Latest Odisha News

BREAKING NEWS

ଜନ୍ମଦିନରେ କେକ୍‌ କାଟୁଛି ଶୁଆ, ଭୋଜି ଖାଉଛନ୍ତି ବନ୍ଧୁ ପରିଜନ

ସୁବର୍ଣ୍ଣପୁର : ଆଜିକାଲିର ଫ୍ୟାସନ ଜନ୍ମଦିନରେ କେକ୍‌ କାଟିବା  । ଆଉ ଜନ୍ମଦିନରେ କେକ୍‌ କଟା ନଗଲେ ଫିକା ପଡ଼ିଯାଏ ମନ  । ଆପଣମାନେ ନିଜ ନିଜ ଜନ୍ମଦିନରେ କେକ୍‌ କାଟିଥିବେ ଆଉ ଆପଣମାନଙ୍କ ବନ୍ଧୁ ଜନ୍ମଦିନରେ କେକ୍‌ କାଟିବାର ବି ଦେଖିଥିବେ  । ହେଲେ ଆମେ କହୁଛୁ ଜନ୍ମ ଦିନରେ କେକ୍‌ କାଟୁଛି ଶୁଆ । ହଁ ଆଜ୍ଞା, ଆପଣମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ମଣିଷ ମାନେ ଜନ୍ମ ଦିନରେ କେକ୍‌ କାଟନ୍ତି ଗୋଟେ ଶୁଆ କିପରି କେକ୍‌ କାଟିପାରିବ  । ହେଲେ ଏ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ  ।

ବଡ଼ ଧୁମଧାମରେ ଶୁଆର ଜନ୍ମ ଦିନ ପାଳନ ଚାଲିଛି l ଆଉ ଜନ୍ମ ଦିନରେ କେକ କାଟୁଛି ଶୁଆ । ସମସ୍ତେ ହାପି ବାର୍ଥ ଡେ କହି ଶୁଭେଚ୍ଛା ଜଣାଉଛନ୍ତି  । ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି, ସୋନପୁରର ପୂଜା ମହାରଣାଙ୍କ ଘରେ ଥିବା ଶୁଆ ଟାଟୋର ଜନ୍ମଦିନ ପାଳନର ଦୃଶ୍ୟ । ଶୁଆର ନାଁ ହେଉଛି ଟାଟୋ  । ସୋମବାର ଟାଟୋର ଜନ୍ମଦିନ ଖୁବ୍‌ ଆନନ୍ଦର ସହ ପାଳନ କରୁଛନ୍ତି । ପୁଜା ମହାରଣା ସାହି ପଡ଼ିସାଙ୍କୁ ଡାକି ପାଳନ କରିଛନ୍ତି ଶୁଆ ଟାଟୋର ଜନ୍ମ ଦିନ । ଶୁଆ ସହ କେକ କାଟିବା ସହିତ ପିଲା ମାନଙ୍କୁ ଭୋଜି ଖାଇବାକୁ ଦେଇଛନ୍ତି । ଏହି ଜନ୍ମଦିନ ଉତ୍ସବରେ ବନ୍ଧୁବାନ୍ଧବଙ୍କ ସହ ଶୁଆର ବନ୍ଧୁ ରିଓ ଏବଂ ମାଟୋ ମଧ୍ୟ ଉପସ୍ଥିତ ଅଛନ୍ତି ।

ତେବେ ଏହି ଘଟଣା ପୁଜା ଜଣେ ପକ୍ଷୀ ପ୍ରେମୀର ଉଦାହରଣ ସାଜିଛନ୍ତି ।

Leave A Reply

Your email address will not be published.