ମୁମ୍ବାଇ: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋବିନ୍ଦା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଜି ବି ଅନେକ ପ୍ରଶଂସକ ବ୍ୟଗ୍ରତା ସହକାରେ ତାଙ୍କର ଫିଲ୍ମକୁ ଅପେକ୍ଷା କରିଥାନ୍ତି । କ୍ରମାଗତ ଭାବେ ବ୍ଲକବଷ୍ଟର ଫିଲ୍ମ ଦେଉଥିବା ଗୋବିନ୍ଦାଙ୍କ କ୍ୟାରିୟର ହଠାତ ବର୍ବାଦ ହୋଇ ଯାଇଥିଲା । ଦୀର୍ଘ ଦିନ ପରେ ନିର୍ମାତା ପହଲାଜ ନିହଲାନୀ ଗୋବିନ୍ଦାଙ୍କ କ୍ୟାରିୟର ନଷ୍ଟ ହେବାର କାରଣ କହିଛନ୍ତି ।
ଆଖେଁ ଓ ଶୋଲା ଔର ଶବନମ ପରି ଫିଲ୍ମ ଗୋବିନ୍ଦାଙ୍କ ସହ ମିଶି ପହଲାଜ କରିଥିଲେ । ଗୋବିନ୍ଦା ଜଣେ ଭଦ୍ର ଏବଂ ସରଳ ବ୍ୟକ୍ତି । ଅଭିନୟରେ ସେ ଅଲରାଉଣ୍ଡର ଥିଲେ । ସମସ୍ତ ପ୍ରକାରର ଚରିତ୍ର ନିଖୂଣ ଭାବେ କରୁଥିଲେ । ଗୋବିନ୍ଦାଙ୍କୁ ଠକିବା ବହୁତ ସହଜ ଥିଲା । ତାଙ୍କ ପାଖରେ ରହୁଥିବା ଲୋକମାନେ ତାଙ୍କୁ ହଇରାଣରେ ପକାଇଥିଲେ । ପଣ୍ଡିତ ଏବଂ ଜ୍ୟୋତିଷଙ୍କ ଭବିଷ୍ୟବାଣୀଙ୍କୁ ସେ ବିଶ୍ୱାସ କରୁଥିଲେ । ଯାହାର ଫାଇଦା ଅନ୍ୟମାନେ ନେଇଥିଲେ । ଡେଭିଡ ଧାୱନଙ୍କ ଯୋଗୁ ଗୋବିନ୍ଦା ମୋ ସହିତ କାମ କରିବାକୁ ମନା କଲେ । ସେ ମୋ ବିରୋଧରେ ଗୋବିନ୍ଦାଙ୍କ ମନରେ ବିଷ ଭରିଥିଲେ । ଯେତେବେଳେ ତାଙ୍କ କ୍ୟାରିୟର ଭଲ ଚାଲି ନ ଥିଲା ସେ ସମୟରେ ପାର୍ଟନର ଫିଲ୍ମରେ ଗୋବିନ୍ଦା ଅଭିନୟ କରିଥିଲେ । ସଲମାନ ଓ ଡେଭିଡ ତାଙ୍କୁ ସହାୟତା କରିଥିବା ଗୋବିନ୍ଦା ଭାବି ନେଇଥିଲେ ।
ଡେଭିଡଙ୍କ ସହ ସମ୍ପର୍କ ଖରାପ ହେବା ନେଇ ମଧ୍ୟ ପହଲାଜ ମୁହଁ ଖୋଲିଛନ୍ତି । ଆଖେଁ ଫିଲ୍ମର କାହାଣୀ ମୋର ଥିଲା, ସ୍କ୍ରିପ୍ଟ ଓ ସମ୍ବାଦ ଅନୀସ ବଜମୀ ଲେଖିଥିଲେ । ଗୀତ ରେକର୍ଡିଂଠାରୁ ଆରମ୍ଭ କରି ସବୁ କିଛି ମୁଁ ଶୁଟ କରୁଥିଲି । ସେ ସମୟରେ ଡେଭିଡ କେବଳ ସିନ ଶୁଟ କରିଥିଲେ । କ୍ଲାଇମେକ୍ସ ବେଳକୁ ମୁଁ ୨୮ ଦିନ ଅନୁପସ୍ଥିତ ରହିଥିଲି । ଏହି ସମୟ ମଧ୍ୟରେ ଡେcଭିଡ ସମସ୍ତ କ୍ରେଡିଟ ନିଜେ ନେଇଥିଲେ । ପହଲାଜ ପରୋକ୍ଷରେ କହିଛନ୍ତି ଡେଭିଡଙ୍କ ଯୋଗୁ ଗୋବିନ୍ଦାଙ୍କ ଫିଲ୍ମ କ୍ୟାରିୟର ଏକ ପ୍ରକାର ନଷ୍ଟ ହୋଇଯାଇଛି ।
Comments are closed.