Latest Odisha News

BREAKING NEWS

ତପସ୍ୱିନୀ-ସୁମିତ ବିବାଦ: ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ

ବ୍ରହ୍ମପୁର: କେବେ ତୁଟିବ ବ୍ରହ୍ମପୁରର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ ? କେଉଁଠି ରହିବେ ତପସ୍ୱିନୀ ? ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ । ପୂର୍ବରୁ ଡିସେମ୍ୱର ୨୭ ତାରିଖରେ ସୁମିତ ଓ ତପସ୍ୱିନୀଙ୍କ ପକ୍ଷରୁ ଦାୟର ପିଟିସନର ଏକତ୍ର ଶୁଣାଣି କରିଥିଲେ କୋର୍ଟ । ଆଜି କଣ ରାୟ ଶୁଣାଇବେ ତାଉପରେ ସମସ୍ତଙ୍କର ନଜର ରହିଛି ।

ନ୍ୟାୟ ଦାବିରେ ଶ୍ୱଶୁର ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି ତପସ୍ୱିନୀ । ନିଜ ଜିଦରେ ଅଟଳ ଅଛନ୍ତି । ସେପଟେ ସୁମିତଙ୍କର ଏଯାଏ କୌଣସି ଖୋଜଖବର ନାହିଁ । ସେ କେଉଁଠି ଅଛନ୍ତି ଓ କଣ କରୁଛନ୍ତି ସେନେଇ କିଛି ସୂଚନା ନାହିଁ । ତପସ୍ୱିନୀ ଓ ସୁମିତ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ପିଟିସନ୍ ଦାୟର କରିଛନ୍ତି । ଆସନ୍ତା ୧୦ ତାରିଖରେ ଏହାର ଶୁଣାଣି ରହିଛି ।

Leave A Reply

Your email address will not be published.