କବିତା : କବିର କାମ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’
ଯାହା ଦେଖିଲା, ତାହା ଲେଖିଲା
ଯାହା ଶୁଣିଲା, ତାହା ବୁଣିଲା
ଯାହା ଭାବିଲା, ତାହା ରାବିଲା
ଯାହା ଜାଣିଲା, ତାହା ଗଣିଲା
କେଉଁଠୁ କ'ଣ ଆଣିଲା ତାର ହିସାବ ମିଳୁନାହିଁ
କିଂତୁ ଓଳିଏ କାମ ଅଟକିଲେ ଜମାରୁ ଚଳୁନାହିଁ…