Latest Odisha News

BREAKING NEWS

ରିକ୍ସା ଚାଳକଙ୍କୁ ୩ କୋଟି ଟଙ୍କାର ଟିକସ ପୈଠ କରିବାକୁ ଆଇଟିର ନୋଟିସ

ମଥୁରା: ରିକ୍ସା ଚାଳକଙ୍କୁ ୩ କୋଟି ଟଙ୍କାର ଟିକସ ପୈଠ କରିବାକୁ ଆୟକର ବିଭାଗ ନୋଟିସ ଜାରି କରିଛି। ବିଶ୍ବାସ ନ ହେଉଥିଲେ କଥାଟି ସତ। ଉତ୍ତରପ୍ରଦେଶ ମଥୁରାରୁ ଏଭଳି ଏକ ଘଟଣା ସାମ୍‌ନାକୁ ଆସିଛି। ମଥୁରାର ଜଣେ ରିକ୍ସା ଚାଳକଙ୍କୁ ୩ କୋଟି ଟଙ୍କା ଟିକସ ପୈଠ କରିବାକୁ ଆୟକର ବିଭାଗ ନୋଟିସ…

ରୋଗୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ମାଗଣା ଚିକିତ୍ସା; ପ୍ରିୟଙ୍କା

ନୂଆଦିଲ୍ଲୀ: ଦଳ ଜିତିଲେ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ ସରକାର ଗଠନ ପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଏବଂ…

ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୩ ନକ୍ସଲ ମୃତ

ମାଲକାନଗିରି: ଛତିଶଗଡ଼ ବିଜାପୁର ଓ ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ସୀମାନ୍ତରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ। ଏଥିରେ ୩ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ଘଟଣା ସ୍ଥଳରୁ ଯବାନମାନେ ତିନୋଟି ଅତ୍ୟାଧୁନିକ ବନ୍ଧୁକ ସହ ଭାରିମାତ୍ରାରେ ବିସ୍ଫୋରଣ ସାମଗ୍ରୀ ଜବତ କରିଛନ୍ତି।…

ରିମାଣ୍ଡ ସରିବା ପରେ ଜେଲ ଗଲା ଅଭିଯୁକ୍ତ ଗୋବିନ୍ଦ ସାହୁ

ବଲାଙ୍ଗୀର: ରିମାଣ୍ଡ ସରିବା ପରେ ପୁଣି ଜେଲ ଗଲା ଗୋବିନ୍ଦ ସାହୁ। ମମିତା ମେହେର ହତ୍ୟା ଘଟଣାରେ ଗୋବିନ୍ଦକୁ ୫ଦିନିଆ ରିମାଣ୍ଡରେ ନେଇଥିଲା ବଲାଙ୍ଗୀର ପୋଲିସ୍। ଏହି ସମୟରେ ଅଭିଯୁକ୍ତ ଗୋବିନ୍ଦ ଦ୍ୱାରା ସମ୍ପୂର୍ଣ୍ଣ ଘଟଣାର ସିନ ରିକ୍ରିଏସନ କରିଥିଲା ପୋଲିସ। ତେବେ ପୋଲିସ ରିମାଣ୍ଡ ଅବଧି…

ଯୁବତୀଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

କେନ୍ଦୁଝର: ଯୁବତୀଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ବସନ୍ତପୁରର ବୁଢ଼ା ଖମଣ ସାହିରେ ଦେଖିବାକୁ ମଳିଛି ଏହି ଅଭାବନୀୟ ଘଟଣା। ସାହିରୁ ଜଣେ ଯୁବତୀଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଘର ନିକଟସ୍ଥ ଏକ ଗଡ଼ିଆ ମଧ୍ୟରୁ ମୃତଦେହ…

ରାଜ୍ୟରୁ ୪୨୫ ନୂଆ ଆକ୍ରାନ୍ତ ଚିହ୍ନଟ; ୭୧ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍‌। ଆଜି ସାମାନ୍ୟ କମିଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୪୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୭୧ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୪୯ ଜଣ ସଂକ୍ରମିତ…

ବିଜେପିର ୧୨ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି

ସୋନପୁର: କଳାହାଣ୍ଡି ଜିଲ୍ଲାର ମାହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା। ଏନେଇ ସାରା ରାଜ୍ୟରେ ବଢ଼ୁଛି ଜନଅସନ୍ତୋଷ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିବାବେଳେ ଏଥିରେ କିଛି ଶାସକ ଦଳର ନେତା ସମ୍ପୃକ୍ତ ଥିବା ଅଭିଯୋଗ କରିଛି…

ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ହଟିଲା କ୍ବାରେଣ୍ଟାଇନ୍‌ କଟକଣା

ନୂଆଦିଲ୍ଲୀ: ଆଜିଠୁ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ହଟିଲା କ୍ବାରେଣ୍ଟାଇନ୍‌ କଟକଣା। ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଭାରତ ନୂତନ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁ ଦେଶର ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦନ ହୋଇଛି ସେହି ଦେଶରୁ ଯାତ୍ରୀମାନଙ୍କୁ କ୍ବାରେଣ୍ଟାଇନ୍‌ରେ…

କେବେ ଶେଷ ହେବ ମହାମାରୀ? ଜାଣନ୍ତୁ କ’ଣ କହିଲେ ‘ହୁ’ ମୁଖ୍ୟ

ନୂଆଦିଲ୍ଲୀ: କେବେ ସରିବ ମହାମାରୀ? ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ କହିଛନ୍ତି ଯେ ଯେତେବେଳେ ବିଶ୍ୱ ଏହାକୁ ସମାପ୍ତ କରିବାକୁ ଚାହିଁବ ସେତେବେଳେ କରୋନା ମହାମାରୀ ଶେଷ ହେବ। ବର୍ଲିନରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ତାଙ୍କ ସମ୍ବୋଧନ…

ଆଜି ବିଜେପିର ୧୨ଘଣ୍ଟିଆ ବାରିପଦା ବନ୍ଦ

ବାରିପଦା: ଆଜି ବିଜେପିର ୧୨ଘଣ୍ଟିଆ ବାରିପଦା ବନ୍ଦ ଡ଼ାକରା। ବିଜେପି କର୍ମୀଙ୍କୁ ମାଡ଼ ସହ ୧୬ଦଫା ଦାବି ନେଇ ଏହି ବନ୍ଦ ଡ଼ାକରା ଦିଆଯାଇଛି। ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ଡ଼ାକରା ଦିଆଯାଇଛି।…