Latest Odisha News

BREAKING NEWS

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ୩ ପୋଲିସ୍ ମୃତ

ବିହାର: ବିହାରର ପାଟନାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ମଙ୍ଗଳବାର ଦିନ ସକାଳୁ ଡ଼କ ଦୁର୍ଘଟଣାରେ ତିନି ଜଣ ପୋଲିସ୍ କର୍ମୀଙ୍କର ମୃତ୍ୟୁ ହୋଇଯାଇଛି । ଏହା ସହିତ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି । ହାଇୱା  ନିୟନ୍ତ୍ରଣ ହରାଇ ପାଟ୍ରୋଲିଂ କରୁଥିବା ଏକ ପୋଲିସ୍ ଜିପ୍ ଉପରେ ଚଢ଼ିଯାଇଥିଲା । ଯାହାଫଳରେ ଏହି ଦୁର୍ଘଟଣା ଘଟିଯାଇଛି ।

ଜିପ୍ ରେ ମୋଟ ୫ ଜଣ ପୋଲିସ୍ କର୍ମୀ ରହିଥିଲେ । ହାଇୱା ଟି ପୋଲିସ୍ ଜିପ୍ ପଛରୁ ପିଟିବା ପରେ ଚଢ଼ିଯାଇଥିଲା । ଯାହାଫଳରେ ହାଇୱାଟି ମଧ୍ୟ ଓଲଟି ପଡ଼ିଥିଲା । ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

 

Leave A Reply

Your email address will not be published.