Latest Odisha News

ପାଇକମାନେ ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ

ଭୁବନେଶ୍ୱର : ରାଜ୍ୟ ଅଭିଲେଖାଗାର ପରିସରରେ “ଓଡ଼ିଶାରେ ପାଇକ ବିଦ୍ରୋହ” ଶୀର୍ଷକରେ ଏକ ସମ୍ପାନ ଅଭିଲେଖ ସପ୍ତାହ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରସନ୍ନ କୁମାର ମିଶ୍ର ମୁଖବକ୍ତା ଭାବରେ , ମଧୁସୂଦନ ପାଢ଼ୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପାଇକମାନେ ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କେବଳ ରାଜତନ୍ତ୍ର ନୁହେଁ ସଂସ୍କୃତି ଓ ସାହିତ୍ୟର ମଧ୍ୟ ରକ୍ଷକ ଥିଲେ । ଓଡ଼ିଶାର ପାଇକ ବିଦ୍ରୋହ ଉପରେ ବର୍ଣ୍ଣନା କରି ଅଭିଲେଖାଗାରରେ ଥିବା ନଥିର ତଥ୍ୟ ସମ୍ବଳିତ ଘଟଣାବଳୀ ଉପରେ ଅତିଥିମାନେ ଆଲୋଚନା କରିଥିଲେ।

ଶେଖ ସୋଲେମାନ ଅଲ୍ଲୀଙ୍କର ସ୍ୱାଗତ ଭାଷଣରେ ଏହି ସମ୍ପାନ ଆରମ୍ଭ ହୋଇଥିବା ବେଳେ ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed, but trackbacks and pingbacks are open.