Latest Odisha News

BREAKING NEWS

ରିଲେ ରୁସୋଙ୍କ ଶତକ, ଦକ୍ଷିଣ ଆଫ୍ରିକା ନିକଟରୁ ଶୋଚନୀୟ ଭାବେ ହାରିଲା ବାଂଲାଦେଶ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ରିଲେ ରୁସୋ ପ୍ରଥମ ଶତକ ମାରିଛନ୍ତି । ବାଂଲାଦେଶ ବିପକ୍ଷ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ରୁସୋଙ୍କ ବିସ୍ଫୋରକ ଶତକ ବଳରେ ୧୦ ଓଭରରେ ୫ ୱିକେଟ ହରାଇ ୨୦୫ ରନ କରିଥିଲା । ରୁସୋ ୫୬ ବଲରେ ୧୦୯ ରନର ଇନିଂସ…

ପିକଅପ୍ ଭ୍ୟାନ୍ ଧକ୍କାରେ ବାପ, ଝିଅ ମୃତ

କଟକ: ଦୁର୍ଘଟଣାରେ ଚାଲିଗଲା ବାପ, ଝିଅଙ୍କ ଜୀବନ । ଗୁରୁବାର କଟକ-ଚାନ୍ଦବାଲି ରାସ୍ତାରେ ପିକଅପ୍ ଭ୍ୟାନ୍ ସହ ବାଇକ୍ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ସତ୍ୟଭମାପୁରର ବାପ, ଝିଅ ଅନୁଭବ ସାମଲ ଓ ଅଞ୍ଜଳି ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଭୋର୍ ପ୍ରାୟ ୩ଟା ସମୟରେ…

ଗୁଣି ସନ୍ଦେହରେ ୪ଜଣଙ୍କ ଆକ୍ରମଣ;ଏତଲାକାରୀଙ୍କୁ ପିଟି ମାରିଦେଲେ

ବ୍ରହ୍ମପୁର: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଧିଆପଲ୍ଲୀ ଗ୍ରାମରେ ଗୁଣି ସନ୍ଦେହକୁ ନେଇ ତୁମୁଳକାଣ୍ଡ ଘଟି ଯାଇଛି। ଗୁଣି ସନ୍ଦେହରେ ଗ୍ରାମର କେତେକ ଲୋକେ ପ୍ରଥମେ ୪ଜଣଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀ ଥାନାରେ ଏତଲା ଦେଲେ। ତେବେ…

BCCIର ଐତିହାସିକ ନିଷ୍ପତ୍ତି, ପୁରୁଷ ଓ ମହିଳା ଖେଳାଳିଙ୍କୁ ମିଳିବ ସମାନ ଦେୟ

ମୁମ୍ବାଇ: କ୍ରିକେଟରେ ହଟିଲା ପାତରଅନ୍ତର । ବିସିସିଆଇ ନେଲା ବଡ଼ ପଦକ୍ଷେପ । ପୁରୁଷଙ୍କ ଭଳି ମହିଳା କ୍ରିକେଟରଙ୍କୁ ମିଳିବ ସମାନ ପାରିଶ୍ରମିକ । ବିସିସିଆଇ ନୂଆ ନୀତି ଆପଣାଇବା ସହ ମ୍ୟାଚ୍ ଦେୟକୁ ନେଇ ମହିଳା ଓ ପୁରୁଷ ଖେଳାଳିଙ୍କ ମଧ୍ୟରେ ଥିବା ତାରତମ୍ୟରେ ପୂର୍ଣ୍ଣଛେଦ ଟାଣିଛି । ଏଣିକି…

ଦାଦନ ଖଟିବାକୁ ଯାଇ ୨ ଜଣ ନିଖୋଜ, ଶ୍ରମ ଅଧିକାରୀଙ୍କ ପାଖରେ ଖବର ନାହିଁ

ନୂଆପଡ଼ା: ଦାଦନ ଖଟିବାକୁ ଯାଇଥିଲେ, ଏବେ ଖୋଜ ଖବର ମିଳୁନି । ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁସଦହନା ଗାଁ ଓ ସଦର ବ୍ଲକ ସରଧାପୁର ଗାଁର ୨ ଜଣ ଦାଦନ ଖଟିବାକୁ ଯାଇ ନିଖୋଜ ଅଛନ୍ତି । ପରିବାରର ପେଟ ପୋଷିବାକୁ କୁସଦହନା ଗାଁର ଭୋଳା ମଲ୍ଲିକ ହାଇଦ୍ରାବାଦର ମିର୍ଚେଳ ଅଞ୍ଚଳର ଇଟା ଭାଟିରେ ଯାଇ…

ବିଗ୍ ବସ୍ ୧୬ରେ ମିଳିଲା ନୂତନ ଟାସ୍କ, ନିମ୍ରିତ ଓ ଗୌତମଙ୍କ ମଧ୍ୟରେ କଡ଼ା ଟକ୍କର

ମୁମ୍ବାଇ: ବିଗ୍ ବସ୍ ୧୬ ରେ ଆଗାମୀ ଦିନରେ ନୂଆ ନୂଆ ଟାସ୍କ ଘରର ସଦସ୍ୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଛି। ଗତକାଲି ରାତି ଶୋ’ରେ ପୁଣି ଥରେ ସାଙ୍ଗମାନଙ୍କ ମଧ୍ୟରେ ଜୋରରେ ଶୁଣିବାକୁ ମିଳିଲା। ଘରେ ତିଆରି ବନ୍ଧୁମାନେ ବର୍ତ୍ତମାନ ପରସ୍ପର ବିରୁଦ୍ଧରେ ଠିଆ ହୋଇଥିବା ଦେଖାଯାଉଛି। ଶୋ ଆରମ୍ଭରେ…

ଜୟା ବଚ୍ଚନଙ୍କ ମିମିକ୍ରି କରି ଯୁବତୀଙ୍କ ଭିଡିଓ ଭାଇରାଲ

ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କର ଭିଡିଓକୁ ନେଇ ବେସ ଚର୍ଚ୍ଚା ଚାଲିଛି। ଭାଇରାଲ କ୍ଲିପ୍‌ରେ ଏହି ଯୁବତୀ ଜଣକ ବଲିଉଡ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କୁ ଅନୁକରଣ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଯୁବତୀ ଜଣକ ମିମିକ୍ରି କରିବା ସମୟରେ କେଉଁ…

ଧାମନଗର ଉପନିର୍ବାଚନ, ବିଜେପି ପରେ ନିର୍ବାଚନ କମିଶନଙ୍କୁ ଆଜି ଫେରାଦ ହେବ ବିଜେଡି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନକୁ ନେଇ ବିଜେପି, ବିଜେଡି ମୁହାଁମୁହିଁ ହୋଇଛନ୍ତି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନିର୍ବାଚନ କମିଶନଙ୍କୁ ଭେଟିଥିଲେ । ଅଭିଯୋଗ କରିଥିଲେ, ବିଜେଡି ଭୋଟରଙ୍କୁ ଟଙ୍କା ବାଣ୍ଟି ନିର୍ବାଚନ…

ଖରାପ ଜୀବନଶୈଳୀ କିଡନୀ ଖରାପ ହେବାର କାରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କିଡନୀ ନିଜେ ଆମ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ ସାହାଯ୍ୟ କରେ। ଏହା ସହିତ ଏହା ଆମ ଶରୀରକୁ ମଧ୍ୟ ଡିଟକ୍ସ କରିଥାଏ। ଯଦି ଆମର କିଡନୀ ସଠିକ୍ ଭାବରେ କାମ ନକରେ, ତେବେ ଶରୀରରେ ଅନେକ ରୋଗ ହୋଇପାରେ। ଖରାପ…

ଜାତୀୟସ୍ତରର କୁସ୍ତି ଖେଳାଳିଙ୍କ ହତ୍ୟାରେ ପୋଲିସକୁ ବଡ ସଫଳତା, ଚିହ୍ନଟ ହେଲା ମୁଖ୍ୟ ଅଭିଯୁକ୍ତ

ଗାଜିଆବାଦ: ଜାତୀୟସ୍ତରର କୁସ୍ତି ଖେଳାଳି ଅରୁଣ ଓରଫ ବରୁଣଙ୍କ ହତ୍ୟା ଘଟଣାରେ ସ୍ଥାନୀୟ ପୋଲିସକୁ ବଡ ସଫଳତା ହାତ ଲାଗିଛି । ଏଥିରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଚିହ୍ନଟ କରିବାରେ ସଫଳ ହୋଇଛି । ରିପୋର୍ଟ ମୁତାବକ ରାଜପୁର ଗ୍ରାମର ଜଣେ ଯୁବକ ଏହି କାଣ୍ଡ ଘଟାଇଛି । ପୋଲିସ ତା ଘରେ ପଂହଚିଥିଲେ…