Latest Odisha News

BREAKING NEWS

ଚୀନ ଭଳି ବ୍ରିଟେନରେ ସ୍ଥିତି ସାଂଘାତିକ କଲାଣି କରୋନା

ନୂଆଦିଲ୍ଲୀ: ଚୀନରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ସାରା ଦୁନିଆ ଚିନ୍ତାରେ ରହିଛି । ଏବେ ବ୍ରିଟେନରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଲାଣି । ବିଟ୍ରେନର କୋଭିଡର ପଞ୍ଚମ ପ୍ରବାହ ଆରମ୍ଭ ହୋଇଥିବା କୁହାଯାଉଛି । କିନ୍ତୁ ସରକାର ନୂଆବର୍ଷରୁ ନିୟମିତ କୋଭିଡ୍ ତଥ୍ୟ ଦେବା ବନ୍ଦ କରି ଦେବେ ବୋଲି କହିଛନ୍ତି ।

ବ୍ରିଟେନ୍ ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, କୋଭିଡ୍ ଭ୍ୟାକ୍ସିନ୍ ଓ ଔଷଧ ଦ୍ୱାରା ଦେଶ ଏଭଳି ସୋପାନରେ ପହଞ୍ଚିଛି, ଯେଉଁଠି କରୋନା ଭୂତାଣୁ ଦ୍ୱାରା ବଞ୍ଚିବା ଶିଖାଇଛି । ଏବେ କରୋନା ତଥ୍ୟ ଦେବାର କୌଣସି ଆବଶ୍ୟକତା ନାହିଁ ।

ତେବେ କୋଭିଡ୍ ସ୍ଥିତିକୁ ବ୍ରିଟେନ୍ ଅନୁଧ୍ୟାନ କରିବ । ଏହା ପୂର୍ବରୁ ବ୍ରିଟେନ କରୋନା କଟକଣାକୁ ହଟାଇ ନେଇଥିଲା । ବ୍ରିଟେନରେ ୧୭ରୁ ୨୩ ସେପ୍ଟେମ୍ବର ମଧ୍ୟରେ ପ୍ରାୟ ୪୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହି ସମୟରେ ୨୮୩ ଜଣଙ୍କ ମୃତ୍ୟୁ ବି ହୋଇଥିଲା ।

Leave A Reply

Your email address will not be published.