Latest Odisha News

BREAKING NEWS

ମନୋରଞ୍ଜନ ଶିଳ୍ପର ଲୋକଙ୍କୁ ଆର୍ଥିକ ଏବଂ ସ୍ୱାସ୍ଥ୍ୟ ସହାୟତା ଯୋଗାଇବା ଲାଗି କରଣଙ୍କ ନୂଆ ଅଭିଯାନ

ମୁମ୍ବାଇ: କରଣ ଜୋହର ଆଜି ତାଙ୍କ ପିତାଙ୍କ ସ୍ମୃତିରେ ଏକ ଫାଉଣ୍ଡେସନ୍‌ ଆରମ୍ଭ କରିଛନ୍ତି। ଏହାର ନାଁ ସେ ଦେଇଛନ୍ତି 'ୟଶ ଜୋହର ଫାଉଣ୍ଡେସନ'। କରଣ ନିର୍ମାତା ୟଶ ଜୋହରଙ୍କ ବହୁ ପୁରୁଣା ଫଟୋକୁ ନେଇ ତାଙ୍କ ସହକର୍ମୀମାନଙ୍କ ସହିତ ଏକ ସ୍ୱତନ୍ତ୍ର ଭିଡିଓ ସେୟାର କରିଛନ୍ତି। ଭାରତୀୟ…

ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଟିମ୍: ଓଡ଼ିଶାରୁ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା

ନୂଆଦିଲ୍ଲୀ: ଦୁଇ ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଲିମ୍ପିକ୍ସ ଟିକେଟ । ଟୋକିଓ ଅଲିମ୍ପିକ୍ସ ପାଇଁ ଆଜି ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି । ୧୫ ଜଣିଆ ଟିମରେ ଅଛନ୍ତି ଦୁଇ ଓଡ଼ିଆ । ଗତକାଲି ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା ସାମିଲ ହୋଇଥିଲେ ।…

୨୦୨୪ ପୂର୍ବରୁ ୫୦ ପ୍ରତିଶତ ହ୍ରାସ ପାଇବ ସଡକ ଦୁର୍ଘଟଣା!

ନୂଆଦିଲ୍ଲୀ: ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର କହିଛନ୍ତି ଯେ ୨୦୨୪ ସୁଦ୍ଧା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ୫୦ ପ୍ରତିଶତ ହ୍ରାସ କରିବା ପାଇଁ କେନ୍ଦ୍ରର ଲକ୍ଷ୍ୟ ରଖିଛି। ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ଏବଂ ସହରରେ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରିବାର ଆବଶ୍ୟକତା…

ତପୁଙ୍କ ଆଶୁ ଆରୋଗ୍ୟ କାମନା

ଭୁବନେଶ୍ୱର: ମହାମାରୀ କରୋନା କବଳରେ ସେଲିବ୍ରିଟି । କିଛି ଦିନ ହେଲା କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆ୍ରକାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡୁଥିବା ବେଳେ ଅମ୍ଳଜାନ ସ୍ତର ଖସିବାରେ ଲାଗିଛି । ତପୁଙ୍କର ଏବେ ଲମ୍ବା ସମୟ ଧରି…

ପୁଣି ଲକ୍‌ଡାଉନ ହେବ ମହାରାଷ୍ଟ୍ର !

ନୂଆଦିଲ୍ଲୀ: ପୁଣି ମହାରାଷ୍ଟ୍ରରେ ହୋଇପାରେ ଲକ୍‌ଡାଉନ୍‌। ରାଜ୍ୟରେ ସମ୍ଭାବ୍ୟ ଲକ୍‌ଡାଉନ୍‌ ନେଇ ଚିନ୍ତା ଜତାଇଛନ୍ତି ସରକାର। ମହାରାଷ୍ଟ୍ରରେ କରୋନାର ତୃତୀୟ ତରଙ୍ଗ ‘ଡେଲଟା ପ୍ଲସ୍’ ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମହା ସରକାର। ଏହାକୁ ନେଇ ରାଜ୍ୟ ସରକାରଙ୍କ ଜଣେ ବିଭାଗୀୟ…

କୋଭିଡ-୧୯ ଫ୍ରଣ୍ଟଲାଇନ୍‌ କର୍ମଚାରୀଙ୍କ ଲାଗି ‘କଷ୍ଟୋମାଇଜଡ୍ କ୍ରାସ୍ କୋର୍ସ’ ଆରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘କୋଭିଡ-୧୯ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ କଷ୍ଟୋମାଇଜଡ୍ କ୍ରାସ୍ କୋର୍ସ’ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-୧୯ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ କଷ୍ଟୋମାଇଜଡ୍ କ୍ରାସ୍ କୋର୍ସ’ ଆରମ୍ଭ କରିଛନ୍ତି। ଏହି…

ପୋଲିସ ଗୁଳିରେ ଟଳିଲେ ମହିଳା ମାଓନେତ୍ରୀ

ମାଲକାନଗିରି: ଛତିଶଗଡ ଦାନ୍ତେୱାଡାରେ ଏନକାଉଣ୍ଟର । ପୋଲିସ ଗୁଳିଲେ ଜଣେ ମହିଳା ମାଓନେତ୍ରୀ ନିହତ । ତେବେ ତାଙ୍କର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳି ପାରିନାହିଁ । ତାଙ୍କ ପାଖରୁ ଜବତ ହୋଇଛି AK-47 । ଦାନ୍ତେୱାଡା ଜିଲ୍ଲାର କୁମାକଲେଙ୍ଗ ଜଙ୍ଗଲରେ ମାଓ କାମ୍ପ ଚାଲିଥିବା ଗୁଇନ୍ଦା ସୂଚନା…

ବାହାବେଦୀରେ ହୋମ ନିଆଁ ଜଳିବା ଆଗରୁ ଉଠିଲା କୋକେଇ: ବାହାଘର ୪ଦିନ ପୂର୍ବରୁ କରୋନା ନେଲା ବର ଜୀବନ

ଭଦ୍ରକ: ବାହା ଲଗ୍ନ ଧାର୍ଯ୍ୟ ହୋଇଥିଲା । ବିବାହ ପାଇଁ ସରିଥିଲା ସବୁ ପ୍ରସ୍ତୁତି । ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ ବି ଦିଆ ସରିଥିଲା । ଘର କାନ୍ଥରେ ବର-କନିଆ ନାଁ ବି ଲେଖା ସରିଥିଲା । ଚନ୍ଦ୍ରମଣି ସହିତ ଶୁଭସ୍ମିତା । କିନ୍ତୁ ଚନ୍ଦ୍ରମଣିଙ୍କ ଭାଗ୍ୟରେ ସେ ସୁଖ ନଥିଲା । ବାହାଘରକୁ ନେଇ…

ଦେଶର ସର୍ବୋତ୍ତମ ଆଇଟିଆଇ ମଧ୍ୟରେ ଦ୍ୱାଦଶ ସ୍ଥାନରେ (ଆଇଟିଆଇ) ବ୍ରହ୍ମପୁର

ବ୍ରହ୍ମପୁର: ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (ଆଇଟିଆଇ) ବ୍ରହ୍ମପୁର ଦେଶର ସର୍ବୋତ୍ତମ ଆଇଟିଆଇ ମଧ୍ୟରେ ଦ୍ୱାଦଶ ସ୍ଥାନ ଅଧିକାର କରିଛି। ଗ୍ରେଡିଂ ତାଲିକାରେ ୫ ପଏଣ୍ଟରୁ ୪.୦୫ରେ ରହିଛି ବ୍ରହ୍ମପୁର ଆଇଟିଆଇ। ଏମ୍‌ଏସ୍‌ଡିଇ ଦେଶର ଶ୍ରେଷ୍ଠ…

ବିଦ୍ୟାଳୟ ନିର୍ମାଣ ଲାଗି ୧ କୋଟି ଦେଲେ ଅଭିନେତା ଅକ୍ଷୟ କୁମାର

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାର ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ବନ୍ଦିପୋରା ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ ଏଲ୍‌ଓସି ନିକଟରେ ଥିବା ଏକ ସୁଦୂର ଗ୍ରାମ ପରିଦର୍ଶନ କରିଥିଲେ। ଏହାସହିତ ସେଠାରେ ଥିବା ଏକ ସ୍କୁଲ୍ ନିର୍ମାଣ ଲାଗି ୧ କୋଟି ଟଙ୍କା ଦାନ ମଧ୍ୟ କରିଛନ୍ତି। ଏ ନେଇ ସେ…