Latest Odisha News

BREAKING NEWS

ଭାରତରେ କୋଭିଡ୍ ସ୍ଥିତିକୁ ନେଇ ଗଭୀର ମର୍ମାହତ ମାଇକ୍ରୋସଫ୍ଟ ସିଇଓ, ବଢ଼ାଇଲେ ସହାୟତାର ହାତ

ନୂଆଦିଲ୍ଲୀ: ଭାରତରେ କରୋନାର ସେକେଣ୍ଡ ଓ୍ୱେଭ୍ ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷ ଟପିଥିବା ବେଳେ ଅକ୍ସିଜେନ୍ ସଂକଟକୁ ନେଇ ହାହାକାର ପରିସ୍ଥିତି । ଭାରତର ଏଭଳି ସ୍ଥିତି ମାଇକ୍ରୋସଫ୍ଟ ସିଇଓ ତଥା ଭାରତରେ ଜନ୍ମିତ ସତ୍ୟ ନାଦେଲାଙ୍କୁ ମର୍ମାହତ କରିଛି…

ଭାରତରୁ ନେଦରଲ୍ୟାଣ୍ଡ୍‌କୁ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ନେଦରଲ୍ୟାଣ୍ଡ କହିଛି ଯେ ଭାରତରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବା ପରେ ସୋମବାର ଠାରୁ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବିମାନକୁ ଆସନ୍ତା ମେ ୧ ତାରିଖ ଯାଏ ସ୍ଥଗିତ ରଖିଛି। ସ୍ପୁଟ୍ନିକ୍ ଡଚ୍ ବିମାନ ଚଳାଚଳ ମନ୍ତ୍ରଣାଳୟର ବିବୃତ୍ତିରେ କହିଛନ୍ତି ଯେ, ଏପ୍ରିଲ୍ ୨୬…

କରୋନା ରେଡ୍ ଜୋନରେ ଅଧା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ବିସ୍ତାର କରୁଛି । ଏବେ ଦୈନିକ ସଂକ୍ରମଣ ୬ ହଜାର ଉପରେ ରହୁଛି । ବିଶେଷ କରି ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସ୍ଥିତି ଗମ୍ଭୀର । କରୋନା ରେଡ୍ ଜୋନରେ ଏବେ ଅଧା ଓଡ଼ିଶା । ସଂକ୍ରମଣ ବଢୁଥିବା ବେଳେ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନକୁ ଯାଉଛି ।…

ଅଭିନେତ୍ରୀ ପୂଜା ହେଗ୍‌ଡେ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଅଭିନେତ୍ରୀ ପୂଜା ହେଗଡେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଏବେ ସଙ୍ଗରୋଧରେ ରହିଛନ୍ତି। ସେ କହିଛନ୍ତି କି, “ସମସ୍ତଙ୍କୁ ନମସ୍କାର। ମୋର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି। ସମସ୍ତ ପ୍ରୋଟୋକଲଗୁଡିକ ଅନୁସରଣ କରି ମୁଁ ନିଜକୁ ପୃଥକ୍‌ ରଖିଛି। ମୁଁ ସମସ୍ତଙ୍କୁ…

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ରେଳ ଲାଇନ ଉଡ଼ାଇଲେ ମାଓବାଦୀ

ରାଉରକେଲା: ମାତିଲେ ମାଓବାଦୀ । ରାତି ଅଧରେ ବିସ୍ଫୋରଣ କରି ରେଳ ଲାଇନ୍ ଉଡ଼ାଇ ଦେଇଛନ୍ତି ଲାଲବାହିନୀ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୋନୁଆ ଓ ଚକ୍ରଧରପୁର ମଝିରେ ଲୋଟା ପାହାଡ଼ ନିକଟରେ ଏହି ଘଟଣା ଘଟାଇଛନ୍ତି ମାଓବାଦୀ । ଗତକାଲି ରାତି ପ୍ରାୟ ୨-୩ଟା ଭିତରେ ବିସ୍ଫୋରଣ କରି ରେଳ ଲାଇନ୍…

ଭାରତକୁ ଅକ୍ସିଜେନ ପଠାଇବ ଜର୍ମାନୀ

ନୂଆଦିଲ୍ଲୀ: ଏହାର କୋଭିଡ୍‌-୧୯ ସଙ୍କଟର ମୁକାବିଲା ପାଇଁ ଜର୍ମାନୀ ଆଗାମୀ ଦିନରେ ଭାରତକୁ ଅମ୍ଳଜାନ ଏବଂ ଚିକିତ୍ସା ସହାୟତା ପଠାଇବ ବୋଲି ବୈଦେଶିକ ମନ୍ତ୍ରୀ ହେକୋ ମା ସୋମବାର କହିଛନ୍ତି। ଭାରତ କରୋନାଭାଇରସ୍ ସଂକ୍ରମଣରେ ଶୀର୍ଷରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୪୯,୬୯୧ ସଂଖ୍ୟା…

ବେକାବୁ କରୋନା: ଦେଶରୁ ଦିନକରେ ୨୮୧୨ ମୃତ, ୩ଲକ୍ଷ ୫୨ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ମାଡ଼ି ମାଡ଼ି ଚାଲିଛି । ପ୍ରତିଦିନ ମହାରୂପ ଦେଖାଉଛି ମହାମାରୀ । ସଂକ୍ରମିତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି । ଦିନକରେ ସାଢ଼େ ୩ ଲକ୍ଷ ପାର କରିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୫୨ହଜାର ୯୯୧ ନୂଆ ଆକ୍ରାନ୍ତ ।…

ରଥଯାତ୍ରା ପ୍ରସ୍ତୁତି: ଶ୍ରୀକ୍ଷେତ୍ରରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ

ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଚାଲିଛି । ନୟାଗଡ ବନଖଣ୍ଡରୁ ଆଜି ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ପହଞ୍ଚିଛି । ଏଥିରେ ମୋଟ୍ ୧୭ଖଣ୍ଡ ଅସନ ଓ ଧଉରା କାଠ ରହିଛି । ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ । ପୂର୍ବବର୍ଷର ୬୯ ଖଣ୍ଡ…

ଆଜିଠୁ ଭକ୍ତଙ୍କ ପାଇଁ ବଡ଼ଦେଉଳ ଦୁଆର ବନ୍ଦ

ପୁରୀ: କରୋନା ଟାଣିଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା । ଆଜିଠୁ ଆଉ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ । ଭକ୍ତଙ୍କ ପାଇଁ ବଡ଼ଦେଉଳ ଦୁଆର ବନ୍ଦ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବସାଧାରଣ ଦର୍ଶନ ବନ୍ଦ ହୋଇଛି । ମେ’ ୧୫ ତାରିଖ ଯାଏ…

ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୨୪ ଘଣ୍ଟାରେ ଆଉ ୯ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ ଭଦ୍ରକ, କଟକ, ଗଞ୍ଜାମରୁ ଜଣେ…