କବିତା : ମୋ ଭାଗର ରଙ୍ଗ
ମଞ୍ଜୁ ରାଣୀ ବେହେରା
ମୋ ଭିତରେ
ଅନେକ ଭାଗରେ ବଣ୍ଟା ଏ ପୃଥିବୀ
ପ୍ରତିଟି ଭାଗରେ ବିଭକ୍ତ ମୁଁ
ନିଜ ସନ୍ଧାନରେ।
ବିକଳ ହୋଇ ଖାଲି ଦୌଡୁଥାଏ
ମୋ ଭିତରେ ସରି ସରି ଆସୁଥିବା ମୁଁକୁ
କେବଳ ଡରୁଥାଏ।
ସେମାନେ ଛାଡ଼ି ଯିବେ
ମୋ ଠୁ ଦୂରେଇ ଯିବେ
ଏଇ ଭୟରେ ଖୁବ୍ କମ୍ ସଂପର୍କ ଗଢିଲି।…