କବିତା : ପୁଲକ
ସୁଜାତା ମିଶ୍ର
ଜୀବନ ରେ!
ରାସ୍ତାରେ ପଡ଼ିଛି କଣ୍ଟା ଓ ପଥର
କରି ନେଲି ସବୁ ଆପଣାର,
କ୍ଳାନ୍ତି ଆଉ ଅବସାଦ ସାଉଁଟିଲି
ଫୁଲ ପରି
ପିନ୍ଧି ନେଲି ବେଣୀରେ
କରି ମୁଁ ଗଜରା ମାଳ..,
ଭଙ୍ଗା ଆଇନାର କାଚ ଖଣ୍ଡରେ
ଦେଖିଲି ମୋ
ସ୍ୱପ୍ନର ଝଲକ,
ଆହତ ପକ୍ଷୀର ଡେଣାରେ
ଆଙ୍କି ଦେଲି
ଲୁହ…