Latest Odisha News

BREAKING NEWS

ନର୍ସିଂହୋମ୍‌ରେ ଅଗ୍ନିକାଣ୍ଡ, ଆଇସିୟୁରେ ଲାଗିଛି ନିଆଁ

କଟକ: କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଅଗ୍ନିକାଣ୍ଡ । ପୁରୀଘାଟ ଥାନା ନିକଟ ନର୍ସିଂହୋମ୍‌ର ୩ୟ ମହଲାରେ ନିଆଁ । ୩ୟ ମହଲାରେ ଥିବା ଆଇସିୟୁରେ ଲାଗିଛି ନିଆଁ। ଆଇସିୟୁରେ ଥିବା ରୋଗୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ୩ୟ ମହଲାରୁ ସିଡ଼ି ଲଗାଇ ଗୁରୁତର ରୋଗୀଙ୍କୁ ଉଦ୍ଧାର କରାଯାଉଛି ।…

୪୦ ଦିନରେ ୭ ଥର ସାପ କାମୁଡ଼ି ସାରିଲାଣି

ଲକ୍ଷ୍ନୌ: ଖୋଜିଖୋଜି କାମୁଡୁଛି ସାପ। ଯେଉଁଠି ବି ଲୁଚିଲେ ଯାଇ କାମୁଡୁଛି ସମାନ ସାପ। ଉତ୍ତରପ୍ରଦେଶର ଫତେପୁରରେ ବିକାଶ ଦୁବେ ନାମକ ଜଣେ ଯୁବକଙ୍କୁ ପ୍ରତି ଶନିବାର ସାପ କାମୁଡ଼ୁଥିବା ଅଭିଯୋଗ ହୋଇଛି। ଗତ ୪୦ ଦିନରେ ତାକୁ ୭ ଥର ସାପ କାମୁଡ଼ି ସାରିଲାଣି। ବାରମ୍ବାର ଏ ଅକଳ୍ପନୀୟ ଘଟଣା…

ଜେଲ୍ ଗଲେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର

ବଲାଙ୍ଗୀର: ଜେଲ୍ ଗଲେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର । ଭିଜିଲାନ୍ସ କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍ ଗଲେ ଜି. ପ୍ରଭାକର ପାତ୍ର । ଗତକାଲି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ । ସୂଚନା ଅନୁସାରେ, ଜଣେ ରାଇସ ମିଲର୍ସଙ୍କ ଠାରୁ ତାଙ୍କ…

ଆସନ୍ତା ୨ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଜୁଲାଇ ୧୪ ଓ ୧୫ରେ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରିଛି ଆଇଏମଡି। ପାଣିପାଗ ବିଭାଗ ଅନୁଯାୟୀ, ଜୁଲାଇ ୧୩ରେ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କନ୍ଧମାଳ, ଗଜପତି, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,…

ଅନ୍ତର୍ଜାତୀୟ ପୁରସ୍କାର ଜିତିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଅନ୍ତର୍ଜାତୀୟ ପୁରସ୍କାର ଜିତିଲେ ଓଡ଼ିଶାର ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଋଷିଆର ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଆନ୍ସିପ୍-୨୦୨୪ରେ ବିଜୟୀ ହୋଇ ଗୋଲ୍ଡେନ୍ ସ୍ୟାଣ୍ଡ୍ ମାଷ୍ଟର୍ସ ଆୱାର୍ଡ ସହ ସ୍ୱର୍ଣ୍ଣପଦକ।…

ଫଟୋଚିତ୍ର ପ୍ରଦର୍ଶନୀରେ ରଥଖଳା କହୁଛି ରଥ ନିର୍ମାଣର କାହାଣୀ

ପୁରୀ : ଭକ୍ତ-ଭଗବାନ ଅପୂର୍ବ ମିଳନ ପାଇଁ ଏ ରଥ ଯାତ୍ରାର ମୁଖ୍ୟ ରଥ ନିର୍ମାଣ କାର୍ଯ୍ୟ ପାଇଁ ରଥ ମହାରଣାଙ୍କ ହୃଦୟ ରେ ଭକ୍ତି ଓ ମନରେ ଶ୍ରଦ୍ଧା ରହିବା ଆବଶ୍ୟକ। ପ୍ରଭୁଙ୍କ ଦିବ୍ୟ ଲୀଳାର ମାଧ୍ୟମ ରଥ ନିର୍ମାଣ କଳା କୌଶଳ ବାସ୍ତବିକ ଅନନ୍ୟ। ଏହି ଅନନ୍ୟ କଳାକୃତିର ଝଲକ ଦେଖିବାକୁ ମିଳୁଛି…

ଆଜି ବି ନୀତି ବିଳମ୍ୱ, ମହାପ୍ରସାଦ ବହାରିବାରେ ମଧ୍ୟ ହୋଇପାରେ ବିଳମ୍ୱ

ପୁରୀ: ଆଜି ବି ବିଳମ୍ବରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ନୀତିକାନ୍ତି। ମଙ୍ଗଳ ଆଳତି ଠାରୁ ଗୋପାଳ ବଲ୍ଲଭ ନୀତି ପର୍ଯ୍ୟନ୍ତ ସମସ୍ତ ନୀତି ବିଳମ୍ବରେ ଅନୁଷ୍ଠିତ ହୋଇଛି। ନୀତି ବିଳମ୍ବ ଯୋଗୁଁ ଦର୍ଶନରେ ବିଳମ୍ବ ଘଟିଛି। ସେଥିପାଇଁ ଭିଡ ମଧ୍ୟ ବଢିଛି। ଏପରିକି ଗୁଣ୍ଡିଚା ମନ୍ଦିର ବାହାରୁ…

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ପାସିଂ ଆଉଟ୍ ପ୍ୟାରେଡ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ପାସିଂ ଆଉଟ୍ ପ୍ୟାରେଡ। ଆଜି ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ସଶସ୍ତ୍ର ପୋଲିସ ସବ୍‌ ଇନ୍‌ସପେକ୍ଟରଙ୍କ ପାସିଂ ଆଉଟ୍‌ ପ୍ୟାରେଡରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ୟୁନିଫର୍ମ ସର୍ଭିସ୍‌ରେ ନିଜର…

ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ପିତାମାତାଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କୁ ନେଇ ବିବାଦ ଥମିବା ନାଁ ଧରୁନି। ପୂଜାଙ୍କ ମା, ବାପାଙ୍କ ନାମରେ ପୁନେର ପାଉଦ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଆର୍ମସ୍ ଆକ୍ଟରେ ଏକାଧିକ ଦଫା ଲାଗିଛି । ପୂଜାଙ୍କ ମା’ ମନୋରମା ବନ୍ଧୁକ ଦେଖାଇ ଧମକାଉଥିବା…

ରତ୍ନବେଦୀକୁ ଫେରିବେ ନୀଳାମୟ, କାଲି ସଂଧ୍ୟାରୁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଜନ୍ମବେଦୀରେ ନୀଳା ସାରି ରତ୍ନବେଦୀ ବାହୁଡିବେ ତିନି ଠାକୁର । ଏଥିପାଇଁ ଦକ୍ଷିଣ ମୋଡ ନେଇ ସାରିଲେଣି ରଥ । ଆଜି ସକାଳେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ହୋଇଥିବା ବେଳେ ଗତକାଲି ଦର୍ପଦଳନ ଓ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ ସରିଛି ।ରଥାରୁଢ ହୋଇ ବାହୁଡାଯାତ୍ରା କରି ପୁଣି ଶ୍ରୀମନ୍ଦିର…