ବିଜୟଧାରାକୁ ଫେରି ପାରୁନି ଦିଲ୍ଲୀ, ରାଜସ୍ଥାନର ସହଜ ବିଜୟ
ଗୌହାଟୀ: ଚଳିତ ଆଇପିଏଲର ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ୫୭ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଦିଲ୍ଲୀ ପୁନର୍ବାର ବିଜୟଧାରାକୁ ଫେରିବାରେ ବିଫଳ ହୋଇଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୪ ୱିକେଟ ବିନିମୟରେ ୧୯୯ ରନ କରିଥିଲା ।…