Latest Odisha News

BREAKING NEWS

କୋଲକତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଲକାତା: କୋଲକତାରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମୁଖ୍ୟ ବିଚାରପତି ଟିଏସ୍‌ ଶିବାଗନମ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ମୃତ ଡାକ୍ତରଙ୍କ ପରିବାର ଦାଏର କରିଥିବା ଯାଚିକାର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି…

ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି…ବଢିଲା ରାଜନୀତି

ଭୁବନେଶ୍ବର: ଓଡିଶା ବିଶ୍ବବିଦ୍ୟାଳୟ ଆଇନ-୨୦୨୦ରେ ହେଉ ସଂଶୋଧନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିକୁ ନେଇ ବଢିଲା ରାଜନୀତି । ଆଇନରେ ରହିଥିବା ଅସଙ୍ଗତି ଦୂର କରିବା ସହ ଆବଶ୍ୟକ ସଂଶୋଧନ କରିବାକୁ ଚିଠିରେ ଧର୍ମେନ୍ଦ୍ର ଲେଖିଛନ୍ତି ।…

ବର୍ଷା ଓ ବଜ୍ରପାତ ନେଇ ଓଡିଶାର ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ୩ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ମଙ୍ଗଳବାର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ନୟାଗଡ଼, ବଲାଙ୍ଗିର ଓ ଖୋର୍ଦ୍ଧା (ଭୁବନେଶ୍ୱର)। ଆଗାମୀ ୩ଘଣ୍ଟା ମଧ୍ୟରେ ଏସବୁ…

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ‘ଅଭିଯୁକ୍ତକୁ କଠୋର ଶାସ୍ତି ମିଳୁ’

ନୂଆଦିଲ୍ଲୀ: କୋଲକତା ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏନେଇ ଫେଡେରେସନ ଅଫ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏସନ ଆଜି ଦେଶ ବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି । ଏହାରି ଭିତରେ…

ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ; ଧାର୍ମିକ ସ୍ୱାଧୀନତାର ଅର୍ଥ ଧର୍ମ ପରିବର୍ତ୍ତନ ନୁହେଁ

ଲକ୍ଷ୍ନୌ: ଇସଲାମ ଧର୍ମକୁ ବାଧ୍ୟତାମୂଳକ ଗ୍ରହଣ କରିବା ଏବଂ ଯୌନ ଶୋଷଣର ଅଭିଯୁକ୍ତ ଅଜିମଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଅଦାଲତ କହିଛନ୍ତି ଯେ ଉତ୍ତରପ୍ରଦେଶର ବେଆଇନ ଧାର୍ମିକ ପରିବର୍ତ୍ତନ ଆଇନ, ୨୦୨୧ର…

ବିଜେଡି ଜନଜାଗରଣ ଅଭିଯାନ ପଛର କାରଣ କ’ଣ?

ଭୁବନେଶ୍ବର: ଅଗଷ୍ଟ ୧୬ରୁ ପ୍ରତି ପଞ୍ଚାୟତରେ ବିଜେଡି ଆରମ୍ଭ କରିବ ଜନଜାଗରଣ ଅଭିଯାନ । ଭତ୍ତାକୁ ନେଇ ବିଜେପିକୁ ସୋସିଆଲ୍ ମିଡିଆରେ ସିଧା ଆଟାକ୍ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ବିଜେପିର ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଭତ୍ତାଧାରୀ ବୟସ୍କ ତଥା ରାଜ୍ୟବାସୀଙ୍କ ସହ ପ୍ରତାରଣା…

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ସପା ନେତା ଗିରଫ; କହିଲେ, ମୋ ବିରୁଦ୍ଧରେ ଷଡଯନ୍ତ୍ର ହୋଇଛି

ନୂଆଦିଲ୍ଲୀ: ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ସମାଜବାଦୀ ପାର୍ଟି ନେତା ଗିରଫ ହୋଇଛନ୍ତି । ଉତ୍ତର ପ୍ରଦେଶରେ ଏହି ଘଟଣା ଘଟିଛି । ଗିରଫ ନେତା ଜଣକ ହେଲେ ନବାବ ସିଂହ ଯାଦବ । ସେ ଜଣେ ୧୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ ।…

ମୃତ୍ୟୁ ହେବା ଭୟରେ ମେଡ଼ିକାଲକୁ ଯାଉନଥିଲେ ରୋଗୀ, ବୁଝେଇଲେ ବିଡ଼ିଓ

ନବରଙ୍ଗପୁର: ଯୁଗ ଯେତେ ଆଗେଇଲେ ମଧ୍ୟ ଏବେବି ଗାଁ ଗହଳିରେ ଦେଖିବାକୁ ମିଳୁଛି ଝଡ଼ା ଫୁଙ୍କା । ଏବେବି ଅନେକ ଲୋକ ରୋଗ ହେଲେ ଡାକ୍ତରଙ୍କ ପାଖକୁ ନଯାଇ ଗୁଣିଆ ପାଖକୁ ଯାଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକ ଦଣ୍ଡସେନାଗୁଡା ଗ୍ରାମରେ ।…

ବିଶ୍ୱର ଗରିବ ତାଲିକାରେ ଭାରତର ନମ୍ବର କେତେ ଜାଣନ୍ତୁ ?

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ଗରିବ ଦେଶ ଭାବରେ କେଉଁ ଦେଶ ସର୍ବ ପ୍ରଥମ ଏବଂ ଏହି ତାଲିକାରେ ଭାରତର ସଂଖ୍ୟା କେଉଁ ସ୍ଥାନରେ ରହିଛି ? ଦୁନିଆର ଅନେକ ଲୋକଙ୍କ ପାଇଁ ଦିନକୁ ଦୁଇ ମୁଠା ଖାଦ୍ୟ ମିଳିବା ଅତ୍ୟନ୍ତ କଷ୍ଟକର, ଏହାର ମୁଖ୍ୟ କାରଣ ହେଉଛି ଦାରିଦ୍ର୍ୟ। ଦୁନିଆର…

ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀରେ ବଢିଲା ସୁରକ୍ଷା ବ୍ୟବସ୍ଥା; ସନ୍ଦିଗ୍ଧଙ୍କୁ ଠାବ କରିବ ୭୦୦ ଏଆଇ କ୍ୟାମେରା

ନୂଆଦିଲ୍ଲୀ: ଆଉ ମାତ୍ର ଦିନକ ପରେ ସମଗ୍ର ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ । ଏଥିପାଇଁ ସମଗ୍ର ଭାରତବର୍ଷରେ ଆରମ୍ଭ ହୋଇଯାଇଛି ପୂର୍ବ ପ୍ରସ୍ତୁତି । ଲାଲକିଲ୍ଲାରୁ ପତାକା ଉତ୍ତୋଳନ ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେନେଇ ସଜେଇ ହେଉଛି ଲାଲକିଲ୍ଲା ।…