Latest Odisha News

BREAKING NEWS

ଓଆରଏଚଡିସି ଦୁର୍ନୀତି ମାମଲା: ଝାରପଡ଼ା ଜେଲ୍ ଗଲେ ଆଇଏସ୍ ବିନୋଦ କୁମାର, ୩ବର୍ଷ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର : ଓଆରଏଚଡିସି ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଥିବା ବରିଷ୍ଠ ଆଇଏସ୍ ଅଫିସର ବିନୋଦ କୁମାରଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୦୦ ମସିହାରେ ଓଆରଏଚଡିସିି ରେ ୫୫ଲକ୍ଷ ଟଙ୍କାର ମହାଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିଲା । ସେ…

ଆଶାକର୍ମୀଙ୍କ ଆର୍ଥୀକ ଅବ୍ୟାହତି ସହାୟତା ରାଶି ୨୦ ହଜାର ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ଆଶାକର୍ମୀଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଆଶାକର୍ମୀଙ୍କ ଆର୍ଥୀକ ସହାୟତା ରାଶି ୨୦ ହଜାର ଟଙ୍କାକୁ ବୃଦ୍ଧି…

କମବ୍ୟାକ୍ କରୁଛନ୍ତି କାଜୋଲ…

‘ହେଲିକପ୍ଟର ଇଲା’ ଫିଲ୍ମ ମାଧ୍ୟମରେ ପୁଣିଥରେ ବଲିଉଡକୁ କମବ୍ୟାକ୍ କରୁଛନ୍ତି ଫେମସ୍ ଅଭିନେତ୍ରୀ କାଜୋଲ । କାଜୋଲ ଶେଷଥର ପାଇଁ ୨୦୧୫ରେ ‘ଦିଲୱାଲେ’ ଫିଲ୍ମରେ ଦେଖିବାକୁ ମିଳିଥିଲେ । ଦୀର୍ଘ ଦିନର ବ୍ୟବଧାନ ପରେ ସେ ‘ହେଲିକପ୍ଟର ଇଲା’ରେ ଏକ ଭିନ୍ନ ଲୁକ୍ ରେ ନଜର ଆସିବାକୁ ଯାଉଛନ୍ତି ।…

ଭୁବନେଶ୍ୱର: ଅନନ୍ତ ବାସୁଦେବ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ, ରୋଷଘରର ୨୦ ବଖରା ଭସ୍ମୀଭୁତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ମନ୍ଦିରର ରୋଷଘରେ କୌଣସି କାରଣବଶତଃ ନିଆଁ ଲାଗି ଯାଇଥିଲା । ନିଆଁ ଲାଗି ମନ୍ଦିରର ରୋଷଘରର ପାଖାପାଖି ୨୦ଟି ବଖରା ସମ୍ପୂର୍ଣ୍ଣ ପୋଡି ପାଉଁଶ…

ଜଷ୍ଟିସ କେ.ଏସ. ଜାଭେରୀ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି: ୧୨ ତାରିଖରେ ଶପଥ ଗ୍ରହଣ କରିବେ

କଟକ : ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଓଡିଶା ହାଇକୋର୍ଟର ୩୦ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ଅଗଷ୍ଟ୧୨ ତାରିଖ ରବିବାର ଦିନ ହାଇକୋର୍ଟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଶପଥ ଗ୍ରହଣ ଉତ୍ସବରେ ପାଖାପାଖି ଅପରାହ୍ନ ୪ଟା ବେଳେ ଜଷ୍ଟିସ ଜାଭେରୀଙ୍କ ଶପଥ…

ପ୍ରସିଦ୍ଧ ଲେଖକ ଗଣେଶ୍ୱର ମିଶ୍ରଙ୍କ ଲେଖା ‘ପୁରୀ ବୋଲି’କୁ ସମୃଦ୍ଧ କରିପାରିଛି

ଭୁବନେଶ୍ୱର : ପ୍ରସିଦ୍ଧ ଓଡ଼ିଆ ଲେଖକ ଗଣେଶ୍ୱର ମିଶ୍ରଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଭୁବନେଶ୍ୱର ମହାବୋଧି ସୋସାଇଟି ପରିସରରେ ଥିବା ବୁଦ୍ଧମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତଃ ଗଣେଶ୍ୱର ମିଶ୍ର ସ୍ମାରକୀ ବକ୍ତୃତା ପ୍ରଦାନ ଅବସରରେ ବିଖ୍ୟାତ ଗବେଷକ ତଥା ଲେଖକ ସିଧେଶ୍ୱର ମହାପାତ୍ର…

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଜିତିଲେ ଏନଡିଏ ପ୍ରାର୍ଥୀ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ବିଜୟୀ ହୋଇଛନ୍ତି । ଏନେଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ରାଜ୍ୟସଭାର ଉପସଭାପତି ପଦ ପାଇଁ ଦିଲ୍ଲୀ ରାଜନୀତି ସରଗରମ…

କରୁଣାନିଧିଙ୍କ ଅନ୍ତ୍ୟେଷ୍ଟିକ୍ରିୟା ମାରିନା ବିଚରେ ସମ୍ପନ୍ନ

ଚେନ୍ନାଇ: ତାମିଲନାଡୁ ରାଜନୀତିର ଭୀଷ୍ମ ପିତାମହ ଭାବେ ପରିଚିତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ କରୁଣାନିଧିଙ୍କ ଅନ୍ତ୍ୟେଷ୍ଟି କ୍ରିୟା ମାରିନା ବିଚରେ ସଂପର୍ଣ୍ଣ ହୋଇଛି । ସୂଚନା ଅନୁଯାୟୀ ସେ ଦୀର୍ଘଦିନ ଧରି ମୂତ୍ରାଶୟ ଜନିତ ରୋଗରେ ପିଡିତ ହୋଇ ଚେନ୍ନାଇର କାବେରୀ…

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ‘ବିଜୁ ଜନତା ଦଳ’ ଏନଡ଼ିଏ ସମର୍ଥୀତ ଜେଡ଼ି (ୟୁ)ପ୍ରାର୍ଥୀଙ୍କୁ ସମର୍ଥନ କରିବ

ଭୁବନେଶ୍ୱର : ଆସନ୍ତା କାଲି ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଛି । ତେବେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି । ଆଜି ରାତିରେ ମୁମ୍ବାଇରୁ ଫେରି ଭୁବନେଶ୍ୱରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଦଳ ଏନଡ଼ିଏ ସମର୍ଥୀତ ଜେଡ଼ି…

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ନବୀନଙ୍କୁ ମନେଇବାକୁ ବହୁ ବରିଷ୍ଠ ନେତାଙ୍କ ଗହଳି

ଭୁବନେଶ୍ୱର : ରାତି ପାହିଲେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ସଂସଦରେ ଅନାସ୍ଥା ପ୍ରସ୍ତାବରେ ସଂସଦର ଆସ୍ଥା ଭାଜନ ହେଲା ଶାସକ ଏନଡ଼ିଏ । କିନ୍ତୁ କିଛିଦିନ ଧରି ଜାତୀୟ ରାଜନୀତିରେ ହଟଚମଟ ଲାଗି ରହିଥିଲା । ସେହିପରି ୯ ତାରିଖରେ ରାଜ୍ୟସଭାରେ ଅନୁଷ୍ଠିତ ହେବାକୁ ଯାଉଛି ଉପାଧ୍ୟକ୍ଷ ନିର୍ବାଚନ…