Latest Odisha News

BREAKING NEWS

ମଙ୍ଗଳାଯୋଡିରେ ବିରଳ ଲିୟୁସିଷ୍ଟିକ ମୁରହେନ୍ ପକ୍ଷୀ ଠାବ

ମଙ୍ଗଳାଯୋଡି: ପକ୍ଷୀମାନଙ୍କର ସ୍ୱର୍ଗ ଭାବରେ ବିଖ୍ୟାତ ମଙ୍ଗଳାଯୋଡିରେ ଏହି ବିରଳ ରଙ୍ଗର କମନ୍ ମୁରହେନ୍ ପକ୍ଷୀ ଠାବ ହୋଇଛି। ମଙ୍ଗଳାଯୋଡି କଞ୍ଜରଭେସନ ଟ୍ରଷ୍ଟର ଟ୍ରଷ୍ଟି ତଥା ପ୍ରସିଦ୍ଧ ବାର୍ଡ ଗାଇଡ ମଧୁ ବେହେରା ପକ୍ଷୀକୁ ଠାବ କରିଥିଲେ। ସୂଚନା ଅନୁଯାୟୀ ଆଜି ସକାଳେ ପକ୍ଷୀମାନଙ୍କୁ…

ଚଳିତ ବର୍ଷ ୭ ଦିନ ପାଇଁ ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରାକୁ ଅନୁମତି

ବ୍ରହ୍ମପୁର: ବ୍ରହ୍ମପୁର ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ମିଳିଲା ଅନୁମତି । ବିଇଏମସି କମିଶନର ଡା.ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଚଳିତ ବର୍ଷ କୋଭିଡ୍ ଗାଇଡଲାଇନ୍ ପାଳନ କରି ୭ ଦିନ ମଧ୍ୟରେ ଯାତ୍ରା ଶେଷ ହେବ । ଏହି ଅନୁମତି ମିଳିବା ପରେ…

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ବରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ସହିତ ଭାରତର ପ୍ରଥମ ମହିଳା ସବିତା କୋବିନ୍ଦ ମଧ୍ୟ ଏହି ଗସ୍ତରେ ଆସିଛନ୍ତି । ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ…

ଭାରତର ଟେବୁଲ ଟେନିସ ଯୋଡି ଅଚନ୍ତା ଶରଥ କମଲ-ମନିକା ବାତ୍ରାଙ୍କୁ ଅଲିମ୍ପିକ ଟିକେଟ

ନୂଆଦିଲ୍ଲୀ: ଭାରତର ଅଚନ୍ତା ଶରଥ କମଲ ଓ ମନିକା ବାତ୍ର ଯୋଡି ଟେବୁଲ ଟେନିସ ମିକ୍ସଡ ଡବଲ୍ସ ମୁକାବିଲା ପାଇଁ ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି । ଏସୀଆଇ କ୍ୱାଲିଫିକେଶନ ଟୁର୍ଣ୍ଣାମେଂଟର ମିକ୍ସଡ ଡବଲ୍ସ ଫାଇନାଲରେ ଏହି ଯୋଡି କୋରିଆର ସାଙ୍ଗ ସୁ ଲି ଓ ଜିହି ଜାନିୟୋନଙ୍କୁ ୪-୨ରେ ହରାଇ…

ଛତିଶଗଡ଼ ଦାନ୍ତେଓ୍ବାଡାରେ ଏନକାଉଣ୍ଟର, ୨ ହାର୍ଡକୋର ମାଓବାଦୀ ମୃତ

ଛତିଶଗଡ଼ : ଛତିଶଗଡ଼ର ଦନ୍ତେୱାଡାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ପୋଲିସ ଏନକାଉଣ୍ଟରରେ ଦୁଇ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରୁ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତଦେହ ଜବତ କରିଥିବା ବେଳେ, ଟିଫିନ୍ ବୋମା, ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି ।…

ଦି ଇଂଟର୍ଣ୍ଣରେ ଅମିତାଭଙ୍କ ଏଂଟ୍ରି

ମୁମ୍ବାଇ: ରିଷି କାପୁରଙ୍କ ପରଲୋକ ପରେ ହଲିଉଡର ସୁପରହିଟ ଫିଲ୍ମ ଦି ଇଂଟର୍ଣ୍ଣର ହିନ୍ଦୀ ରିମେକର ଶୁଟିଂ ବାଧାପ୍ରାପ୍ତ ହୋଇଥିଲା । ଏବେ ରିଷିଙ୍କ ଭୂମିକା ମେଗାଷ୍ଟାର ଅମିତାଭ ବଚ୍ଚନ କରିବାକୁ ଯାଉଛନ୍ତି ବୋଲି ବଲିଉଡ ହଙ୍ଗାମାରେ ଖବର ପ୍ରକାଶ ପାଇଛି । ଦି ଇଂଟର୍ଣ୍ଣରେ ଏନି ହେଥୱେଙ୍କ…

ଏହି ଦିନ ରିଲିଜ କରିବ ଓଡ଼ିଆ ଚଳଚ୍ଚିତ୍ର ମାମା ୱେଡ୍ସ ପାପା’

ଭୁବନେଶ୍ୱର: କରୋନା ମହାମାରୀ ହେତୁ ପ୍ରାୟ ଏକ ବର୍ଷର ବିରତି ପରେ ଓଡିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପୁଣି ଥରେ ଟ୍ରାକ୍‌କୁ ଫେରିଛି। ଆଗକୁ ଅନେକ ଓଡ଼ିଆ ଚଳଚ୍ଚିତ୍ର ରିଲିଜ ଅପେକ୍ଷାରେ ରହିଛି। ଅକ୍ଟୋବରରେ ଦୁର୍ଗା ପୂଜା ସମୟରେ ମୁକ୍ତିଲାଭ କରୁଥିବା ଏହିପରି ଗୋଟିଏ ଓଲିଉଡ୍ ଚଳଚ୍ଚିତ୍ର…

ମୁମ୍ବାଇ ମାନିଆ, ଚୁଲିକି ଯାଉ କରୋନା ସଚେତନତା !

ମୁମ୍ବାଇ: କରୋନା ମହାମାରୀରେ ଛଟପଟ ହେଉଥିଲା ସାରା ବିଶ୍ୱ । କିଛିଦନର ତ୍ରାହି ପରେ ପୁଣି କଡ ଲେଉଟିଲାଣି କରୋନା । ତଥାପି ସଚେତନ ହେବାକୁ ନାରାଜ ଆଜିର ଆଧୁନିକ ମଣିଷ । ମାସ୍କ ପିନ୍ଧିବାକୁ କହିବାରୁ ପୌରପାଳିକା ମହିଳା କର୍ମଚାରୀ ନିସ୍ତୁକ ମାଡ ମାରିଛନ୍ତି ଅନ୍ୟ ଜଣେ ମହିଳା । ମୁମ୍ବାଇ…

ଟିକା ନେବାର ଦୁଇ ଦିନ ପରେ କରୋନା ସଂକ୍ରମିତ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ଟିକା ନେବାର ମାତ୍ର ଦୁଇ ଦିନ ପରେ ପାକିସ୍ତାନ ପିଏମ କରୋନା ସଂକ୍ରମିତ ହୋଇଛନ୍ତି। ସେ ଘରେ ସଙ୍ଗରୋଧରେ ଅଛନ୍ତି। ସ୍ୱାସ୍ଥ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହକାରୀ ଡାକ୍ତର…

ସ୍ୱଚ୍ଛ ଭାରତ ମିଶନରେ ଦୁର୍ନୀତିର ଗନ୍ଧ

ମାଲକାନଗରି: ଆଦିମ ଜନଜାତି ବଣ୍ଡା ଲୋକଙ୍କ ଉନ୍ନତି ପାଇଁ ରହିଛି ବିଭିନ୍ନ ଯୋଜନା । ହେଲେ ବାସ୍ତବରେ ତାହା କେତେଦୂର କାର୍ଯ୍ୟକାରୀ ହେଉଛି, ଏହାର ଉତ୍ତର ବୋଧ ହୁଏ କେବଳ ଏହି ସରଳ ଲୋକଙ୍କ ନିକଟରେ ରହିଛି । ସ୍ୱଚ୍ଛ ଭାରତ ମିଶନରେ ଅଧିନରେ ନିର୍ମାଣ ହୋଇଥିଲା ଶହଶହ ପାଇଖାନା । ହେଲେ…