Latest Odisha News

BREAKING NEWS

ସାନିଟାଇଜ ହେଲା ଶ୍ରୀମନ୍ଦିର

ପୁରୀ: ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ବନ୍ଦ ରହିଛି ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନର ନୂଆ ଗାଇଡ଼ଲାଇନ୍ ଅନୁସାରେ ପ୍ରତି ରବିବାର ଓ ବିଶେଷ ପର୍ବପର୍ବାଣୀ ଦିନମାନଙ୍କରେ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତି ହୋଇଛି। ଆସନ୍ତାକାଲି ପୁନର୍ବାର ଦର୍ଶନ ଆରମ୍ଭ ହେବା ପୂର୍ବରୁ ଆଜି ଶ୍ରୀମନ୍ଦିରର…

ରାଜସ୍ଥାନ ରେଷ୍ଟୁରାଣ୍ଟରେ କାହିଁକି ଏପରି ଅଜବ ନିୟମ ?

ଓଡିଶା ସମ୍ବାଦ ବ୍ୟୁରୋ: ରାଜସ୍ଥାନ ରାଜ୍ୟର ଏକ ରେଷ୍ଟୁରାଣ୍ଟ ଖୁବ ଚର୍ଚ୍ଚା ସାଉଣ୍ଟିଛି । ତେବେ ଖାଦ୍ୟକୁ ନେଇ ନୁହେଁ ବରଂ ରେଷ୍ଟୁରାଣ୍ଟର ଏକ ଅଜବ ନିୟମ ସମସ୍ତଙ୍କୁ ତାଜୁବ କରିଛି । ସୋସିଆଲ ମିଡିଆରେ ଏହି ଫଟୋରେ ଲେଖା ହୋଇଥିବା ନିୟମକୁ ନେଇ ବିଭିନ୍ନ ଲୋକେ ଭିନ୍ନଭିନ୍ନ ମତପୋଷଣ କରିଛନ୍ତି…

ଆଇଏମଡିର ପୂର୍ବାନୁମାନ : ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଓ ଉତ୍ତରାଖଣ୍ଡରେ ହେବ ପ୍ରବଳ ବର୍ଷା

ନୂଆଦିଲ୍ଲୀ : ଲଘୁଚାପ ପ୍ରଭାବରେ ଦିଲ୍ଲୀ-ଏନସିଆର ସମେତ ଉତ୍ତରପ୍ରଦେଶ, ହରିୟାଣା ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା । ଆଜି ଓ ଆସନ୍ତାକାଲି ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ…

ଆଲୋଚନା ସଭା ଓ ପ୍ରବନ୍ଧ ଗଳ୍ପଗୁଚ୍ଛ ‘ଗଳ୍ପ ପାଖୁଡ଼ା’ ଲୋକାର୍ପଣ

ଜୟପୁର: ପ୍ରଜ୍ଞାଶ୍ରୀ ଶିକ୍ଷା ବିକାଶ ଏକାଡ଼େମୀ ଜୟପୁର ଆନୁକୂଲ୍ୟରେ ଏକ ଆଲୋଚନା ସଭା ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଶ୍ରୀଅରବିନ୍ଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏକାଡ଼େମୀର ସଭାପତି ଶ୍ରୀନାଥ ମିଶ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଦାଶରଥି ନନ୍ଦଙ୍କ କରକମଳରେ ଗାଳ୍ପିକ ଶ୍ରୀଭଗବାନ…

କେରଳରେ ଜଳ ପ୍ରଳୟ, ୨୧ରୁ ଅଧିକ ଲୋକଙ୍କ ମୃତ୍ୟୁ

କେରଳ : କେରଳରେ ଭୟଙ୍କର ବନ୍ୟା । ଜଳ ପ୍ରଳୟରେ ୨୧ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ନିଖୋଜ ଥିବା ୧୨ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସମଗ୍ର ଦକ୍ଷିଣ ଓ କେନ୍ଦ୍ରୀୟ କେରଳରେ ଲଗାତାର ବର୍ଷା ଲାଗି ରହିଥିବାରୁ, ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ଥୋଡୁପୁଝା, କୋକାୟାର, କୁଟ୍ଟିକାୟି…

ମନୀଷ ଅନୁରାଗ ହତ୍ୟା ମାମଲା : ୪ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ

ଭୁବନେଶ୍ବର : ମନୀଷ ଅନୁରାଗ ହତ୍ୟା ମାମଲାରେ ରିମାଣ୍ଡରେ ଯିବେ ହତ୍ୟା ଅଭିଯୁକ୍ତ । ୪ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ । ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଜେଏମଏଫସି କୋର୍ଟ । ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ଇନଫୋସିଟି ଥାନା…

ରାଜ୍ୟକୁ ଭିଜାଇବ ଆଉ ୨ଟି ଲଘୁଚାପ, ୩ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା

ଭୁବନେଶ୍ବର : ରାଜ୍ୟକୁ ଭିଜାଇବ ଆଉ ୨ଟି ଲଘୁଚାପ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡିଶାର ସମସ୍ତ ଜିଲ୍ଲାରେ ଲଗାଣ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସମେତ…

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ସହଯୋଗୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ବର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ । ପ୍ରଦୀପଙ୍କ ଘର ସମେତ ତାଙ୍କ ସହଯୋଗୀ ଓ ସମ୍ପର୍କୀୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୧୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଚଢ଼ାଉ ତାଲିକାରେ ବ୍ରହ୍ମପୁର ସହର ତଥା ସହର ଉପକଣ୍ଠ ଅଞ୍ଚଳର ୧୦…

ରେଳଧାରଣା ହେଉଥିଲେ ପାରି, ଟ୍ରେନ୍ ଧକ୍କାରେ ଚାଲିଗଲା ଜୀବନ

ଅନୁଗୁଳ: ରେଳଧାରଣା ପାରହେଉଥିବା ସମୟରେ ଟ୍ରେନ୍ ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଆଠମଲ୍ଲିକ-ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଜାମ୍ବୁନାଳୀ ଗାଁ ନିକଟରେ ଏହିଭଳି ଅଭାବନୀୟ ଘଟଣା। ମୃତକ ଦୁଇଜଣ ସମ୍ପର୍କରେ ଖୁଡ଼ି ପୁତୁରା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ପାଇକସାହି ଅଞ୍ଚଳର ୩୫ବର୍ଷୀୟା…

ଆମ ଅସ୍ମିତା ଓ ଅସ୍ତିତ୍ବର ଅନ୍ୟ ନାମ ସାହିତ୍ୟ ହେଉ : ବଳରାମ ପୂଜାରୀ

ମାଟି ଓ ମାଟିମନସ୍କତାକୁ ନେଇ ସବୁବେଳେ କବିତା ଲେଖୁଥିବା କବି ବଳରାମ ପୂଜାରୀ , ଓଡ଼ିଆ ସାହିତ୍ୟ ଜଗତର ଏକ ସଶ୍ରଦ୍ଧ ନାମ । ତାଙ୍କ କବିତା ପାହାଡ଼ର କଥା କହେ , ନଦୀର କଥା କହେ , ଡଙ୍ଗରର ଚିତ୍ର ସଜାଏ ପୁଣି ଆଦିବାସୀମାନଙ୍କ ଜୀବନର ଗୀତ ଗାଏ । ନିଜ ଜନ୍ମମାଟିର ପ୍ରତିଟି ଅଣୁକଣାରେ…