Latest Odisha News

BREAKING NEWS

ଆଜି ଆଶିଂକ ଚନ୍ଦ୍ରଗ୍ରହଣ: ଜାଣନ୍ତୁ, କେଉଁଠି ହେବ ଦୃଶ୍ୟମାନ

ଭୁବନେଶ୍ୱର: ଚଳିତ ବର୍ଷର ଅନ୍ତିମ ଚନ୍ଦ୍ରଗହଣ ମଙ୍ଗଳବାର ଦିନ ସାରା ଦେଶରେ ଦୃଶ୍ୟମାନ ହେବାକୁ ଯାଉଛି ।

ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ଏସିଆ, ୟୁରୋପ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆମେରିକାର ଅଧିକାଂଶ ସ୍ଥାନରେ ଆଶିଂକ ଭାବେ ଦୃଶ୍ୟମାନ ହେବ ବୋଲି ଜଣାପଡିଛି ।

ଏହି ଚନ୍ଦ୍ରଗ୍ରହଣ ଓଡିଶାରେ ଆଜି ରାତି ୧୨ଟା ୧୩ମି.ରୁ ସକାଳ ୫ଟା ୨୪ମି. ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ଏସମ୍ପର୍କରେ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ଏହି ଚନ୍ଦ୍ରଗ୍ରହଣକୁ ରାତି ପାଖାପାଖି ୧ଟା ୩୧ମି.ରୁ ସକାଳ ୪ଟା ୨୯ମି. ଖାଲି ଆଖିରେ ଦେଖିପାରିବେ ।

ଏହା ଅରୁଣାଚଳ ପ୍ରଦେଶର କୌଣସି ସ୍ଥାନରେ ଦୃଶ୍ୟମାନ ହେବ ନାହିଁ ବୋଲି ଜଣାପଡିଛି ।

ଆହୁରି ମଧ୍ୟ ପାଖାପାଖି ୧୪୯ ବର୍ଷ ପରେ ଏହି ଦୁଲର୍ଭ ଚନ୍ଦ୍ରଗ୍ରହଣ ପଡୁଥିବା ନେଇ ସୋସିଆଲ ମିଡିଆରେ ଯାହା ଚର୍ଚ୍ଚା ହେଉଛି, ତାହା ସମ୍ପୂର୍ଣ୍ଣ ରୂପେ ଭ୍ରାନ୍ତ ଧାରଣା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.