Latest Odisha News

BREAKING NEWS

ଭୁବନେଶ୍ୱର ବିମାନବନ୍ଦରରେ ୧୨ଟି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର

ଭୁବନେଶ୍ୱର: ପଡ଼ୋଶୀ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କର ଭୁବନେଶ୍ୱର ବିମାନବନ୍ଦରରେ କୋଭିଡ୍ ସ୍କ୍ରିନିଂକୁ କଡ଼ାକଡ଼ି କରାଯାଇଛି । ୧୨ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ପଞ୍ଜାବ, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼, ତେଲଙ୍ଗାନା ଓ ଚଣ୍ଡୀଗଡ଼ରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ ହେଉଛି ।

ଭୁବନେଶ୍ୱର ବିମାନବନ୍ଦର ନିର୍ଦେଶକ ଭି. ଭି. ରାଓ କହିଛନ୍ତି, ଯାହାର କିଛି ଲକ୍ଷଣ ଦେଖାଦେଲେ ସେମାନଙ୍କୁ ଆଇସୋଲେସନରେ ରଖାଯିବ । କାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଏସମ୍ପର୍କରେ ଚିଠି ଆସିଛି । ବର୍ତ୍ତମାନ ପ୍ରତିଦିନ ରାଜ୍ୟ ବାହାରୁ ବିମାନ ଯୋଗେ ପ୍ରାୟ ୪ ହଜାର ଯାତ୍ରୀ ଆସୁଛନ୍ତି । ଦୈନିକ ଭୁବନେଶ୍ୱର ବିମାନବନ୍ଦରକୁ ପ୍ରାୟ ୩୨ଟି ବିମାନ ଯାଆସ କରୁଥିବା କହିଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ ।

Leave A Reply

Your email address will not be published.