Latest Odisha News

BREAKING NEWS

ପାକିସ୍ତାନ ରାଷ୍ଟ୍ରପତିଙ୍କୁ କରୋନା

ଲାହୋର: ପାକିସ୍ତାନ ରାଷ୍ଟ୍ରପତି ଆରଫି ଆଲଭି କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ସେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଥିଲେ ବି ତାଙ୍କ ଟେଷ୍ଟ ପଜିଟିଭ ଆସିଛି । ସେ ଟୁଇଟ କରିଛନ୍ତି ଯେ,ସମସ୍ତ କୋଭିଡ-୧୯ ଆକ୍ରାନ୍ତଙ୍କୁ ସୁସ୍ଥ ରଖନ୍ତୁ । ଦ୍ୱିତୀୟ ଡୋଜ ନେବା ପରେ ଆଂଟିବଡି ପ୍ରସ୍ତୁତ ହେବ ଏବଂ ମୁଁ ସୁସ୍ଥ ହୋଇଯିବି ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ଆପଣମାନେ ବି ସତର୍କ ରୁହନ୍ତୁ ବୋଲି ସେ ଲେଖିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ । ସେ ଏବେ ଏକାନ୍ତବାସରେ ଅଛନ୍ତି । ଦେଶରେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେତେକ ସ୍ଥାନରେ ଲକଡାଉନ କରାଯାଇଛି ।

Leave A Reply

Your email address will not be published.