Latest Odisha News

BREAKING NEWS

ଜଙ୍ଗଲରେ ନିଆଁ ଲିଭାଉଥିବା ବେଳେ ଓ୍ବାଚରଙ୍କ ଦେହରେ ଲାଗିଲା ନିଆଁ

ମୟୂରଭଞ୍ଜ : ମୟୂରଭଞ୍ଜ ରାଇରଙ୍ଗପୁର ବନଖଣ୍ଡ ବାଦାମପାହାଡ଼ ରେଞ୍ଜ ଅନ୍ତର୍ଗତ ଉକାମପାହାଡ଼ ଜଙ୍ଗଲରେ ଅଭାବନୀୟ ଘଟଣା । ଜଙ୍ଗଲରେ ନିଆଁ ଲିଭାଉଥିବା ବେଳେ ଜଣେ ଓ୍ବାଚରଙ୍କ ଦେହରେ ନିଆଁ ଲାଗିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଉକାମପାହାଡ଼ ଜଙ୍ଗଲର ୩ଟି ଜାଗାରେ ନିଆଁ ଲାଗିଥିଲା । ଖବର ପାଇ ଟିଆକାଠି ଡୁଙ୍ଗୁରୀ ସାହି ବନ ସୁରକ୍ଷା ସମିତି ନିଆଁ ଲିଭାଇବା ପାଇଁ ଅଣ୍ଟା ଭିଡିଥିଲା । ନିଆଁ ଲିଭାଉଥିବା ବେଳେ ହଠାତ ସାମନା ପଟୁ ପବନ ବହିବାରୁ ଟିଆକାଠି ବନ ସୁରକ୍ଷା ସମିତିର ୱାଚର ଗୋବିନ୍ଦ ଟୁଡୁଙ୍କ ଦେହରେ ନିଆଁ ଲାଗିଯାଇଥିଲା । ସହଯୋଗୀ ମାନେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଘଟଣା ପରେ ବନ ବିଭାଗ ଅଧିକାରୀ ପହଞ୍ଚି ଗୋବିନ୍ଦଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।

Leave A Reply

Your email address will not be published.