Latest Odisha News

BREAKING NEWS

ସରିଲା ଗଣନା, ଚିଲିକାରେ ମୋଟ ୧୧ ଲକ୍ଷ ୩୭ ହଜାର ପକ୍ଷୀ

ବାଲୁଗାଁ: ଶେଷ ହୋଇଛି ଚଳିତବର୍ଷ ପାଇଁ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ । ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧୀନରେ ଆରମ୍ଭ ହୋଇଥିଲା ଏହି ଶୀତକାଳୀନ ପକ୍ଷୀ ଗଣନା କାର୍ଯ୍ୟ । ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ୧୮୭ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଛି । ସେଥିମଧ୍ୟରୁ ଏକ ନୂତନ ଅତିଥୀ ଭାବେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସାର୍ବଜନୀନ ପ୍ରେମ ତତ୍ତ୍ୱ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସମନ୍ୱୟ ଓ ସାମ୍ୟବାଦୀ ଚେତନା ଓ ସନାତନ ଧର୍ମର ପ୍ରାଚୀନତା ବିଷୟ ଆଲୋଚନା କରିବା ପରେ, ଶ୍ରୀଜଗନ୍ନାଥ ସଂସ୍କୃତିର ଆଉ ଏକ ମହାନ ଦିଗ ସାମନାକୁ ଆସେ । ତାହା ହେଉଛି…

ବୟସ ଜାଲିଆତି ଅଭିଯୋଗ: ଓଡିଶା କ୍ରିକେଟର ସୁମିତ ବାସନ୍ଦ

କଟକ: ବୟସ ଜାଲିଆତି ଅଭିଯୋଗରେ ଓଡିଶାର କ୍ରିକେଟର ସୁମିତ ଶର୍ମା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଫଳରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ତାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି । ଗୁରୁବାର ଓଡିଶା କ୍ରିକେଟ ଆସୋସିଏଶନର ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି । ପୂର୍ବରୁ ସେ ଜୁନିୟର…

ଆଇସିସି ନିୟମରେ ହେଲା ପରିବର୍ତନ: ଷ୍ଟମ୍ପିଂ ରିପ୍ଲେ ବେଳେ ବ୍ୟାଟ ସ୍ନିକ ଚେକ କରିବେନି ଥାର୍ଡ ଅମ୍ପାୟର

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ନିକଟରେ କେତେକ ନିୟମରେ ସାମାନ୍ୟ ପରିବର୍ତନ କରିଛି । ଥାର୍ଡ ଅମ୍ପାୟର ଷ୍ଟମ୍ପିଂ ରିପ୍ଲେ ଦେଖୁଥିବା ବେଳେ ବ୍ୟାଟ ସ୍ନିକ ଚେକ କରିପାରିବେ ନାହିଁ । ୧୨ ଡିସେମ୍ବର ୨୩ରୁ ଏହି ନିୟମ ଲାଗୁ କରାଯାଇଥିବା ବେଳେ ଏବେ ବିଧିବଦ୍ଧ ଭାବେ ଏହାର ଘୋଷଣା…

ନ୍ୟାୟ ସଂହିତା ଲାଗୁ ହେଲେ ମୁକ୍ତ ହେବେ ୮୨ ହଜାର କଏଦୀ

ନୂଆଦିଲ୍ଲୀ: ବ୍ରିଟିଶ ଅମଳରୁ ଆରମ୍ଭ ହୋଇଥିବା ଭାରତୀୟ ପେନାଲ କୋଡ୍ ବା ଆଇପିସି ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା ବା ବିଏନସ ଲାଗୁ କରିବାକୁ ଯୋଜନା ଚାଲିଛି । ଗଣତନ୍ତ୍ର ଦିବସ ଅର୍ଥାତ ୨୬ଜାନୁଆରୀ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି । ଏନେଇ ବିଜ୍ଞପ୍ତି ଜାରି ହେବା…

ଆମେ ଦୁଇଜଣ ପରସ୍ପର ପାଇଁ କେବେ ମା‘ ତ କେବେ ଛୁଆ ବନି ନିଜକୁ ସମ୍ଭାଳୁଛୁ; ଜାହ୍ନବୀ  

ମୁମ୍ବାଇ; କଫି ଉଇଥ୍ କରଣ ସିଜନ-୮ର ଏକାଦଶ ଅଧ୍ୟାୟରେ ଦୁଇ ବଲିଉଡ ଅଭିନେତ୍ରୀ ତଥା ଭଉଣୀ ଜାହ୍ନବୀ କପୁର ଓ ଖୁସି କପୁର ଶୋ’ର ଅତିଥି ଭାବରେ ନଜର ଆସିଥିଲେ। ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ପେସାଦାର ଜୀବନ ପର୍ଯ୍ୟନ୍ତ, ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ଦୁଇ ଭଉଣୀ। ନିଜ ମା’…

ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ଡବ୍ଲ୍ୟୁଟିସି ପଂଏଟ ଟେବୁଲରେ ଶୀର୍ଷକୁ ଉଠିଲା ଭାରତ

କେପଟାଉନ: ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୭ ୱିକେଟରେ ପରାଜିତ କରିଛି । ଏହାର ଫାଇଦା ଟିମଇଣ୍ଡିଆକୁ ମିଳିଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ପଂଏଟ ଟେବୁଲରେ ଭାରତ ଷଷ୍ଠ ସ୍ଥାନରୁ ସିଧାସଳଖ ଶୀର୍ଷ ସ୍ଥାନରେ ପଂହଚିଛି । ଭାରତ ନିକଟରେ ୫୪.୧୬ ପ୍ରତିଶତ ଅଙ୍କ ରହିଛି ।…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ସର୍ବଦଳୀୟ ବୈଠକ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଏହି ବୈଠକ କରାଯାଇଛି। ଏଥିରେ ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର…

ଲାଞ୍ଚ ନେଇ ଯାଉଥିଲେ ଫରେଷ୍ଟ ଗାର୍ଡ, ମାଡ଼ିବସିଲା ଭିଜିଲାନ୍ସ 

ନବରଙ୍ଗପୁର ; ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଫରେଷ୍ଟ ଗାର୍ଡ।  ଫରେଷ୍ଟ ଗାର୍ଡ ଜଣକ ହେଉଛନ୍ତି ବିନାୟକ ସୋରି। ସେ  ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକର ଜଗନ୍ନାଥପୁର ବିଟରେ ଫରେଷ୍ଟ ଗାର୍ଡ ଭାବରେ କାମ କରୁଛନ୍ତି।  ସୂଚନା ଅନୁସାରେ ଫରେଷ୍ଟ ଗାର୍ଡ ବିନାୟକ ସୋରି ଖାତିଗୁଡା…

ଚାରା ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ : ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ଚାରା ଦୁର୍ନୀତି ଅଭିଯୋଗ ଆଣି ବିଜେଡି ଉପରେ ବର୍ଷିଛନ୍ତି ଜିଲ୍ଲା ସଭାପତି ବାବୁ ସିଂ। ହକି ମହାକୁମ୍ଭ ବେଳେ ଗଛ ଲଗାଇ ସହରକୁ ସବୁଜମୟ କରିବା ନାଁରେ ରାଜ୍ୟ ସରକାର ବିରାଟ ଦୁର୍ନୀତି କରିଥିବା କହି ଟାର୍ଗେଟ କରିଛନ୍ତି । ଓଡ଼ିଶାର ମୁଖ କହିଲେ ଭୁବନେଶ୍ୱରକୁ ବୁଝାଏ, ଯଦି ଏଠାରେ…