କବିତା : କବିଟିଏ ମୁଁ କବିଟିଏ
ବାସନ୍ତୀ ଲତା ଜେନା
କବିଟିଏ ମୁଁ କବିଟିଏ
କଳ୍ପନା ରାଇଜେ ବାସ୍ତବତା ଖୋଜେ
କବିତାରେ କିଛି ଲେଖିଦିଏ
କବିଟିଏ ମୁଁ……. ।
ନୀରବରେ ଯେବେ ବସି ଥାଏ
ମନ କୁଞ୍ଜବନେ ଶବ୍ଦମାଳି ସବୁ
ଆଖି ଆଗେ ମୋର ନାଚିଯାଏ
କବଟିଏ ମୁଁ….. ।
କାଗଜ କଲମ ପାଖେ ଥାଏ
ଶବ୍ଦ ବଗିଚାରୁ ଶବ୍ଦ ଖୋଜି ଆଣି…