Latest Odisha News

BREAKING NEWS

ଲକଡାଉନ୍‌ ଦ୍ୱାରା ପ୍ରଭାବିତ ୩୬୦୦ ଡ୍ୟାନ୍ସରଙ୍କୁ ‌୧ ମାସର ରାସନ ଦେବେ ଅକ୍ଷୟ

ମୁମ୍ବାଇ: ମହାମାରୀ କାରଣରୁ ସଂଘର୍ଷ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ସେଲିବ୍ରିଟି ଆଗେଇ ଆସିଛନ୍ତି। କୋଭିଡ-୧୯ ର ଦ୍ୱିତୀୟ ତରଙ୍ଗ ସହିତ ଭାରତ ମୁକାବିଲା କରୁଥିବାବେଳେ ବଲିଉଡ୍‌ ଅଭିନେତା ଅଭିନେତା ପୁଣି ଥରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।…

କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଗଲା ହ୍ୱାଟ୍ସଆପ୍

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ହ୍ୱାଟ୍ସଆପ୍ । ଆଜିଠୁ ଲାଗୁ ହେଉଥିବା ଆଇଟି ନିୟମକୁ ରୋକିବା ପାଇଁ ହ୍ୱାଟ୍ସଆପ୍ ଦିଲ୍ଲୀ ହାଇକୋର୍ଟରେ ଦାବି କରିଛି । ବିଗତ ଦିନରେ ବ୍ୟବହାରକାରୀଙ୍କ ଗୋପନୀୟତାକୁ ନେଇ ଚର୍ଚ୍ଚାରେ ଥିବା ହ୍ୱାଟ୍ସଆପ୍ କହିଛି-…

ଅଭିନେତା କମଲ ଆର ଖାନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ସଲ୍‌ମାନ

ମୁମ୍ବାଇ: ସଲମାନ ଖାନ ଅଭିନେତା କମଲ ଆର ଖାନଙ୍କ ବିରୋଧରେ ମୁମ୍ବାଇ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଏ ନେଇ ସଲ୍‌ମାନ ଖାନ୍‌ଙ୍କ ଟିମ୍‌ ପକ୍ଷରୁ କମଲ ଆର ଖାନଙ୍କୁ ଏକ ନୋଟିସ ଜାରି କରାଯାଇଛି। ନୋଟିସ ଅନୁଯାୟୀ ସଲମାନ ଖାନଙ୍କ ଆଇନ ଟିମ୍‌ ଗୁରୁବାର ଦିନ ସିଟି ସିଭିଲ…

କରୋନା ନେଲାଣି ୫୦୦ରୁ ଅଧିକ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ତରଙ୍ଗ ସମୟରେ ସାରା ଦେଶରେ ୫୧୩ ଡାକ୍ତର ପ୍ରାଣ ହରାଇଛନ୍ତି ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ମଙ୍ଗଳବାର ଦିନ କହିଛି। ଆଇଏମଏ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ କେବଳ ୧୦୩ ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। ୯୬ ମୃତ୍ୟୁ…

ଭଦ୍ରକ ଜିଲ୍ଲାରେ ତାଣ୍ଡବ ରଚିଲା ୟାସ୍

ଭଦ୍ରକ: ବାଲେଶ୍ୱର ଉପକୂଳରେ ଲାଣ୍ଡଫଲ୍ କରିଛି ବାତ୍ୟା ୟାସ୍ । ଯିବା ରାସ୍ତାରେ ଭଦ୍ରକ ଜିଲ୍ଲାରେ କରାଳ ରୂପ ଦେଖାଇଥିଲା । ପ୍ରକୋପ ଛାଡ଼ିଛି ୟାସ୍ । ପ୍ରବଳ ବେଗରେ ବହିଥିଲା ପବନ । ଉପୁଡ଼ି ପଡ଼ିଛି ବହୁ ବଡ଼ ବଡ଼ ଗଛ । କେଉଁଠି ରାସ୍ତାରେ ଶୋଇ ପଡ଼ିଛି । ନଡ଼ିଆ ଓ ତାଳ ଗଛକୁ ମୋଡ଼ି…

ପୁରୀରେ ଟିକାକରଣ ଲାଗି ଅନଲାଇନ୍ ସ୍ଲଟ୍ ବୁକିଂ ଆରମ୍ଭ

ପୁରୀ: ପୁରୀ ସହରରେ ୧୮ରୁ ୪୪ ବୟସ ବର୍ଗଙ୍କ ଟିକାକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ ବୁଧବାର ସକାଳ ୧୦ ଟାରୁ ଆରମ୍ଭ ହୋଇଛି। “ପୁରୀ ସହରରେ ୧୮ରୁ ୪୪ ବୟସ ବର୍ଗରେ ଆସନ୍ତାକାଲି ଟିକାକରଣ ପାଇଁ ଅନଲାଇନ୍ ବୁକିଂ ଆଜି ସକାଳ ୧୦ ଟାରୁ କରିପାରିବେ।

ଆସନ୍ତା ବର୍ଷ ଭାରତରେ ସିଙ୍ଗଲ୍‌ ଡୋଜ୍ ଟିକା ଲଞ୍ଚ କରିପାରେ ମଡର୍ନା; ଚଳିତ ବର୍ଷ ୫ କୋଟି ଡୋଜ ଦେବ ଫାଇଜର!

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ଆସନ୍ତା ବର୍ଷ ଭାରତରେ ସିଙ୍ଗଲ୍‌ ଡୋଜ୍ ଟିକା ଲଞ୍ଚ କରିପାରେ ମଡର୍ନା। ଏହାସହିତ ଆମେରିକାର ଅନ୍ୟ ଏକ ବୃହତ୍ ଟିକା ପ୍ରସ୍ତୁତକାରୀ କମ୍ପାନି ଫାଇଜର ଚଳିତ ବର୍ଷ ୫ କୋଟି ଡୋଜ୍‌ ଦେବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି। ତେବେ ୨୦୨୧ରେ ଅତିରିକ୍ତ ଟିକା ନଥିବା ନେଇ…

ଆଜି ଓଡ଼ିଶାରୁ କରୋନା ନେଇଛି ରେକର୍ଡ ୩୫ ଜୀବନ, ସପ୍ତାହେ ଭିତରେ ୨୦୦ ମୃତ

ଭୁବନେଶ୍ୱର: କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍ । ରାଜ୍ୟରେ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୩୫ ଜୀବନ ନେଇଛି କରୋନା । ଯାହାକି ବର୍ତ୍ତମାନ ସୁଦ୍ଧା ଦିନକରେ ସର୍ବାଧିକ । ୧୬ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଓ ଅନୁଗୋଳ…

କରୋନା ଦ୍ୱିତୀୟ ତରଙ୍ଗ ଯୋଗୁ ଅନାଥ ହେଲେଣି ୫୦୦ରୁ ଅଧିକ ଶିଶୁ

ନୂଆଦିଲ୍ଲୀ: କୋଭିଡ-୧୯ ମାମଲାରେ ବୃଦ୍ଧି ଯୋଗୁ ଅନେକ ଲୋକ ପ୍ରାଣ ହରାଇସାରିଲେଣି। ଏହାର ଅଧିକ ପ୍ରଭାବ ପଡ଼ିଛି ଶିଶୁମାନଙ୍କ ଉପରେ। କରୋନା ଜନିତ ମୃତ୍ୟୁ ଯୋଗୁ ଭାରତରେ ପ୍ରାୟ ୫୦୦ରୁ ଅଧିକ ଶିଶୁ ଅନାଥ ହୋଇଥିବା ସୂଚନା ମିଳିଛି। ସରକାରୀ ସୂତ୍ର ଅନୁଯାୟୀ ୫୭୭ ପିଲା ମହାମାରୀ ହେତୁ…

କାଲି କମିଥିଲା, ଆଜି ବଢ଼ିଲା: ଦେଶରେ ପୁଣି ୨ ଲକ୍ଷ ପାର କଲା ଦୈନିକ ସଂକ୍ରମଣ, ମୃତ୍ୟୁସଂଖ୍ୟା ୪ ହଜାର

ନୂଆଦିଲ୍ଲୀ: କାଲି କମିଥିଲା । ଆଜି ବଢ଼ିଲା । ଦେଶରେ ଗତକାଲି ଦୈନିକ ସଂକ୍ରମଣ ୪୦ ଦିନ ପରେ ୨ ଲକ୍ଷ ତଳକୁ ଖସିଥିଲା । ସେହିପରି ମୃତ୍ୟୁସଂଖ୍ୟା ବି ୪ ହଜାର ତଳକୁ ହ୍ରାସ ପାଇଥିଲା । ଆଜି ପୁଣି ଥରେ ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୮ହଜାର ୯୨୧ ନୂଆ ଆକ୍ରାନ୍ତ ।…