Latest Odisha News

BREAKING NEWS

ମାର୍ଚ୍ଚ ୧୫ରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ଦିଦି

କୋଲକାତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ଉଷ୍ମ ହେଉଛି ରାଜନୀତି । ଶାସକ ଟିଏମସି ଓ ବିଜେପି ମଧ୍ୟରେ ହେବ କଡ଼ା ମୁକାବିଲା । ଏସବୁ ଭିତରେ ମମତା ବାନାର୍ଜୀ ହସପିଟାଲରୁ ଡିସଚାର୍ଜ ହୋଇ ସାରିଥିବା ବେଳେ, ଆସନ୍ତା ୧୫ ତାରିଖରୁ କରିବେ ପ୍ରଚାର ।

ନନ୍ଦିଗ୍ରାମରେ ହାଇଭୋଲଟେଜ ଲଢେଇରେ ମମତା ଓ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଜୋରଦାର ଟକ୍କର ହେବ । ମମତା ବାନାର୍ଜୀ ୧୫ ତାରିଖରେ ଏକ ନିର୍ବାଚନୀ ସଭାରେ ସାମିଲ ହେବେ । ଏବଂ ୧୬ ତାରିଖରେ ବାଙ୍କୁରା ଓ ୧୭ ତାରିଖରେ ଝାରଗ୍ରାମରେ ନିର୍ବାଚନୀ ସଭା କରିବେ ଦିଦି । ମମତା ବାନାର୍ଜୀଙ୍କ ଗୋଡରେ ଆଘାତ ଲାଗିଥିବାରୁ ସେ ହ୍ବିଲ ଚେୟାରରେ ବସି ଜନସଭାକୁ ସମ୍ବୋଧିତ କରିବେ । ଯାହାକି ନିର୍ବାଚନୀ ପ୍ରଚାରକୁ ଆହୁରି ରୋଚକ କରିବ । ଅନ୍ୟପଟେ ଆସନ୍ତାକାଲି ନିଜର ଇସ୍ତାହାର ଘୋଷଣା କରିବ ଟିଏମସି । ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରୁରୁ ପ୍ରଥମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ, ଏପ୍ରିଏ ୨୯ ତାରିଖରେ ସରିବ ନିର୍ବାଚନ । ମୋଟ ୮ଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ଭୋଟ ଦାନ ହେଉଥିବା ବେଳେ, ମେ ୨ ତାରିଖରେ ଫଳାଫଳ ଘୋଷଣା ହେବ ।

Leave A Reply

Your email address will not be published.