ ''ଭୁଲ ଭୁଲେୟା ୩'ର 'ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି। ତେବେ…

ଗତ ସିଜନରେ ଥିଲା ଚାହିଦା ଏଥର ଅଲୋଡା

ଜେଦାହ: ଆଇପିଏଲ ୨୦୨୫ ମେଗା ନିଲାମ ଶେଷ ହୋଇ ଯାଇଛି । ସମସ୍ତ ଫ୍ରାଂଚାଇଜର ସେମାନଙ୍କ ମୁନ ମୁତାବକ ଖେଳାଳିଙ୍କୁ ନେଇ ସୁଚିନ୍ତିତ ଯୋଜନା ଅନୁସାରେ ଦଳ ଚୟନ କରି ସାରିଛନ୍ତି । ଏଥର କେବଳ ମୁକାବିଲାକୁ ଅପେକ୍ଷା । ତେବେ ଏଥର ନିଲାମରେ ଗତ ସଂସ୍କରଣର କେତେକ ମନ ପସନ୍ଦର ଖେଳାଳି ହଠାତ ଅଲୋଡା…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ: ଶୀର୍ଷରେ ବୁମରାହ

ଦୁବାଇ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ପର୍ଥ ଟେଷ୍ଟରେ ଅଧିନାୟକ ଦାୟିତ୍ୱ ତୁଲାଇଥିବା ବୁମରାହ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ଏହା ତାଙ୍କ ର‌୍ୟାଙ୍କିଙ୍ଗ ସୁଧାରିବାରେ ସହାୟ ହୋଇଥିଲା । ସେ ଦକ୍ଷିଣ…

ନିଜ ଘରେ ନିଆଁ ଲଗାଇଦେଲେ, ବାହାରେ ଛିଡା ହୋଇ ସ୍ବାମୀ ନେଲେ ମଜା

ଗ୍ୱାଲିଅର୍: ନିଜ ଘରେ ନିଆଁ ଲଗାଇଦେଲେ, ବାହାରେ ଛିଡା ହୋଇ ଘର ଜଳୁଥିବାର ଦେଖିଲେ ସ୍ବାମୀ। ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଏଠାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣବଶତଃ ଝଗଡା ହୋଇଥିଲା। ଏହାପରେ ସେ…

ପଛଘୁଞ୍ଚା ଦେଲେ ସିନ୍ଦେ, ଏଥର ଫଡନାଭିସ୍ ଶାସନ ଥୟ!

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନରେ ମହାୟୁତି ମେଣ୍ଟର ବିଜୟ ପରେ ଏବେ କିଏ ମୁଖ୍ୟମନ୍ତ୍ରୀ ହେବ, ସେନେଇ ଚାଲିଛି ଅଙ୍କକଷା । ପୁଣି ସିନ୍ଦେ ସରକାର ନା ଏଥର ଫଡନେଭିସଙ୍କ କାନ୍ଧକୁ ଯିବ ମହାରାଷ୍ଟ୍ର ଶାସନ ଭାର? ଏନେଇ ଚର୍ଚ୍ଚା ଲାଗିରହିଥିବା ବେଳେ କିଛି ବଡ ଇସାରା ଦେଇଛନ୍ତି ଶିବସେନା ନେତା…