Latest Odisha News

BREAKING NEWS

ଆସନ୍ତାକାଲିଠୁ ପଞ୍ଚାୟତ ନିର୍ବାଚନ କାଉଣ୍ଟିଂ, ବାଲାଟ ବକ୍ସରୁ ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ବର : ଆସନ୍ତାକାଲିଠୁ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି । ବାଲାଟ ବାକ୍ସରୁ ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟ ଫଳ । ରାଜ୍ୟର ୩୧୪ ବ୍ଲକରେ ଜିଲ୍ଲା ପରିଷଦ ଜୋନ୍ ଓ୍ବାରୀ ଗଣତି ଏବଂ ଫଳାଫଳ ବାହାରିବ । ପ୍ରଥମ ଦିନରେ ସକାଳ ୮ଟାରୁ ୩୦ ଜିଲ୍ଲାର ୩୧୫ ଜୋନରେ ଗଣତି ଆରମ୍ଭ ହେବ । ଦ୍ବିତୀୟ ଦିନରେ ୩୦୭ ଜୋନ୍ ଏବଂ ଶେଷ ଦିନରେ ୨୨୯ ଜିଲ୍ଲା ପରିଷଦ ଜୋନର ଗଣତି ହେବ । ପ୍ରତି ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ଥିବା ପଞ୍ଚାୟତର ଓ୍ବାର୍ଡଓ୍ବାରୀ ଗଣତି ହେବ ।

BjdElectrycity

ପ୍ରତି ପଞ୍ଚାୟତରେ ସର୍ବନିମ୍ନ ୧୧ ଏବଂ ସର୍ବାଧିକ ୨୫ଟି ଓ୍ବାର୍ଡ ରହିଛି । ସେହି ଅନୁସାରେ ପ୍ରତି ବ୍ଲକରେ ଥିବା କାଉଣ୍ଟିଂ ହଲରେ ୬ଟି ଟେବୁଲ ରହିବ । ପ୍ରଥମେ ବାଲଟ ବାକ୍ସ ଖୋଲିବା ପରେ ଏଜେଣ୍ଟଙ୍କ ଆଗରେ ସିଲ୍ ଖୋଲାଯିବ । ଏହା ପରେ ଓ୍ବାର୍ଡ ମେମ୍ବର ପାଇଁ ହଳଦିଆ, ସରପଞ୍ଚ ପାଇଁ ଗୋଲାପି, ସମିତି ସଭ୍ୟ ପାଇଁ ନୀଳ ଏବଂ ଜିଲ୍ଲା ପରିଷଦ ପାଇଁ ଧଳା ବାଲଟ ପେପରକୁ ଅଲଗା କରି ୫୦ ଟିକିଆ ବଣ୍ଡଲ କରାଯିବ । ପ୍ରଥମ ରାଉଣ୍ଡ ପରେ ଓ୍ବାର୍ଡ ମେମ୍ବରଙ୍କ ଗଣତି ଓ ଫଳାଫଳ ବାହାରିବ । କାଉଣ୍ଟିଂ ବେଳେ ପ୍ରାର୍ଥୀଙ୍କ ଏଜେଣ୍ଟ କେବଳ ଡବଲ ଡୋଜ୍ ଟିକାର ପ୍ରମାଣପତ୍ର ଦେଖାଇଲେ କାଉଣ୍ଟିଂ ହଲକୁ ପ୍ରବେଶ କରିପାରିବେ ଏଜେଣ୍ଟ । ପ୍ରଥମ ଥର ପାଇଁ ବ୍ଲକ ଅଫିସରେ ଗଣତି ହେଉଥିବା ବେଳେ ବିଡିଓ ଓ କାଉଣ୍ଟିଂ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

 

Comments are closed, but trackbacks and pingbacks are open.