Latest Odisha News

BREAKING NEWS

ଅଶାନ୍ତ ବେଲୁଚିସ୍ତାନରେ ପୁଣି ଆକ୍ରମଣ: ୫ ପାକ୍ ସେନା ନିହତ

କରଚୀ: ପାକିସ୍ତାନର ବେଲୁଚିସ୍ତାନରେ ଅଶାନ୍ତିର ନିଆଁ ଜଳିବାରେ ଲାଗିଛି । ଶନିବାର ପାକ୍ ସେନାଙ୍କ ଉପରେ ଆକ୍ରମଣ କରାଯାଇଛି । ଏଥିରେ ୫ ପାକ୍ ସେନା ମୃତ୍ୟୁବରଣ କରିଛନ୍ତି । ସପ୍ତାହକ ମଧ୍ୟରେ ଏ ଭଳି ୨ଟି ଆକ୍ରମଣ ସନ୍ଦିଗ୍ଧ ବ୍ୟକ୍ତିମାନେ କରିଛନ୍ତି । ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇନି । ରାଜଧାନୀ କ୍ୱେଟା ଓ କୋହୁଲ ଅଂଚଳରେ ଏ ଭଳି ଆକ୍ରମଣା ଘଟଣା ବଢ଼ିବାରେ ଲାଗିଛି ।

ଏବେ ଚେକ୍ ପୋଷ୍ଟରେ ପାକିସ୍ତାନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଆହୁରି କଡା କରାଯାଇଛି । ସୂଚନାଯୋଗ୍ୟ ବେଲୁଚିସ୍ତାନ ପାକିସ୍ତାନ ଅଧୀନରେ ରହିବାକୁ ଚାହୁଁ ନାହିଁ । ଏଥିନେଇ ଦୀର୍ଘ ଦିନ ଧରି ଆନ୍ଦୋଳନ ଚାଲିଛି । ପାକ୍ ସେନା ମଧ୍ୟ ସେଠାକାର ବାସିନ୍ଦାଙ୍କୁ ଅକଥନୀୟ ନିର୍ଯାତନା ଦେଇ ଆସୁଛି ।

Leave A Reply

Your email address will not be published.