Latest Odisha News

BREAKING NEWS

ଭାରତୀୟ ଛାତ୍ରଛାତ୍ରୀଙ୍କ କ୍ବାରେଣ୍ଟାଇନ୍‌ ସୁବିଧା ପାଇଁ ୧୦ କୋଟି ଦେଲେ ଆଦର ପୁନାୱାଲା

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡ ଟିକା ନେଇଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ କେତେକ ଦେଶରେ ବିନା କ୍ବାରେଣ୍ଟାଇନ୍‌ରେ ଯାତ୍ରା ପାଇଁ ଅନୁମୋଦନ ମିଳିନାହିଁ। ସେରମ୍‌ ସିଇଓ ଆଦର ପୁନାୱାଲା ବିଦେଶରେ ପଢୁଥିବା ଭାରତୀୟ ଛାତ୍ରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି।…

ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ

ପୁରୀ: ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ । ୧୦ ଜଣ ଭୋଇ ସେବାୟତଙ୍କ ସହାୟତାରେ ରଥ ଭଙ୍ଗା କାମ ଆରମ୍ଭ ହୋଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଛି । ପର୍ଯ୍ୟାୟ କ୍ରମେ ନନ୍ଦିଘୋଷ ଓ ତାଳଧ୍ବଜ ରଥ ଭଙ୍ଗାଯିବ । ଆସନ୍ତା ୧୬ ତାରିଖରେ ଶ୍ରୀମନ୍ଦିର…

CBSE ରେଜଲ୍ଟ ନେଇ ସ୍କୁଲରେ ଉତ୍ତେଜନା

ନୂଆପଡ଼ା : ସିବିଏସଇ ପରୀକ୍ଷା ଫଳାଫଳକୁ ନେଇ ଖଡ଼ିଆଳ ପବ୍ଲିକ ସ୍କୁଲରେରେ ଉତ୍ତେଜନା ଅସନ୍ତୋଷ । ଅଭିଭାବକ ଓ ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି । CBSE ପରୀକ୍ଷା ଫଳରେ ଜାଲିଆତି କରାଯାଇଥିବା ଅଭିଯୋଗ କରି ଅଭିଭାବକ ଓ ଛାତ୍ରଛାତ୍ରୀ ପବ୍ଲିକ ସ୍କୁଲ ପ୍ରିନ୍ସିପାଳଙ୍କ…

ପେଗାସସ୍‌ ମାମଲା; ଯଦି ରିପୋର୍ଟ ସତ ତେବେ ଅଭିଯୋଗ ଗମ୍ଭୀର; ସିଜେଆଇ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲାର ଯାଞ୍ଚ ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ କହିଛନ୍ତି ଯେ ଯଦି ରିପୋର୍ଟ ସତ୍ୟ ତେବେ ଅଭିଯୋଗ ଗମ୍ଭୀର ଏବଂ ଏଥିରେ କୌଣସି ସନ୍ଦେହ ନାହିଁ। ଏଥି…

ଜମ୍ମୁ-କଶ୍ମୀରରେ ବଡ ଧରଣର ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ: ରିପୋର୍ଟ

ନୂଆଦିଲ୍ଲୀ: ଆତଙ୍କବାଦୀମାନେ ଭାରତର ଜମ୍ମୁ-କଶ୍ମୀରରେ ବଡ ଧରଣର ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି । ଗୋଇନ୍ଦା ବିଭାଗ ରିପୋର୍ଟ ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ହାଇ ଆଲର୍ଟରେ ରଖାଯାଇଛି । ପାକିସ୍ତାନ ଏବଂ ଆଇଏସଆଇ ଏଥିନେଇ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଛନ୍ତି । ନିକଟରେ…

୧୩୫ ଦେଶକୁ ବ୍ୟାପିଲାଣି ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: କରୋନାର ଅତ୍ୟଧିକ ସଂକ୍ରାମକ ପ୍ରଜାତି ଡେଲଟା ବର୍ତ୍ତମାନ ୧୩୫ଟି ଦେଶକୁ ମାଡିଗଲାଣି। ଏ ନେଇ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି। ବିଶ୍ବସ୍ତରରେ କରୋନାଭାଇରସ୍ ସଂକ୍ରମିତ ସଂଖ୍ୟା ଆସନ୍ତା ସପ୍ତାହ ସୁଦ୍ଧା ୨୦୦ ମିଲିୟନ୍‌ ଅତିକ୍ରମ କରିବ ବୋଲି ହୁ ଚେତାଇ…

ଫିଲ୍ମ ‘ହମ୍‌ ଆପ୍‌କେ ‌‌‌ହୈ କୌନ୍‌’ର ସଫଳତା ପଛର ରାଜ୍‌ ହେଉଛନ୍ତି ସଲ୍‌ମାନଙ୍କ ପିତା

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତର ହିଟ୍‌ ମୁଭି 'ହମ୍‌ ଆପ୍‌କେ ହୈ କୌନ୍‌' ଆଜି ୨୭ ବର୍ଷ ପୂରିଛି। ଏବେ ବି ଦର୍ଶକଙ୍କ ଆଦୃତ ଲାଭ କରିଛି ଏହି ମୁଭି। ଫିଲ୍ମର ସମସ୍ତ ଚରିତ୍ରଠୁ ନେଇ ଡାଏଲଗ୍‌ ଏବଂ ଗୀତ ସଂରଚନା ବେଶ୍‌ ଦମ୍‌ଦାର ଥିଲା। ଏଥିରେ ସଲ୍‌ମାନ ଏବଂ ମାଧୁରୀଙ୍କ ଯୋଡିକୁ ବେଶ୍‌…

ନିରାଶ କଲେ ଭିନେଶ, ଏବେ ରେପେଚେଜ ରାଉଣ୍ଡ ଆଶାରେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗାଟ ୫୩ କେଜି ଫ୍ରି ଷ୍ଟାଇଲ ବର୍ଗର କ୍ୱାର୍ଟର ଫାଇନାଲରେ ବେଲାରୁଷର ଭାନେସା କାଲାଜିନ୍ସକାୟାଙ୍କଠାରୁ ୯-୩ ପଏଣ୍ଟରେ ପରାସ୍ତ ହୋଇଛନ୍ତି । ଭାନେସା ପ୍ରଥମ ରାଉଣ୍ଡରୁ ହିଁ ଭିନେଶଙ୍କ ଉପରେ ଭାରି ପଡିଥିଲେ । ପ୍ରଥମ ରାଉଣ୍ଡରେ…

କୋଭାକ୍ସିନ୍‌କୁ ମିଳିଲା ଜିଏମ୍‌ପି ପ୍ରମାଣପତ୍ର; ହଙ୍ଗେରୀ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ ଟିକା କୋଭାକ୍ସିନ୍‌କୁ ହଙ୍ଗେରୀ କର୍ତ୍ତୃପକ୍ଷଙ୍କ ଦ୍ବାରା ଗୁଡ୍‌ ମାନୁଫାକ୍ଟରିଙ୍ଗ୍‌ ସର୍ଟିଫିକେଟ୍‌ (ଜିଏମ୍‌ପି) ପ୍ରଦାନ କରାଯାଇଛି। ହଙ୍ଗେରୀରୁ କୋଭାକ୍ସିନ୍‌କୁ ଜିଏମ୍‌ପି ପ୍ରମାଣପତ୍ର ମିଳିଥିବାରୁ ଏହା ଦେଶ ପାଇଁ ଭଲ ସଙ୍କେତ…

ପଞ୍ଜାବ ସିଏମଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ପ୍ରଶାନ୍ତ କିଶୋର ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଶାନ୍ତ କିଶୋର ଏହା ମଧ୍ୟ କହିଛନ୍ତି ଯେ ସେ ଭବିଷ୍ୟତର କାର୍ଯ୍ୟକଳାପ ବିଷୟରେ ନିଷ୍ପତ୍ତି ନେଇ ନାହାଁନ୍ତି। ଖୁବ୍‌ ଶୀଘ୍ର ସେ ଏବେ କଂଗ୍ରେସରେ ଯୋଗ…