Latest Odisha News

BREAKING NEWS

ଇତିହାସ ରଚିଲେ ଭାରତର ରିଷଭ ପନ୍ତ

ଲୀଡ୍ସ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିିକେଟ ଟେଷ୍ଟରେ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଇତିହାସ ରଚିଛନ୍ତି । ସେ ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି । ସେନା ଦେଶରେ ପ୍ରଥମ ୱିକେଟକିପର ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି । ତାଙ୍କର ଚମତ୍କାର ଶତକ ବଳରେ ଭାରତ ଲୀଡ୍ସ ଟେଷ୍ଟରେ ଭଲ ସ୍ଥିତିରେ ରହିଛି । ଦ୍ୱିତୀୟ ଇନିଂସରେ ପନ୍ତ ମାତ୍ର ୧୪୬ ବଲରେ ଶତକ ହାସଲ କରିଥିଲେ । ଟେଷ୍ଟ କ୍ରିକେଟରେ ପନ୍ତଙ୍କ ଏହା ୮ମ ଶତକ । ସେ ଭାରତ ବାହାରେ ୬ ଶତକ ମାରିଛନ୍ତି । ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୫ଶତକ ହାସଲ କରିଛନ୍ତି । ବିଦେଶ ମାଟିରେ ଶତକ ହାସଲରେ ସେ ଏବେ ଓଭରାଲ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ପନ୍ତ ୧୪୦ ବଲରେ ୧୧୮ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ୨୦୦୧ରେ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବେ ଜିମ୍ବାୱେର ଆଣ୍ଡି ଫ୍ଲାୱାର ଉଭୟ ଇନିଂସରେ ଶତକ ମାରିଥିଲେ । ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ତାଙ୍କ ପଛକୁ ପନ୍ତ ଏବେ ଦ୍ୱିତୀୟ ୱିକେଟକିପର ଭାବେ ଏହି ସଫଳତା ହାସଲ କରିଛନ୍ତି । ଭାରତର ୫ମ ବ୍ୟାଟ୍ସମ୍ୟାନ ଭାବେ ସେ ଉଭୟ ଇନିଂସରେ ଶତକ ମାରିଛନ୍ତି । ପ୍ରଥମ ଥର ପାଇଁ ଗୋଟିଏ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ ୫ ଶତକ ମାରିଛନ୍ତି ।

Comments are closed.