Latest Odisha News

BREAKING NEWS

ଭୁଷୁଡି ପଡିଲା ପୋଲ, ୧୦ରୁ ଉର୍ଦ୍ଧ୍ଵ ମୃତ୍ୟୁ ଆଶଙ୍କା

ଗାନ୍ଧିନଗର: ଭୁଶୁଡିଲା ଓଭର ବ୍ରିଜ । ଘଟଣାରେ ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଆଶଙ୍କା । ଗୁଜୁରାଟ ସୁରେନ୍ଦ୍ର ନଗରର ବସ୍ତାଦୀ ନିକଟରେ ଏକ ଓଭର ବ୍ରିଜ୍ ଭୁଶୁଡି ପଡିଛି । ଫଳରେ ବ୍ରିଜ ଉପରେ ଥିବା ସମସ୍ତ ଯାତ୍ରୀ ନଦୀକୁ ପଡିଯାଇଥିଲେ । ତେବେ କିଛି ଲୋକଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟ କିଛିଜଣ ଏବେବି ନିଖୋଜ ଅଛନ୍ତି । ସ୍ଥାନୀୟ ଲୋକେ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସପିଟାଲରେ ଭର୍ତ୍ତି କରିଛନ୍ତି ।

BjdElectrycity

ସୂଚନା ଅନୁସାରେ, ଗତକାଲି ଏହି ଅଘଟଣ ଘଟିଛି । ସୁରେନ୍ଦ୍ର ନଗରର ବସ୍ତାଦୀ ନିକଟରେ ଥିବା ଭୋଗବୀ ନଦୀର ପୋଲଟି ହଠାତ୍ ଭୁଶୁଡି ପଡିଛି । ପୋଲ ଭୁଶୁଡିବା ସମୟରେ ପୋଲ ଉପରେ ଗୋଟିଏ ଡମ୍ପର ଓ ଦୁଇଟି ବାଇକ୍ ଯାଉଥିଲେ । ପୋଲ ଭୁଶୁଡିବା କାରଣରୁ ତିନିଟି ଯାକ ଗାଡ଼ି ନଦୀରେ ଖସିପଡ଼ିଥିଲା । ଖବର ପାଇ ପ୍ରଥମେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ପୋଲିସ ଓ ଅଗ୍ନିଶନ ବାହୀନିଙ୍କୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକେ । ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଉଦ୍ଧାରକାରୀ ଦଳ । ନଦୀ ଭିତରେ ଅନେକ ଖୋଜାଖୋଜି ପରେ ୪ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏପର୍ଯ୍ୟନ୍ତ ଅନ୍ୟ ୬ଜଣ କୌଣସି ପତ୍ତା ମିଳିପାରିନାହିଁ ।

Leave A Reply

Your email address will not be published.