Latest Odisha News

BREAKING NEWS

ଗୁଜରାଟ ନିକଟରେ ପାକିସ୍ତାନୀ ବୋଟରୁ ଜବତ ହେଲା ୩୦୦ କୋଟି ଟଙ୍କାର ଡ୍ରଗ୍ସ

ଅହମ୍ମଦାବାଦ: ଭାରତୀୟ ତଟରକ୍ଷୀ ବାହିନୀକୁ ସୋମବାର ଏକ ବଡ ସଫଳତା ହାତ ଲାଗିଛି । ଆରବ ସାଗର ଉପକୂଳରେ ସେମାନେ ଏକ ପାକିସ୍ତାନୀ ବୋଟକୁ ଜବତ କରିଛନ୍ତି । ଏହି ବୋଟରେ ୩୦୦ କୋଟି ଟଙ୍କାର ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର ଓ ୧୦ ପାକିସ୍ତାନୀଙ୍କୁ ଗିରଫ କରାଯାଇଛି । ଡିସେମ୍ବର ୨୫ ଓ ୨୬ ରାତିରେ ଏହି ଅପରେଶନ କରାଯାଇଥିଲା ବୋଲି ଆଇସିଜି ପକ୍ଷରୁ ସୂଚନା ଦିଆଯାଇଛି । ପାକିସ୍ତାନ ଜାହାଜ ଭାରତ ସୀମାରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ଗୁଜରାଟ ଏଟିଏସରୁ ସୂଚନା ପାଇବା ପରେ କୋଷ୍ଟଗାର୍ଡମାନେ ସତର୍କ ହୋଇ ଉଠିଥିଲେ ।

ଅପରେଶନ ପାଇଁ ଅରିଞ୍ଜୟକୁ ନିୟୋଜିତ କରାଯାଇଥିଲା । ନୂଆ ବର୍ଷ ମଉଜ ମଜଲିସ ପାଇଁ ଡ୍ରଗ୍ସ କରୋବାରୀ ଏହି ଉଦ୍ୟମ କରିଥିଲେ । ପୋଲିସ ଏବେ ଗିରଫ ପାକିସ୍ତାନୀ ନାଗରିକଙ୍କୁ ପଚରା ଉଚରା କରୁଛନ୍ତି ।

Leave A Reply

Your email address will not be published.