Latest Odisha News

BREAKING NEWS

କୋଭିଡ୍ ସୁପରିଚାଳନା ପାଇଁ ଆଶାକର୍ମୀଙ୍କୁ ମିଳିବ ୧୦ ହଜାର ଟଙ୍କା

ଭୁବନେଶ୍ବର : କୋଭିଡ ପରିଚାଳନା ପାଇଁ ଆଶାକର୍ମୀଙ୍କୁ ମିଳିବ ୧୦ ହଜାର ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଶାକର୍ମୀଙ୍କୁ ଏକକାଳୀନ ମିଳିବ ସହାୟତା । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ । ଗ୍ରାମାଞ୍ଚଳ ସହ…

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ସମୀକ୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ନେଇ ସମୀକ୍ଷା କରିଛନ୍ତି ଏସଆରସି । ଏନେଇ ପୋଲିସ, ଅଗ୍ନିଶମ, ଓଡ୍ରାଫ୍, ଏନଡିଆରଏଫ୍ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଏହାସହ ଜିଲ୍ଲାପାଳ ଓ ଏସପିଙ୍କ ସହ ମଧ୍ୟ କଥା ହୋଇଛନ୍ତି ଏସଆରସି ।…

କରୋନା ମହାମାରୀ ଯୋଗୁ ବାତିଲ ହେଲା ଏସିଆ କପ କ୍ରିକେଟ

କଲମ୍ବୋ:କ୍ରିକେଟ ପ୍ରେମୀମାନଙ୍କ ପାଇଁ ନୈରାଶ୍ୟଜନକ ଖବର । ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ କ୍ରିକେଟକୁ ବୁଧବାର ବାତିଲ କରି ଦିଆଯାଇଛି । ଭାରତ ଏବଂ ଶ୍ରୀଲଙ୍କାରେ କରୋନା ମହାମାରୀ ତାର ତାଣ୍ଡବ ଜାରୀ ରଖିଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବରୁ ଏହି ଟୁର୍ଣ୍ଣାମେଂଟ…

ଇଂଲଣ୍ଡରେ ହୋଇପାରେ ଆଇପିଏଲର ବଳକା ମ୍ୟାଚ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମେ ୨୯ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛି । ଏହି ବୈଠକରେ ଅନ୍ୟ ପ୍ରସଙ୍ଗ ସହ ଆଇପିଏଲର ବଳକା ମ୍ୟାଚ କେଉଁଠାରେ ହେବ ସେ ନେଇ ଆଲୋଚନା ହେବାକୁ ଅଛି । ମିଳିଥିବା ରିପୋର୍ଟ ଅନୁସାରେ ଟି୨୦ ବିଶ୍ୱକପ ପାଇଁ ବିସିସିଆଇ ୟୁଏଇକୁ ଷ୍ଟାଣ୍ଡବାଇ…

ଭୁବନେଶ୍ବରରୁ ୯୨୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଚିନ୍ତା ବଢ଼ାଉଛି ମହାମାରୀ କରୋନା । କିନ୍ତୁ ଅଧିକ ଚିନ୍ତା ବଢ଼ାଉଛି ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ବର । ପ୍ରତିଦିନ ଏଠାରେ ଚିହ୍ନଟ ହେଉଛନ୍ତି ଶତାଧିକ ପଜିଟିଭ୍ । ଏଭଳିସ୍ଥିତିରେ ଆଜି ରାଜଧାନୀ ଭୁବନେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୯୨୫ ଜଣ ଆକ୍ରାନ୍ତ ।…

ଡ୍ରାଇଭ୍ ଇନ୍ ଟିକାକରଣକୁ ମନା

ଭୁବନେଶ୍ବର : ରାଜ୍ୟରେ ବନ୍ଦ ହେବ ଡ୍ରାଇଭ୍ ଇନ୍ ଓ ଡୋର୍ ଷ୍ଟେପ୍ ଟିକାକରଣ । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନରେ ଡ୍ରାଇଭ୍ ଇନ୍…

ଗାଁରେ କରୋନା ସଚେତନତା

ଢେଙ୍କାନାଳ: କରୋନା ସ୍ଥିିତି ବିଗିଡ଼ିବାରେ ଲାଗିଥିବା ବେଳେ ଲୋକଙ୍କୁ କରାଯାଉଛି ସଚେତନ । ଏନେଇ ଘର ଘର ବୁଲି ତଦାରଖ ବି କରାଯାଉଛି । ସେହିଭଳି ଢେଙ୍କାନାଳ କାମାକ୍ଷାନଗର ବ୍ଲକ୍ ସୋଗର ଗାଁକୁ ସାନିଟାଇଜ କରାଯାଇଛି । ଦିନକୁ ଦିକ ସେଠାରେ ସଂକ୍ରମଣ ବଢୁଥିବା ବେଳେ ଏହି ସବୁ ପଦକ୍ଷେପ ନିଆଯାଇଛି…

ତାତି କରୁଛି କଲବଲ, ୪୦ ଡିଗ୍ରୀ ଉପରେ ୧୦ ସହର

ଭୁବନେଶ୍ବର : ତାତି କରୁଛି କଲବଲ । ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଲେଣି ରାଜ୍ୟବାସୀ । ହଠାତ ତାପମାତ୍ରା ବୃଦ୍ଧି ପାଇବା ପରେ ଆଉଟୁପାଉଟୁ ହେଲେଣି ଲୋକେ । ଏଭଳି ସ୍ଥିତିରେ ଆଜି ୪୦ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୦ ସହରର ତାପମାତ୍ରା । ତେବେ ୪୧.୫ ଡିଗ୍ରୀ ସହ ଟିଟିଲାଗଡ଼…

ରେଲୱେ ସମ୍ପତ୍ତି ଚୋରି ଅଭିଯୋଗରେ ୩ ଜଣ ଗିରଫ

ଭୁବନେଶ୍ବର : ରେଳ ସମ୍ପତ୍ତି ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ରେଳ ସୁରକ୍ଷା ବଳ ବା ଆରପିଏଫ । ଭୁବନେଶ୍ବର ରେଳ ବିହାରରୁ ଚୋରି କରୁଥିବା ସମୟରେ ୩ ଜଣଙ୍କୁ ଗିରଫ କରିଛି ଆରପିଏଫ୍ । ରେଳ ବିହାର ବାସିନ୍ଦାଙ୍କଠାରୁ ସୂଚନା ପାଇବା ସହ ସିସିଟିଭି ଫୁଟେଜ୍ ଆଧାରରେ ଆରପିଏଫ୍ କ୍ରାଇମ…

ରାଜ୍ୟରୁ ସୁସ୍ଥ ହେଲେ ୧୦ ହଜାର ୩୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ନେଇ ଚିନ୍ତା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୧୦ ହଜାରରୁ ଅଧିକ ପଜିଟିଭ୍ । ସାରା ରାଜ୍ୟରୁ ଆଜି ୧୦ ହଜାର ୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ…