Latest Odisha News

BREAKING NEWS

ନବୀନ ନିବାସରେ ‘ଦମନ’ ଟିମ୍

ଭୁବନେଶ୍ୱର: ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ । ଦମନ ଶ୍ରେଷ୍ଠ ଓଡ଼ିଆ…

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ଵର: ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ୍ ତ୍ରିପାଠୀ । ୨୦୨୦ ମସିହାରୁ ଅସିତ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । କିନ୍ତୁ ନୂଆ ସରକାର ଗଠନ ହେବା ପରେ ଅସିତ ତ୍ରିପାଠୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ହେଉଥିଲା । ଏବେ ସେ ତାଙ୍କ…

୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ: ଭାରତର ରିୟୋହଲାଙ୍ଗ ହେବେ ସହାୟକ ରେଫରୀ

ନୂଆଦିଲ୍ଲୀ: ଡୋମିନିକନ ଗଣରାଜ୍ୟରେ ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ ଆୟୋଜିତ ହେବ । ୧୦ ଅକ୍ଟୋବରରୁ ୩ ନଭେମ୍ବର ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଭାରତର ରିୟୋହଲାଙ୍ଗ ଧରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ତାଙ୍କୁ ୩୮ ମ୍ୟାଚ ଅଧିକାରୀଙ୍କ ତାଲିକାରେ ସାମିଲ କରାଯାଇଛି । ସେ…

ମଙ୍କିପକ୍ସକୁ ନେଇ ଆକ୍ସନ ମୋଡରେ କେନ୍ଦ୍ର ସରକାର, ସ୍ଥିତି ସମୀକ୍ଷା କଲା ସ୍ଵାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ବିଶ୍ଵରେ ମଙ୍କିପକ୍ସର ମାମଲା ବୃଦ୍ଧିକୁ ନେଇ ସାରା ଦେଶ ଏବେ ଆତଙ୍କିତ । ଗତ ଦୁଇ ଦିନ ତଳେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି (ପିଏଚ୍ଇଆଇସି) ଘୋଷଣା କରିଛି । ତେବେ ଦେଶରେ ମଙ୍କିପକ୍ସର ସ୍ଥିତିକୁ…

ମତଦାନ ପାଇଁ ଡାଲ ହ୍ରଦରେ ହେବ ଭାସମାନ ପୋଲିଂ ବୁଥ୍

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଏହା ସହ ନିର୍ବାଚନ ଆୟୋଗ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଜମ୍ମୁ କାଶ୍ମୀରରେ କୌଣସି ଭୋଟରଙ୍କୁ ହାତଛଡ଼ା ନକରିବାକୁ ନିର୍ବାଚନ ଆୟୋଗ ଡାଲ ହ୍ରଦରେ ତିନୋଟି ଏବଂ କଣ୍ଟ୍ରୋଲ୍…

ରେଳପଥ ସହ ଯୋଡି ହେଲା ବୌଦ୍ଧ, ଜିଲ୍ଲାକୁ ଗଡ଼ିଲା ପରୀକ୍ଷଣ ଟ୍ରେନ ଇଞ୍ଜିନ

ବୌଦ୍ଧ: ୩୦୧ କିମି ଦୈର୍ଘ୍ୟ ନିର୍ମାଣାଧୀନ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଆଜି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି | ୧୬.୨୭ କିମି ଦୈର୍ଘ୍ୟ ଝରମୁଣ୍ଡା-ବୌଦ୍ଧ ରେଳ ସେକ୍ସନ ନିର୍ମାଣ କାର୍ଯ୍ୟ ସମାପ୍ତ କରାଯାଇ ଆଜି ନୂତନ ଲାଇନରେ ଇଞ୍ଜିନ ରୋଲିଂ ସଫଳତାର ସହିତ ସମ୍ପାଦନ…

ବଜ୍ରାଘାତରେ ରାଜ୍ୟରେ ୮ ଜଣଙ୍କ ମୃତ୍ୟୁ

ଭୁବନେଶ୍ଵର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ । ବଜ୍ରପାତରେ ଚାଲିଗଲା ୮ ଜଣଙ୍କ ଜିବନ । ବାରିପଦାରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକରେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ହରିଚନ୍ଦନପୁର, ତେଲକୋଇ, ଭଞ୍ଜନଗର, ରାଜକନିକା, କାମାକ୍ଷାନଗରରେ ମଧ୍ୟ ବଜ୍ରାଘାତ ହୋଇଥିବା…

ନେତାଜୀଙ୍କ ଅବଶେଷକୁ ଭାରତ ଫେରାଇ ଆଣନ୍ତୁ; ମୋଦିଙ୍କୁ କଲେ ଅପିଲ୍  

ନୂଆଦିଲ୍ଲୀ: ନେତାଜୀଙ୍କ ଅବଶେଷକୁ ଭାରତ ଫେରାଇ ଆଣନ୍ତୁ।ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି ଚନ୍ଦ୍ର କୁମାର ବୋଷ ଜାପାନର ରେନକୋଜି ମନ୍ଦିରରୁ ସ୍ୱାଧୀନତା ସଂଗ୍ରାମୀଙ୍କ ମୃତଦେହର ଅବଶେଷକୁ ଭାରତକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି। ସେ ଶନିବାର…

ଜାତୀୟ ପତାକା ପୋଷ୍ଟର ଉପରେ ଗୋଡ ରଖି ବିବାଦରେ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ଭାରତୀୟ ରେସଲର ବଜରଙ୍ଗ ପୁନିଆ ଜାତୀୟ ପତାକା ପୋଷ୍ଟର ଉପରେ ଗୋଡ ରଖି ବିବାଦରେ ପଡିଛନ୍ତି । ଭିନେଶ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ତାଙ୍କ ପାଇଁ ଭବ୍ୟ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା । ଏହି ଅବସରରେ ବଜରଙ୍ଗ ବୋନେଟ ଉପରେ ଛିଡା ହୋଇ ଭୀଡ ନିୟନ୍ତ୍ରଣ କରୁଥିଲେ ।…

ପରିବର୍ତ୍ତନ ପରେ ପ୍ରଥମ ପରୀକ୍ଷା

ଶ୍ରୀନଗର: ୧୦ ବର୍ଷ ପରେ ପୁଣି ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ ପ୍ରଥମ ଥର ପାଇଁ ହେବ ଭୋଟ୍ । ଏଥର କିନ୍ତୁ ରାଜ୍ୟ ଭାବେ ନୁହେଁ । କେନ୍ଦ୍ର ଶାସିତ ଅଂଚଳ ଭାବେ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ ।…