Latest Odisha News

BREAKING NEWS

ରୁଷର ହଟ ଜାସୁସ: ଆଲିୟାଙ୍କ ହନୀଟ୍ରାପରୁ ଖସିବା ଏକପ୍ରକାର ଅସମ୍ଭବ

ମସ୍କୋ: ରୁଷ ଗୋଇନ୍ଦା ବିଭାଗ ଏଜେନ୍ସି କେଜିବିର ଜଣେ ପୂର୍ବ ଏଜେଂଟ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ହନୀଟ୍ରାପରେ ଫସେଇ ତଥ୍ୟ ହାସଲ କରିବାରେ ଏହି ଟିମର ସମସ୍ତ ସଦସ୍ୟା ଧୂରନ୍ଧର । ଏମାନଙ୍କ ଜାଲରୁ ଖସିବା ଏକପ୍ରକାର ଅସମ୍ଭବ । ଏକ ସାକ୍ଷାତକାରରେ ଆଲିୟା ରୋଜା ଏହି ରହସ୍ୟ ଉପରକୁ କିଛି ମାତ୍ରାରେ ପରଦା ଉଠାଇଛନ୍ତି । ଏଜେଂଟମାନେ ଅନ୍ୟ ଦେଶରେ ସାଧାରଣ ନାଗରିକ ଭାବେ ଜୀବନ ଯାପନ କରିଥାନ୍ତି । ସେହିପରି ଆବଶ୍ୟକ ପଡିଲେ ପୁରୁଷ ଓ ମହିଳା ଏଜେଂଟ ପରସ୍ପରକୁ ବିବାହ କରି ପରିବାର ଭାବେ ଚଳନ୍ତି । ସେମାନେ ଏତେ ସତର୍କତା ଅବଲମ୍ବିନ କରିଥାନ୍ତି ଯେ, ତାଙ୍କ ପଡୋଶୀ ଲୋକ ବି ସେ ସ୍ପାଏ ବୋଲି ଜାଣି ପାରି ନ ଥାନ୍ତି । ଆଲିୟା ଏତେ ଗ୍ଲାମରସ ଥିଲେ ଯ, ସହଜରେ ଜଣଙ୍କୁ ହନୀଟ୍ରାପରେ ଫସେଇ ପାରୁଥିଲେ ।

ଆଲିୟାଙ୍କ ମତରେ ସେମାନଙ୍କ ପ୍ରକୃତ ହୀରୋ ହେଲେ ଭ୍ଲାଡିମିର ପୁତିନ । ପୂର୍ବ ସୋଭିଏଟ ଦେଶର ସଭ୍ୟ ଦେଶଗୁଡିକୁ ଏକତ୍ର କରିବା ପୁତିନଙ୍କ ଲକ୍ଷ୍ୟ । ଆଉ ଏଥିପାଇଁ ରୁଷ ବାସିନ୍ଦାଙ୍କ ସମସ୍ତ ସହଯୋଗ ସେମାନଙ୍କ ସହିତ ରହିଛି । ରୁଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ଏହା ଆଉ ୨ ବର୍ଷ ଚାଲି । କେତେକ ଦେଶ ଏହି ଯୁଦ୍ଧ ମାଧ୍ୟମରେ ଫାଇଦା ଉଠାଉଥିବାରୁ ସେମାନେ ଏହାକୁ ବନ୍ଦ କରାଇବା ପାଇଁ ଚାହିଁବେ ନାହିଁ । ତେବେ ରୁଷ ୟୁକ୍ରେନର ଏକ ବଡ ଅଂଶ ହାସଲ କରିବାରେ ସଫଳ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.