Latest Odisha News

BREAKING NEWS

ଭାରତୀୟ ହକି ଟିମର ୟୁରୋପ ଗସ୍ତ ୨୧ରେ

ନୂଆଦିଲ୍ଲୀ:କରୋନା ମହାମାରୀ ଯୋଗୁ ପ୍ରାୟ ୧ ବର୍ଷ ଧରି ଭାରତୀୟ ହକି ଟିମ୍ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନ ଥିଲା । ଏବେ ପୁନର୍ବାର ଟିମ୍ ଇଣ୍ଡିଆ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ସଜବାଜ ହେବା ଆରମ୍ଭ କରିଛି । ଫେବୃୟାରୀ ୨୧ରେ ଭାରତୀୟ ଦଳ ୟୁରୋପ ଗସ୍ତରେ ଯିବ । ୧୭ ଦିନିଆ ଏହି ଗସ୍ତରେ ୨୨ଜଣିଆ ଦଳ ଜର୍ମାନୀ ଓ ବ୍ରିଟେନ ପରି ଟିମ୍ ସହିତ ମ୍ୟାଚ ଖେଳିବ ।

ଶେଷ ଥର ଭାରତ ଭୁବନେଶ୍ୱରରେ ଏଫଆଇଏଚ ପ୍ରୋଲିଗ୍ ଖେଳିଥିଲା । ଫେବୃୟାରୀ ୨୮ ଓ ମାର୍ଚ୍ଚ ୨ରେ ଜର୍ମାନୀ ବିପକ୍ଷରେ ଖେଳି ସାରିବା ପରେ ବେଲଜିୟମ ଯିବ । ସେଠାରେ ମାର୍ଚ୍ଚ ୬ ଓ ୮ରେ ୨ଟି ମ୍ୟାଚ ଖେଳିବ । ଏବେ ବାଙ୍ଗୋଲୋରରେ ବାୟୋ ବବଲ ମଧ୍ୟରେ ଟିମ୍ ଇଣ୍ଡିଆ ଅଭ୍ୟାସ ଜାରି ରଖିଛି ।

Leave A Reply

Your email address will not be published.