Latest Odisha News

BREAKING NEWS

ଆସନ୍ତାକାଲିଠାରୁ ସାରା ମହାରାଷ୍ଟ୍ରରେ ୧୪୪ ଧାରା

ମୁମ୍ବାଇ : ଦେଶରେ ମହାମାରୀ କରୋନା ଉପରମୁହାଁ । ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମର । କିନ୍ତୁ ମହାରାଷ୍ଟ୍ରରେ ନିଦ ହଜାଇଲାଣି ଭୂତାଣୁ । ଭାଇରସର ଭୟାବହତାକୁ ନଜରରେ ରଖି ମହାରାଷ୍ଟ୍ରରେ ଲାଗୁ ହୋଇଛି ବଡ଼ କଟକଣା । ଆସନ୍ତାକାଲିଠାରୁ ସାରା ମହାରାଷ୍ଟ୍ରରେ ଲାଗୁ ହେବ ୧୪୪ ଧାରା । ଏନେଇ…

ବାଲୁଚିସ୍ତାନରେ ମା’ଭବାନୀଙ୍କ ଚୈତ୍ର ପୂଜା

ଚୈତ୍ର ମାସରେ ମା’ଙ୍କର କରାଯାଉଛି ରୀତିର ସହ ପୂଜାର୍ଚ୍ଚନା । ପାକିସ୍ତାନ ବାଲୁଚିସ୍ତାନ ହିଙ୍ଗୋଳ ନଦୀ କୂଳରେ ହିଙ୍ଗଲାଜ ଭବାନୀ ମନ୍ଦିର । ଯେଉଁଠି ହୁଏ ଚମତ୍କାର । ଆଉ ସବୁଠୁ ବଡ଼ କଥା ହେଲା ଏହି ମନ୍ଦିର ହେଉଛି ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଏକତାର ପ୍ରତୀକ । ଯେଉଁଠି ଉଭୟ ଧର୍ମର ଶ୍ରଦ୍ଧାଳୁ…

ରସେଲଙ୍କ ୫ ଉଇକେଟରେ ମୁମ୍ବାଇ ଧରାଶାୟୀ, କୋଲକାତା ସମ୍ମୁଖରେ ୧୫୩ ରନର ଲକ୍ଷ୍ୟ

ଚେନ୍ନାଇ:ଆନ୍ଦ୍ରେ ରସେଲଙ୍କ ଚମତ୍କାର ବୋଲିଂ ବଳରେ ଏଠାରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗର ଏକ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ୧୫୩ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୨ ରନ କରି ଅଲଆଉଟ ହୋଇ…

ସମାଜକୁ ସୁସ୍ଥ ଓ ରୋଗମୁକ୍ତ କରିବାକୁ ପ୍ରୟାସ: ଓଡିଶାରେ ଆରମ୍ଭ ହେଲା “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନ । ଭାରତର କୃଷି ଜମିକୁ ରାସାୟନିକ ସାର ଓ ଔଷଧର ବିଷାକ୍ତ ପ୍ରଭାବରୁ ମୁକ୍ତ ସହ ସଂପୂର୍ଣ୍ଣ ସମାଜକୁ ସୁସ୍ଥ ଏବଂ ରୋଗମୁକ୍ତ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନକୁ…

କରୋନା ପାଇଁ ନୂଆପଡ଼ାରେ ବନ୍ଦ ରହିବ ଦୋକାନ ବଜାର

ନୂଆପଡ଼ା : ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନର ଚିନ୍ତା ବଢ଼ିବା ସହ ଲୋକେ ଭୟଭୀତ ହେଲେଣି । କରୋନା ସଂକ୍ରମଣକୁ ନଜରରେ ରଖି ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ବଡ଼ ନିଷ୍ପତ୍ତି ନେଇଛି ବଣିକ ସଂଘ । ଆସନ୍ତା ଏପ୍ରିଲ ୧୬ ତାରିଖରୁ…

କୋଭିଡ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ୭ଟି ଦୋକାନ ସିଲ୍, ନବରଙ୍ଗପୁର ଜିଲ୍ଲା ପ୍ରଶାସନର କଡା ଯାଞ୍ଚ

ଉମରକୋଟ: ଅମାନିଆ ଦୋକାନୀ ଓ ଗ୍ର।ହକଙ୍କୁ ସାବାର୍ଡ କରିବାକୁ କଡା ଯାଞ୍ଚ କରୁଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ଆଜି କୋଭିଡ ନିୟମ ଉଲ୍ଲଙ୍ଘନରେ ଉମରକୋଟ ସହରର ୭ଟି ଦୋକାନକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି । ଏହାସହ ୫୦,୦୦୦ ଟଙ୍କା ଜରିମାନା ଆଦାୟ କରିଛି । ଏହି ଅଭିଯାନ ଆଗକୁ ମଧ୍ୟ ଜାରି…

ଆଇସୋଲେଶନରେ ୟୁପି ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ନିଜକୁ ଆଇସୋଲେଶନ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କେତେକ କର୍ମଚାରୀ କରୋନା ପଜିଟିଭ ଆସିବା ପରେ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରି କି ଯୋଗୀ ଆଦିତ୍ୟନାଥ କେତେକ କର୍ମଚାରୀଙ୍କ ସଂସ୍ପର୍ଶରେ…

ଆଜିଠୁ ଗଡ଼ିଲା ଭୁବନେଶ୍ବର-ନୟାଗଡ଼ ସ୍ପେଶାଲ ଟ୍ରେନ୍

ଭୁବନେଶ୍ବର : ଆଜିଠୁ ଭୁବନେଶ୍ବରରୁ ନୟାଗଡ଼କୁ ଗଡ଼ିଲା ସ୍ପେଶାଲ ଟ୍ରେନ୍ । ଏହି ଟ୍ରେନ୍ ଆଜି ଭୁବନେଶ୍ୱରରୁ ସନ୍ଧ୍ୟା ୬ଟା ୪୦ରେ ଛାଡିଛି । ଏହି ଟ୍ରେନ୍ ପରଦିନ ସକାଳ ୬ଟା ୩୦ରେ ନୟାଗଡ଼ରୁ ଭୁବନେଶ୍ବର ଅଭିମୁଖେ ଛାଡିବ । ତେବେ ଏହି ଟ୍ରେନଟି ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତିକରଣ ରୁଟରେ ଚଳାଚଳ…

ଜନସନ ଆଣ୍ଡ ଜନସନ ଟିକା ଉପରେ ସାମୟିକ ପ୍ରତିବନ୍ଧକ ଲଗାଇଲା ଆମେରିକା

ନୂଆଦିଲ୍ଲୀ : ଜନସନ ଆଣ୍ଡ ଜନସନ କରୋନା ଟିକା ଉପରେ ସାମୟିକ ଭାବେ ପ୍ରତିବନ୍ଧକ ଲଗାଇଛି ଆମେରିକା । ଏହି ଟିକା ନେଉଥିବା ଲୋକଙ୍କ ଦେହରେ ରକ୍ତ ଜମାଟ ବାନ୍ଧିବା ଭଳି ଅଭିଯୋଗ ଆସିବା ପରେ ଏହି ଟିକା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆମେରିକାର ଫୁଡ୍ ଆଣ୍ଡ ଆଡମିଷ୍ଟ୍ରେସନ ଏନେଇ ଟ୍ବିଟ୍ କରି…

ଆସନ୍ତୁ ଜାଣିବା କରୋନାର ଭୟଙ୍କର ରୂପ ବେଳେ କଣ ରହିଛି ଆଶ୍ୱସ୍ତିକର ଖବର !

ଭୁବନେଶ୍ୱର: ଯେଉଁ ଭୟ କରାଯାଉଥିଲା ତାହା ଧିରେ ଧିରେ ପ୍ରମାଣିତ ହେଉଛି । ଅସାବଧାନତା ଯୋଗୁ କିଲର କରୋନା ଦ୍ରୁତ ବେଗରେ ସଂକ୍ରମିତ ହେବାରେ ଲାଗିଛି । ଏହା ମଧ୍ୟରେ ଏକ ଖୁସି ଖବର ହସ୍ତଗତ ହୋଇଛି । ଆମେରିକାରେ ବଡ ଔଷଧ କମ୍ପାନୀ ରେଜିନେନର ଲ୍ୟାବରେ ପ୍ରସ୍ତୁତ କରାଯାଇଥିବା କକଟଲେ ଆଟିଂବଡିଜ…