Latest Odisha News

ଜାମୁ ଗଛରୁ କନିଷ୍ଠ ଯନ୍ତ୍ରୀ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟାର କାରଣ ଖୋଜୁଛି ପୋଲିସ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଏକ ଜାମୁ ଗଛରୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯନ୍ତ୍ରୀ  ପରିମଳ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂ ବୋଲି ଜଣାପଡିଛି  । ଜୟନ୍ତୀନାପୁର ବୈତରଣୀ ନଦୀକୂଳରରେ ଥିବା  ଏକ ଜାମୁ ଗଛରୁ ଝୁଲନ୍ତା ଅବସ୍ଥାରେ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ନିକଟରୁ ନିକଟରେ ତାଙ୍କ ବାଇକ ଓ ହେଲମେଟ୍ ମଧ୍ୟ ଠାବ କରାଯାଇଛି ।

ଚମ୍ପୁଆସ୍ଥ ବ୍ଲକ୍ କଲୋନି ସରକାରୀ ବାସଭବନରୁ ଗତକାଲି କୌଣସି କାମକୁ ନେଇ ସେ ବାହାରକୁ ଯାଇଥିଲେ  । ହେଲେ ସାଙ୍ଗରେ ମୋବାଇଲ ନେବାକୁ ଭୁଲି ଯାଇଥିଲେ  । ଘରକୁ ଫେରିବାକୁ ବିଳମ୍ବ ହେବାରୁ ପରିବାର ଲୋକେ ଯୋଗାଯୋଗ କରିପାରିନଥିଲେ ।  ଆଜି କିଛି ଗାଁ ଲୋକ ସକାଳୁ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଜାମୁ ଗଛରେ ଯନ୍ତ୍ରୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ  । ପରେ ଏ ନେଇ ଗ୍ରାମବାସୀମାନେ ଚମ୍ପୁଆ ପୋଲିସକୁ ଖବର ଦେଇଥିଲେ ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.