Latest Odisha News

BREAKING NEWS

ବଢ଼ୁଛି ସଂକ୍ରମଣ, ରାଜ୍ୟରେ ପୁଣି ଲାଗୁ ହୋଇପାରେ ରାତ୍ରୀକାଳୀନ କର୍ଫ୍ୟୁ

ଭୁବନେଶ୍ୱର: ୬ ସପ୍ତାହ ପରେ ରାଜ୍ୟରେ ଶୁକ୍ରବାର କରୋନା ସଂକ୍ରମଣ ଶହେ ଟପିଛି । ବଢ଼ୁଥିବା ସଂକ୍ରମଣକ ଦେଖି ରାଜ୍ୟ ସରକାର ପୁଣି କରୋନା କଟକଣାକୁ କଡ଼ାକଡ଼ି କରୁଛନ୍ତି । ସରକାରୀ ଅଫିସରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ପାଇଁ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଚିଠି…

ୱାର୍ଲ୍ଡ ହାପିନେସ୍‌ ରିପୋର୍ଟ ୨୦୨୧ ତାଲିକାରେ ୧୩୯ତମ ସ୍ଥାନରେ ରହିଛି ଭାରତ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରକାଶିତ ଜାତିସଂଘର ୱାର୍ଲ୍ଡ ହାପିନେସ୍‌ ରିପୋର୍ଟ ୨୦୨୧ ତାଲିକାରେ ୧୪୯ ଟି ଦେଶ ମଧ୍ୟରୁ ୧୩୯ ସ୍ଥାନରେ ରହିଛି ଭାରତ। ଯେଉଁଠି ଶୀର୍ଷରେ ରହିଛି ଫିନଲ୍ୟାଣ୍ଡ। ୱାର୍ଲ୍ଡ ହାପିନେସ୍‌ ରିପୋର୍ଟ ୨୦୨୧ରେ କୋଭିଡ-୧୯ ର ପ୍ରଭାବ ଏବଂ ସାରା ବିଶ୍ୱରେ ଲୋକମାନେ…

ଡାକ ଘରେ ୯୩ ଲକ୍ଷ ଟଙ୍କା ହେରଫେର୍, ପୋଷ୍ଟ ମାଷ୍ଟରଙ୍କ ସହ ଅନ୍ୟ ୨ ଜଣଙ୍କ ନାଁରେ CBI ମାମଲା

ମାଲକାନଗିରି: ନିଲମ୍ବିତ ପୋଷ୍ଟ ମାଷ୍ଟରଙ୍କ ସହ ଅନ୍ୟ ୨ ଜଣଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଛି । ଡାକ ଘରେ ଜମା ହୋଇଥିବା ୯୩.୧୯ ଲକ୍ଷ ଟଙ୍କା ହେରଫେର୍ ନେଇ ଅଭିଯୋଗ ହୋଇଥିଲା । ମାଲକାନଗିରି ଲଛିପେଟା ଉପ-ଡାକଘର ନାଁରେ ଏ ଅଭିଯୋଗ ହୋଇଥିଲା । ଲଛିପେଟା ଉପ ଡାକଘରର ତତ୍କାଳୀନ ସବ୍…

କରୋନା ଟିକା ନେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ

ଲଣ୍ଡନ: ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଟିକା କେତେ ସୁରକ୍ଷିତ ଏହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଜି ଆଷ୍ଟ୍ରା ଜେନେକାର କରୋନା ଟିକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଟିକା ନେଇ ଲୋକଙ୍କ ଦ୍ୱନ୍ଦ୍ୱ ଦୂର…

ମାସ୍କ ପିନ୍ଧି ନ ଥିବାରୁ ଜରିମାନା ଦେବାକୁ କହିବାରୁ ବିଏମସି କର୍ମଚାରୀଙ୍କୁ ପିଟିଲେ ମହିଳା

ନୂଆଦିଲ୍ଲୀ:ଗୋଟିଏ ପଟେ କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଏବଂ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି। କେନ୍ଦ୍ର ତଥା ରାଜ୍ୟ ସରକାର ଲୋକଙ୍କୁ ଏହି ନିୟମ କଡାକଡି ପାଳନ କରିବାକୁ ସଚେତନ କରାଉଥିବା ବେଳେ ମୁମ୍ବାଇର ଜଣେ ମହିଳା ମାସ୍କ ନ ପିନ୍ଧି…

ଦାମନଯୋଡ଼ି ନାଲ୍‌କୋରେ ପୋଲିସ-ବିସ୍ଥାପିତ ମୁହାଁମୁହିଁ, ୫୪ରୁ ଅଧିକ ବିକ୍ଷୋଭକାରୀ ଗିରଫ

କୋରାପୁଟ: ସେମିଳିଗୁଡ଼ା ଦାମନଯୋଡ଼ି ସ୍ଥିତ ନାଲକରେ ଉତ୍ତେଜନା । ନିଯୁକ୍ତିକୁ ନେଇ ପୋଲିସ-ବିସ୍ଥାପିତ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ନାଲକୋରେ ନିଯୁକ୍ତି ଦାବି କରି ବିସ୍ଥାପିତ ଗତ ୪ ଦିନ ହେଲା ନାଲକୋ ରୋଡରେ ଧାରଣାରେ ବସିବା ସହ ରାସ୍ତାରୋକ କରିଥିଲେ । ଆଜି ପ୍ରଶାସନ ବୁଝାସୁଝା…

ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୪୦,୯୫୩; ୧୮୮ ମୃତ

ନୂଆଦିଲ୍ଲୀ: ବିଗତ ଦିନରେ କରୋନା ମାମଲା ବୃଦ୍ଧି ପାଇବା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦,୯୫୩ ତାଜା କୋଭିଡ-୧୯ ସଂକ୍ରମଣ ମାମଲା ରେକର୍ଡ ହୋଇଥିବାବେଳେ ୧୮୮ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହିତ ମୃତ୍ୟୁ ସଂଖ୍ୟା ୧,୫୯,୫୫୮ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ବିଦେଶରୁ ଫେରିଥିବା ୨ ଜଣ କରୋନା ପଜିଟିଭ୍, ଆଇଏଲଏସ୍ ପଠାଗଲା ନମୁନା

ଭୁବନେଶ୍ୱର: କରୋନାର ନୂଆ ଷ୍ଟ୍ରେନକୁ ନେଇ ଆତଙ୍କ ଲାଗି ରହିଛି । ଏହାରି ଭିତରେ ରାଜ୍ୟରେ ବୃଦ୍ଧି ପାଇଛି କରୋନା ସଂକ୍ରମଣ । ଅନ୍ୟପଟେ ରାଜଧାନୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି, ୨ ଅଙ୍କ ଛୁଇଁଛି । ଶୁକ୍ରବାର ବିଏମସି ଅଞ୍ଚଳରୁ ୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଶନିବାର ସନ୍ଧ୍ୟା ପ୍ରାୟ ୬ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବେ । ସେଠାରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ସିଧା…

ସୋରରୁ ନିଖୋଜ ସୁନା ବ୍ୟବସାୟୀ ଖୋର୍ଦ୍ଧାରୁ ଉଦ୍ଧାର

ସୋର: ଉଦ୍ଧାର ହେଲେ ନିଖୋଜ ଗହଣ ବ୍ୟବସାୟୀ । ସୋର-କୁପାରୀ ରାସ୍ତାରୁ ଗୁରୁବାର ରାତିରୁ ନିଖୋଜ ସୁନା ବ୍ୟବସାୟୀଙ୍କୁ ପୋଲିସ ଉଦ୍ଧାର କରିଛି । ଖୋର୍ଦ୍ଧା ସହରରୁ ବିଳମ୍ବିତ ରାତିରେ ନିଖୋଜ ସୁନା ବ୍ୟବସାୟୀଙ୍କୁ ଉଦ୍ଧାର କରିଛି ସୋର ଥାନା ପୋଲିସ । ଅପହରଣ ଅଭିଯୋଗରେ ପୋଲିସ ଜଣଙ୍କୁ ଅଟକ ରଖି…