Latest Odisha News

ପୁରାଣରେ ମା’ ଦକ୍ଷିଣକାଳୀ ଏବଂ ଶ୍ରୀଜଗନ୍ନାଥଙ୍କୁ ‘ଏକ’ ବୋଲି କୁହାଯାଇଛି, ଜାଣନ୍ତୁ କାହିଁକି

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ମା’ଦକ୍ଷିଣ କାଳୀ ମନ୍ଦିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ । ସିଂହଦ୍ୱାରଠାରୁ ଶ୍ୱେତଗଙ୍ଗା ଆଡକୁ ଯିବା ବାଟରେ ଏହା ବାମ ଦିଗରେ ପଡିଥାଏ । ଏହି ମନ୍ଦିରର ସମ୍ମୁଖ ଦ୍ୱାର ପୂର୍ବ ଦିଗକୁ ପ୍ରସାରିତ । ଠାକୁରାଣୀଙ୍କ ପାଖରେ ପହଂଚିବାକୁ ହେଲେ ୧୬ଟି ପାହଚ…

ଭୁବନେଶ୍ୱରର ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ଡିସି ଅଫିସ୍ ଘେରିଲେ ଅଭିଭାବକ

ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ରେ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାକୁ ନେଇ ଅଭିଭାବକମାନେ ଶନିବାର ଦିନ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ଡେପୁଟି କମିଶନରଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଗତ ଶୁକ୍ରବାର ଦିନ…

ହୃଦଘାତରେ ପ୍ରାଣ ହରାଇଲେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଶନିବାର ଦିନ ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ହୃଦଘାତରେ ପ୍ରାଣ ହରାଇଛନ୍ତି । ଗତ ଗୁରୁବାର ଦିନ ପୀଡିତାଙ୍କୁ ଜିଆନ୍ତା ଜାଳି ଦିଆଯିବା ପରେ ତାଙ୍କୁ ଲକ୍ଷ୍ମୌରୁ ନୂଆଦିଲ୍ଲୀ ଅଣାଯାଇଥିଲା । ତାଙ୍କର ଶରୀରର ୯୫ ପ୍ରତିଶତ…

୯ ଦିନ ଯାଏଁ ବନ୍ଦ ରହିବ ‘ଭିତରକନିକା ଜାତୀୟ ଉଦ୍ୟାନ’, ଜାଣନ୍ତୁ କାହିଁକି

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାସ୍ଥିତ ‘ଭିତରକନିକା ଜାତୀୟ ଉଦ୍ୟାନ’ ପର୍ଯ୍ୟଟକମାନଙ୍କ ପାଇଁ ଆସନ୍ତା ଡିସେମ୍ବର ୨୬ ତାରିଖରୁ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ଦିନଗୁଡ଼ିକରେ ବଉଳା କୁମ୍ଭୀରମାନଙ୍କ ଗଣନା କରାଯିବା ନେଇ କାର୍ଯ୍ୟକ୍ରମ ରହିଛି । ଗଣମାଧ୍ୟମକୁ ସୂଚନା…

ଦୁଇ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦିନ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ସେ ଆଜି ଏକ ସ୍ୱତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ…

ପୁରୀରେ ଜଳିଗଲା ୧୦ ବଖରା ଘର, ବହୁ ସମ୍ପତ୍ତି ନଷ୍ଟ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଣ୍ଡପଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପାଖାପଖି ୫ଟି ପରିବାରର ଘର ଜଳି ଧୂଳିସାତ ହୋଇପଡିଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣବଶତଃ…

ଆସନ୍ତା ୯ରେ ପୋଲିସ ଡିଜି ଭାବେ ଦାୟିତ୍ୱ ନେବେ ଅଭୟ

ଭୁବନେଶ୍ୱର: ଓଡିଶା ପୋଲିସର ନୂଆ ମହାନିର୍ଦ୍ଦେଶକ (ଡିଜି) ଭାବେ ଆସନ୍ତା ୯ ତାରିଖରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର ଅଭୟ । ଆସନ୍ତା ସୋମବାର  ବିଧିବଦ୍ଧ ଭାବେ ଅଭୟ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ପୋଲିସ ଡିଜି ଦାୟିତ୍ୱରେ…

ରାଜ୍ୟ ପୁସ୍ତକ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା: ଶ୍ରୀଲଙ୍କା ସାହିତ୍ୟିକ ଦୟା ଦିସାନାୟେକ ମୁଖ୍ୟବକ୍ତା

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ । ‘ଅକ୍ଷର’ ନାମରେ ନାମିତ ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଆଜି ଏହି ମହୋତ୍ସବର ଦ୍ଵିତୀୟ…

କଳିଙ୍ଗ ଯୁଦ୍ଧର ଐତିହାସିକ ପ୍ରମାଣ ନାହିଁ : ଦୟା ଦିସାନାୟକେ।

ଭୁବନେଶ୍ବର: ପ୍ରଚଳିତ ତଥ୍ୟ ଓ ଉପଲବ୍ଧ ଅଧ୍ୟୟନରୁ କଳିଙ୍ଗ ଯୁଦ୍ଧ ହୋଇଥିବାର କୌଣସି ପ୍ରମାଣ ମିଳୁନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି ଶ୍ରୀଲଙ୍କାର ବିଶିଷ୍ଟ ସାହିତ୍ୟିକ ତଥା 'ଅଶୋକ କିଏ' ପୁସ୍ତକର ରଚୟିତା ଦୟା ଦିସାନାୟକେ। ଏଠାରେ ଅନୁଷ୍ଠିତ ହେଇଆସୁଥିବା ମାସିକ କେ ଏଲ ଏଫ ପାଠଚକ୍ରରେ ଭାଗ…

ବଜରଙ୍ଗ ବାଣ-ଚାଳିଶା ସହ ଏହିପରି କରନ୍ତୁ ପୂଜା: ନିଶ୍ଚିତ ପାଇବେ ଶ୍ରୀହନୁମାନଙ୍କ ଆଶୀର୍ବାଦ…

ପାରିବାରିକ ଶାନ୍ତି ପାଇଁ ଘରେ ଶ୍ରୀହନୁମାନଙ୍କ ପାଖରେ ରାଶି ତେଲ ର ଦୀପ ଲଗାନ୍ତୁ । ଝୁଣା, ଗୋଗୁଳ, ଧୂପ ଘରେ ଲଗାନ୍ତୁ । ହନୁମାନ ଚାଲିଶା ପାଠ ମଧ୍ୟ କରିବେ । ପ୍ରତି ଶନିବାର ଦିନ ଲୁଣ ପାଣିରେ ଘରକୁ ପୋଛନ୍ତୁ । ରୋଗ ଯଦି ବାରମ୍ବାର ଲାଗି ରହୁଛି ତେବେ ଶନିବାର ଦିନ ଗୋଟିଏ ନଡ଼ିଆକୁ ଧରି…